ଅନୁଗୋଳ :ଟ୍ରକରେ ପାଉଁଶ ପରିବହନକୁ ନେଇ ବିବାଦ ଦେଖାଦେଇଛି । ନାଲକୋର ପାଉଁଶ ପୋଖରୀରୁ ନାଲକୋ ରିଜୋନାଲ ଟ୍ରକ ମାଲିକ ସଂଘ ଓ ନାଲକୋ ପେରିଫେରି ଟ୍ରକ ମାଲିକ ସଂଘ ଦ୍ଵାରା ପାଉଁଶ ପରିବହନ ହୋଇ ଥାଏ । ତେବେ ଉଭୟ ସଂଘ ମଧ୍ୟରେ ପାଉଁଶ ପରିବହନକୁ କେନ୍ଦ୍ର କରି ୨୦୧୭ ମସିହାରେ ଆରମ୍ଭ ହୋଇଥିଲା ବିବାଦ। ପରେ ବିବାଦକୁ ନେଇ ଅନୁଗୋଳ ଉପଜିଲ୍ଲାପାଳଙ୍କ ନିକଟରେ ନାଲକୋ ପ୍ରଶାସନ ଅଧିକାରୀ ଓ ଉଭୟ ଟ୍ରକ ମାଲିକ ସଂଘ ଉପସ୍ଥିତରେ ଆଲୋଚନା ହୋଇଥିଲା ।
ପରବର୍ତ୍ତୀ ସମୟରେ ନାଲକୋ ଥାନାରେ ମଧ୍ୟ ପରିବହନକୁ ନେଇ ଉଭୟ ଟ୍ରକ ମାଲିକ ସଂଘ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା ।ପୁନର୍ବାର ସମାନ ବିବାଦ ଯୋଗୁଁ ଆଜି ପୁଣି ନାଲକୋ ରିଜୋନାଲ ଟ୍ରକ ମାଲିକ ସଂଘର ସିପିପି ପ୍ଲାଣ୍ଟ ପାଉଁଶ ପରିବହନ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ଫଳରେ ପାଉଁଶ ପରିବହନ ବାଧାପ୍ରାପ୍ତ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା ଆରମ୍ଭ କରିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ,ଇଟିଭି ଭାରତ