ETV Bharat / state

ଯାଯାବର ନାବାଳିକାଙ୍କୁ ଦୁଷ୍କର୍ମ, ଏସୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ - ଯାଯାବର ନାବାଳିକାଙ୍କୁ ଦୁଷ୍କର୍ମ

ଗତ ରବିବାର ଅନୁଗୋଳରେ ଘଟିଥିବା ଯାଯାବର ନାବାଳିକା ଦୁଷ୍କର୍ମ ଘଟଣାକୁ 36 ଘଣ୍ଟା ବିତିଥିଲେ ବି ଏପର୍ଯ୍ୟନ୍ତ ପୋଲିସର ହାତ ଖାଲି । ଏପଟେ ଯାଯାବର ନାବାଳିକାଙ୍କୁ ଦୁଷ୍କର୍ମ, ଏସୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jul 23, 2019, 1:15 AM IST

ଅନୁଗୋଳ: ଯାଯାବର ନାବାଳିକା ଦୁଷ୍କର୍ମ ଘଟଣାରେ ଥମୁନି ପ୍ରତିବାଦ । ଗତ ରବିବାର ଅନୁଗୋଳରେ ଘଟିଥିବା ଯାଯାବର ନାବାଳିକା ଦୁଷ୍କର୍ମ ଘଟଣାକୁ 36 ଘଣ୍ଟା ବିତିଥିଲେ ବି ଏପର୍ଯ୍ୟନ୍ତ ପୋଲିସର ହାତ ଖାଲି ରହିଛି। ସେପଟେ ପୀଡିତାକୁ ନ୍ୟାୟ ଦେବା ଦାବିରେ ପ୍ରତିବାଦର ସ୍ବର ବଢ଼ିବାରେ ଲାଗିଛି । ସୋମବାର ସକାଳେ ଏହି ଘଟଣାରେ ବିଜେପି ପରେ ସନ୍ଧ୍ୟାରେ ଆନ୍ଦୋଳନକୁ ଓହ୍ଳାଇଥିଲା ଏସୟୁସିଆଇ(କମ୍ୟୁନିଷ୍ଟ)ଦଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଘଟଣାକୁ ନିନ୍ଦା କରିବା ସହ ପୋଲିସର ଅପାରଗତାକୁ ଦାୟୀ କରିଛି ଦଳ । ତୁରନ୍ତ ଦୁଷ୍କର୍ମକାରୀକୁ ଗିରଫ କରିବା ସହ ପରିବାରକୁ ସାହାଯ୍ୟ ଓ ପୀଡିତାର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ସଂଗଠନ ଦାବି କରିଛି ।

ସୂଚନାଯୋଗ୍ୟ ଯେ, ୮ ବର୍ଷର ନାବାଳିକାଙ୍କୁ ରାତି ଅଧରେ ଉଠାଇନେଇ ଦୁଷ୍କର୍ମ କରିବା ପରେ ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ଯାଯାବର ନାବାଳିକା ନିଜ ପରିବାର ସହ ରାସ୍ତାକଡରେ ଶୋଇଥିବା ବେଳେ ଦୁର୍ବୃତ୍ତ ଏଭଳି କାଣ୍ଡ କରିଛନ୍ତି ଅନୁଗୋଳରେ।

ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ, ଇଟିଭି ଭାରତ

Intro:ଯାଯାବର ନା ବାଳିକା ଦୁଷ୍କର୍ମ ଘଟଣା ରେ ଥମୁନି ପ୍ରତିବାଦ ।

Body:ଗତ ରବିବାର ଅନୁଗୋଳ ରେ ଘଟିଥିବା ଯାଯାବର ନା ବାଳିକା ଦୁଷ୍କର୍ମ ଘଟଣା କୁ 36 ଘଣ୍ଟା ବିତି ଥିଲେ ବି ଏ ପର୍ଯ୍ୟନ୍ତ ପୋଲିସ ର ହାତ ଖାଲି । ସେପଟେ ପିଡ଼ିତା କୁ ନ୍ୟାୟ ଦେବା ଦାବିରେ ପ୍ରତିବାଦ ର ସ୍ୱର ବଢ଼ିବାରେ ଲାଗିଛି । ସଖାଳେ ବିଜେପି ପରେ ସନ୍ଧ୍ୟା ରେ ଆନ୍ଦୋଳ କୁ ଓହ୍ଳାଇଛି ଏସ ୟୁ ସି ଆଇ କମ୍ୟୁନିଷ୍ଟ । ଘଟଣା କୁ ନିନ୍ଦା କରିବା ସହ ପୋଲିସ ର ଅପାରଗତା କୁ ଦାଇ କରିଛି । ତୁରନ୍ତ ଦୁଷ୍କର୍ମ କାରୀ କୁ ଗିରଫ କରିବା ସହ ତାର ପରିବାରକୁ ସାହାଯ୍ୟ ଓ ପିଡ଼ିତା ର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ସଂଗଠନ ଦାବି କରିଛି ।
byte -ମନ୍ଦଦୋରି ରାଉଳ , ପ୍ରତିବାଦ କାରୀ
byte- 2 ନବକିଶୋର ପ୍ରଧାନ , ଆନ୍ଦୋଳନ କାରୀ ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.