କେନିଆ: ଭାରତୀୟ ଆଥଲେଟ୍ ରୋହନ କାମ୍ବଲେ ଚଳିତ ୨୦ ବର୍ଷରୁ କମ ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ୍ର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ନାଇରୋବିରେ ଖେଳାଯାଉଥିବା ଏହି ମେଗା ପ୍ରତିଯୋଗିତାର ୪୦୦ ମିଟର ହର୍ଡଲ୍ସ(ବାଧାଦୌଡ) ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି ।
ଚଳିତ ମେଗା ଇଭେଣ୍ଟରେ ଭାରତର ପ୍ରତିନିଧିତ୍ବ କରିଥିବା ରୋହନ କାମ୍ବଲେ ୪୦୦ ମିଟର ହର୍ଡଲସ ଇଭେଣ୍ଟକୁ ଶେଷ କରିବାକୁ ୫୫.୦୦ସେକେଣ୍ଡ ସମୟ ନେଇଥିଲେ ।
ବୁଧବାର, ଭାରତୀୟ ୪x୪00 ମିକ୍ସଡ ରିଲେ ଟିମ ବ୍ରୋଞ୍ଜ ପଦକ ବିଜେତା ହୋଇଥିଲା ।
ଚଳିତ ଜୁନିୟର ଚମ୍ପିଆନସିପ୍ରେ ଏହା ଭାରତର ୫ମ ପଦକ । ପୂର୍ବରୁ ସୀମା ଅଣ୍ଟିଲ(ଡିସକସ୍ ଥ୍ରୋ, ୨୦୦୨), ନବଦୀପ କୌର ଧିଲନ(ଡିସକସ୍ ଥ୍ରୋ ୨୦୧୪) ଓ ନୀରଜ ଚୋପ୍ରା ସ୍ବର୍ଣ୍ଣ (ଜାଭେଲିନ ଥ୍ରୋ, ୨୦୧୬) ଓ ହିମା ଦାସ(୪୦୦ମିଟର, ୨୦୧୮) ପଦକ ବିଜେତା ରହିସାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ