ETV Bharat / sports

ହୋବାର୍ଟ ଇଣ୍ଟରନ୍ୟାସନାଲ: ମହିଳା ଡବଲ୍ସ କ୍ବାର୍ଟରଫାଇନାଲରେ ସାନିଆ ମିର୍ଜା - ହୋବାର୍ଟ ଇଣ୍ଟରନେସନାଲ ଡବଲ୍ସ କ୍ବାର୍ଟରଫାଇନାଲ

ହୋବାର୍ଟ ଇଣ୍ଟରନ୍ୟାସନାଲ ମହିଳା ଡବଲ୍ସ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି ସାନିଆ ମିର୍ଜା। ଅଧିକ ପଢନ୍ତୁ...

Sania Mirza
ହୋବାର୍ଟ ଇଣ୍ଟରନେସନାଲ
author img

By

Published : Jan 14, 2020, 3:14 PM IST

ହାଇଦ୍ରାବାଦ: ପୁଣି ଟେନିସ କୋର୍ଟରେ ଦମ ଦେଖାଇଲେ ଭାରତୀୟ ଟେନିସ ତାରକା ସାନିଆ ମିର୍ଜା । ଅଷ୍ଟ୍ରେଲିଆରେ ଖେଳାଯାଉଥିବା ହୋବାର୍ଟ ଇଣ୍ଟରନ୍ୟାସନାଲ ମହିଳା ଡବଲ୍ସ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି ସାନିଆ । ଅନ୍ୟତମ ପାର୍ଟନର ୟୁକ୍ରେନର ନାଦିଆ କିଞ୍ଚନୋକ ରହିଛନ୍ତି। ସାନିଆ-ନାଦିଆ ଯୋଡି ଜର୍ଜିଆର ଓକସାନା କାଲସନିକୋଭା ଓ ଜାପାନର ମିୟୁ କୋତୋଙ୍କୁ 2-6, 7-6, 10-3 ସେଟରେ ପରାସ୍ତ କରିଛନ୍ତି। କ୍ବାର୍ଟର ଫାଇନାଲରେ ଆମେରିକାର ଭାନିଆ କିଙ୍କ ଓ କ୍ରିଷ୍ଟିନା ମେକହେଲଙ୍କୁ ଭେଟିବେ ସାନିଆ ଯୋଡି।

Sania Mirza
ଫଟୋ ସୌଜନ୍ୟ: twitter@MirzaSania

ମା’ ହେବା ପରେ ସାନିଆଙ୍କ ଏହା ପ୍ରଥମ ଟୁର୍ଣ୍ଣାମେଣ୍ଟରେ କ୍ବାର୍ଟରଫାଇନାଲ ପ୍ରବେଶ। ଏହି ବିଜୟକୁ ଭାରତୀୟ ଟେନିସ ଷ୍ଟାର ଖାସ ବୋଲି କହିବା ସହ ପୁଅ ସହ ଫଟୋ ମଧ୍ୟ ସେୟାର କରିଛନ୍ତି। ଫେଡ କପରେ ଜଣିଆ ଭାରତୀୟ ଦଳରେ ସାନିଆଙ୍କୁ ସ୍ଥାନ ମିଳିଛି । ଏନେଇ ଟେନିସ ଆସୋସିଏସନ ପକ୍ଷରୁ ଘୋଷଣା ହୋଇଛି । ରିୟା ଭାଟିଆ, ଅଙ୍କିତା ରାଇନା, ରୁତୁଜା ଭୋସଲେ, କର୍ମଣ କୌର ତାଣ୍ଡି ଫେଡ କପରେ ଭାରତର ପ୍ରତିନିଧିତ୍ବ କରିବେ। ସ୍ବଜନ୍ୟ ବାଭିସେଟ୍ଟି ରିଜର୍ଭ ପ୍ଳେଆର ଭାବେ ଦଳରେ ରହିଛନ୍ତି । ଭିସାଲ ଉପଲ କ୍ୟାପଟେନ ଓ ଅଙ୍କିତା ଭାମ୍ବ୍ରି କୋଚ ରହିଛନ୍ତି।

Intro:Body:

dd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.