ETV Bharat / state

ବିଜୁଳି ବିଲ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ବିଜୁଳି ବିଲ ଵୃଦ୍ଧି ପ୍ରତିବାଦରେ କଂଗ୍ରେସ । ଅନୁଗୋଳ ବିଜୁଳି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ । ଅଧିକ ପଢନ୍ତୁ..

ବିଜୁଳି ବିଲ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
ବିଜୁଳି ବିଲ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
author img

By

Published : Apr 5, 2021, 5:55 PM IST

ଅନୁଗୋଳ: ବିଜୁଳି ବିଲ ଵୃଦ୍ଧିକୁ ବିରୋଧ କରି ରାଜରାସ୍ତାରେ କଂଗ୍ରେସ । ଅନୁଗୋଳ ବିଜୁଳି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି ।

ବିଜୁଳି ବିଲ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

କୋଭିଡ ମହାମାରୀ ଯୋଗୁଁ ରାଜ୍ୟବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବାବେଳେ ରାଜ୍ୟ ସରକାରଙ୍କ ବିଦ୍ୟୁତ ଦର ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ତେଣୁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ନେତୃତ୍ବରେ ବର୍ଦ୍ଧିତ ଦର ପ୍ରତ୍ୟାହାର ଦାବି ହୋଇଛି । ଏ ନେଇ ସୋମବାର ସକାଳ ୯ ଘଟିକା ଠାରୁ ୧ ଘଟିକା ପର୍ଯ୍ୟନ୍ତ ଅନୁଗୋଳ ମୁଖ୍ୟ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଥିଲା ।

ଏହା ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମୁଖ୍ୟ ବିଦ୍ୟୁତ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଏହି ସଭାରେ ଅନୁଗୋଳ ଜିଲ୍ଲାର ସମସ୍ତ ପୂର୍ବତନ ବିଧାୟକ ପ୍ରାର୍ଥୀ, ବ୍ଲକ ସଭାପତି, ନଗର ସଭାପତି, ବରିଷ୍ଠ ନେତା ଏବଂ ବହୁ ସଂଖ୍ୟକ କଂଗ୍ରେସପ୍ରେମୀ ଯୋଗ ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.