ETV Bharat / state

ଅନୁଗୋଳ କଂଗ୍ରେସର ଅଭିନଵ ପ୍ରତିବାଦ: ଘଣ୍ଟ ଓ ଖଞ୍ଜଣି ବଜାଇ ପ୍ରତିବାଦ କଲା କଂଗ୍ରେସ - Oil Price Hike

ତୈଳ ଦରବୃଦ୍ଧିକୁ ନେଇ କଂଗ୍ରେସର ପ୍ରତିବାଦ । ବୋଝ ଉପରେ ନଳିତା ବିଡା ସଦୃଶ ଲୋକଙ୍କ ଉପରେ ଦରବୃଦ୍ଧିକୁ ଲଦିଦେବା ନେଇ ଅଭିଯୋଗ କରିଛି ଦଳ । ଅଧିକ ପଢନ୍ତୁ...

ଅନୁଗୋଳ କଂଗ୍ରେସର ଅଭିନଵ ପ୍ରତିବାଦ: ଘଣ୍ଟ ଓ ଖଞ୍ଜଣି ବଜାଇ ପ୍ରତିବାଦ କଲା କଂଗ୍ରେସ

author img

By

Published : Jul 7, 2021, 4:48 PM IST

ଅନୁଗୋଳ: ତୈଳ ଦରବୃଦ୍ଧିକୁ ନେଇ କଂଗ୍ରେସର ଅଭିନବ ପ୍ରତିବାଦ । ଦଳ ପକ୍ଷରୁ ଅନୁଗୋଳ ଜିଲ୍ଲାବ୍ୟାପୀ ସମସ୍ତ ବ୍ଲକ କାର୍ଯ୍ୟାଳୟରେ ଖଞ୍ଜଣି ଓ ଘଣ୍ଟ ବାଡେଇ ପ୍ରତିବାଦ କରିଛି । କେନ୍ଦ୍ର ସରକାରଙ୍କ ମନମାନିକୁ ନେଇ ଦଳ ଉଠାଇଛି ପ୍ରଶ୍ନ ।

ଅନୁଗୋଳ କଂଗ୍ରେସର ଅଭିନଵ ପ୍ରତିବାଦ: ଘଣ୍ଟ ଓ ଖଞ୍ଜଣି ବଜାଇ ପ୍ରତିବାଦ କଲା କଂଗ୍ରେସ

ଆଜି ( ବୁଧବାର) ତୈଳ ଦର ସହ ହେଉଥିବା ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକୀୟ ଜିନିଷର ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହାର ପ୍ରତିବାଦ ନେଇ 8ଟି ଯାକ ବ୍ଲକ ସମ୍ମୁଖରେ ଦେଖିବାକୁ ମିଳିଛି ।

ସବୁଠି କଂଗ୍ରେସ କର୍ମୀମାନେ ଘଣ୍ଟ ଓ ଖଞ୍ଜଣି ବାଡେଇ ପ୍ରତିବାଦ କରିଥିବା ନେଇ ସୂଚନା ମିଳିଛି । ଯେଉଁଭଳି କୋରୋନା ସମୟରେ ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ଦରବୃଦ୍ଧିକୁ ଲଦି ଦିଆଯାଇଛି ବାେଲି ଦଳ ଅଭିଯୋଗ କରିଛି । ଏବଂ ତା ସହିତ କେନ୍ଦ୍ର ସରକାରଙ୍କୁ ନିନ୍ଦା କରିବା ସହ ତୁରନ୍ତ ଦର ବୃଦ୍ଧିକୁ ପ୍ରତ୍ୟାହାର କରାଯାଉ ବୋଲି ବ୍ଲକ ଯୁବ କଂଗ୍ରେସ ଦାବି କରିଛି ।

ଏନେଇ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ନେଇ ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.