ଲଣ୍ଡନ: କିମ୍ବଦନ୍ତୀ ଧାବକ ଉସେନ ବୋଲ୍ଟ କୋରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, 34ତମ ଜନ୍ମଦିନ ଅବସରରେ ବୋଲ୍ଟ , ଇଂଲିସ ଫୁଟବଲ ଖେଳାଳି ରହୀମ ଷ୍ଟର୍ଲିଂ ଓ କ୍ରିକେଟର କ୍ରିସ ଗେଲଙ୍କ ସହ ମିଶି ଜାମାଇକାରେ ପାର୍ଟି କରିଥିଲେ। ଏହାର ଦିନକ ପରେ ସେ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି ।
-
Stay Safe my ppl 🙏🏿 pic.twitter.com/ebwJFF5Ka9
— Usain St. Leo Bolt (@usainbolt) August 24, 2020 " class="align-text-top noRightClick twitterSection" data="
">Stay Safe my ppl 🙏🏿 pic.twitter.com/ebwJFF5Ka9
— Usain St. Leo Bolt (@usainbolt) August 24, 2020Stay Safe my ppl 🙏🏿 pic.twitter.com/ebwJFF5Ka9
— Usain St. Leo Bolt (@usainbolt) August 24, 2020
ପୂର୍ବତନ ଅଲମ୍ପିକ ଷ୍ଟାର ଏକ ଭିଡିଓ ବାର୍ତ୍ତାରେ ଟ୍ବିଟର ଆକାଉଣ୍ଟରେ ସେୟାର କରିବା ସହ, କୋଭିଡ-19 ପଜିଟିଭ ଥିବା କହିଥିଲେ । ଗତ ଶନିବାର ଟେଷ୍ଟ କରାଇଥିଲେ ଓ କୌଣସି ଲକ୍ଷଣ ନଥିବା କହିଛନ୍ତି । ତେବେ ସେ ନିଜକୁ ସଂଗରୋଧରେ ରଖିଥିବା ସ୍ପଷ୍ଟ କରିଛନ୍ତି ।
ବୋଲ୍ଟ ଆଠ ଥର ଅଲମ୍ପିକ ଗୋଲ୍ଡ ମେଡାଲ ବିଜେତା ରହିଛନ୍ତି । ସେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଓ ଖ୍ୟାତନାମା ଆଥଲେଟ । ଏଥିସହିତ ବିଶ୍ବର ଦ୍ରୁତତମ ଧାବକ ରହିଛନ୍ତି । ବର୍ଷ 2009ରେ 100ମିଟର ଦୌଡକୁ ଅବିଶ୍ବସନୀୟ ଭାବେ ମାତ୍ର 9.58 ସେକେଣ୍ଡରେ ପହଞ୍ଚି ରେକର୍ଡ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ