ETV Bharat / state

ଅନୁଗୋଳର ମେଧାବୀ ଛାତ୍ରୀ ଆଦ୍ୟାଶା, ୯୯ ପ୍ରତିଶତ ନମ୍ବର ରଖି ଜିଲ୍ଲା ପାଇଁ ଆଣିଲେ ସୁନାମ - ୯୯ପ୍ରତିଶତ ନମ୍ବର ରଖି ଆଦ୍ୟାଶା ଟପ୍ପର

ନିକଟରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳାଫଳ । ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ଅଧିକ ପଢନ୍ତୁ

anugul student adyasha topper in matriculation
ସଫଳ ଛାତ୍ରୀ ; ୯୯ ପ୍ରତିଶତ ନମ୍ବର ରଖି ଜିଲ୍ଲା ପାଇଁ ଆଣିଲେ ସୁନାମ
author img

By

Published : Jul 10, 2022, 6:45 PM IST

ଅନୁଗୋଳ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଦ୍ବିପଶିଖା ବିଦ୍ୟାଳୟ ପକ୍ଷରୁ ମାଟ୍ରିକ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗୁରୁଜୀ, ଗୁରୁମା, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି । ସଭାରେ ମୁଖ୍ୟଅତିଥି ଭାବେ କଣିହାଁର ବିଇଓ, ବିଦ୍ୟାଳୟ ଚେୟାରମ୍ୟାନ, ଏନ୍‌ଟିପିସି ଏଚ୍ଆର୍ ଡିଜିଏମ୍ ଓ ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ୧୨ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଅନୁଗୋଳର ମେଧାବୀ ଛାତ୍ରୀ ଆଦ୍ୟାଶା ୯୯ ପ୍ରତିଶତ ନମ୍ବର ରଖି ଜିଲ୍ଲା ପାଇଁ ଆଣିଲେ ସୁନାମ

ବିଦ୍ୟାଳୟର ମେଧାବୀ ଛାତ୍ରୀ ସୁଶ୍ରୀ ଆଦ୍ୟାଶା ପ୍ରିୟଦର୍ଶିନୀ ପାଣି ମୋଟ ୫୯୪ନମ୍ବର ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ସେ ୯୯% ପ୍ରତିଶତ ନମ୍ବର ରଖି ସମଗ୍ର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିବାସହ ଓଡ଼ିଶାର ପଞ୍ଚମ ସ୍ଥାନରେ ରହିଛନ୍ତି । ଅନୁଗୋଳର ଜରପଡ଼ା ସ୍ଥିତ ଦୁର୍ଗାପୁରର ଆଦ୍ୟାଶାଙ୍କୁ ନେଇ ଜିଲ୍ଲାବାସୀ ବେଶ୍‌ ଗର୍ବିତ ।

ଜିଲ୍ଲା ପାଇଁ ଗୌରବ ଏବଂ ସୁନାମ ଆଣିଥିବା ଆଦ୍ୟାଶାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ଜିଲ୍ଲାର ଶିକ୍ଷାବିତ୍ । ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ତ୍ରିପାଠୀଙ୍କ ମୁତାବକ ଚଳିତ ଶିକ୍ଷା ବର୍ଷରେ ଏହି ବିଦ୍ୟାଳୟରେ ମୋଟ ୭୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ସମସ୍ତେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.