ETV Bharat / sports

ନୀରଜଙ୍କ ଆଉ ଏକ ସଫଳତା, ଲୁସାନେ ଡାଇମଣ୍ଡ ଲିଗ୍‌ରେ ଜିତିଲେ ସ୍ବର୍ଣ୍ଣ

author img

By

Published : Jul 1, 2023, 9:50 AM IST

ଆହତ ପରେ ନୀରଜ ଚୋପ୍ରାଙ୍କ ଜବରଦସ୍ତ କମବ୍ୟାକ । ଲୁସାନେ ଡାଇମଣ୍ଡ ଲିଗ୍‌ରେ ଚାମ୍ପିଆନ ହେଲେ ନୀରଜ । ଅଧିକ ପଢନ୍ତୁ

Neeraj wins Diamond League
Neeraj wins Diamond League

ନୂଆଦିଲ୍ଲୀ: ପୁଣି ଇତିହାସ ରଚିଲେ ସୁନା ପୁଅ ନୀରଜ ଚୋପ୍ରା । ଲୁସାନେ ଡାଇମଣ୍ଡ ଲିଗ୍‌ରେ ଚାମ୍ପିଆନ ହେଲେ ନୀରଜ । ୮୭.୬୬ମିଟର ଜାଭେଲିନ୍‌ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାରୀ କରିଛନ୍ତି ନୀରଜ । ଚଳିତ ସିଜିନରେ ଏହା ତାଙ୍କର ଦ୍ବିତୀୟ ବିଜୟ । ଏହା ପୂର୍ବରୁ ଦୋହା ଡାଇମଣ୍ଡ ଲିଗରେ ଚାମ୍ପିଆନ ହୋଇଥିଲେ ନୀରଜ ଚୋପ୍ରା।

ଗତ ମେ ମାସରେ ପ୍ରତିକ୍ଷଣ ସମୟରେ ମାଂସପେଶୀରେ ଯନ୍ତ୍ରଣା ହେବାରୁ ତିନୋଟି ଇଭେଣ୍ଟରେ ସାମିଲ ହୋଇନଥିଲେ ନୀରଜ । କିନ୍ତୁ ଏହାପରେ ଜବରଦସ୍ତ କମବ୍ୟାକ କରିଛନ୍ତି । ଲୁସାନେ ଡାଇମଣ୍ଡ ଲିଗର ପଞ୍ଚମ ରାଉଣ୍ଡରେ 88.67 ମିଟର ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ନୀରଜ । ପ୍ରଥମ, ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ରାଉଣ୍ଡରେ ଭଲ ପ୍ରଦର୍ଶନ କରିଥିଲେ ନୀରଜ । କିନ୍ତୁ ପଞ୍ଚମ ରାଉଣ୍ଡରେ 87.66 ମିଟର ପର୍ଯ୍ୟନ୍ତ ଜାଭଲିନ ଫିଙ୍ଗି ବିଜୟୀ ହୋଇଥିଲେ । ଷଷ୍ଠ ତଥା ଶେଷ ରାଉଣ୍ଡରେ 84.15 ମିଟର ଜାଭେଲିନ ଥ୍ରୋ କରିଥିଲେ ନୀରଜ।

ସେହିପରି ଲୁସାନେ ଡାଇମଣ୍ଡ ଲିଗ୍‌ରେ 87.03 ମିଟର ପର୍ଯ୍ୟନ୍ତ ଡାଭେଲିନ ଥ୍ରୋ କରି ଜର୍ମାନୀର ଜୁଲିଆନ୍ ୱେବର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । 86.13 ମିଟର ପର୍ଯ୍ୟନ୍ତ ଡାଭେଲିନ ଥ୍ରୋ କରି ତୃତୀୟ ସ୍ଥାନରେ ରହିଛନ୍ତି ଚେକ ରିପବ୍ଲିକର ଜାକୁବ ଭାଡଲେଜସ୍।

ଏହା ମଧ୍ୟ ପଢନ୍ତୁ-World Atheletic Javelin Rank: ବିଶ୍ବର ଏକ ନମ୍ବର ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା

ତେବେ ଆହତ ହେବା କାରଣରୁ ବିଶ୍ବସ୍ତରୀୟ ଇଭେଣ୍ଟରୁ ଓହରି ଯାଇଛନ୍ତି ନୀରଜ । ମସଲ ଷ୍ଟ୍ରେନ ଆହତ କାରଣରୁ ସେ ଫିନଲାଣ୍ଡର ତୁର୍କୁ ଠାରେ ଜୁନ 13ରୁ ଆରମ୍ଭ ହୋଇଥିବା ପାଭୋ ନୁର୍ମି ଗେମ୍ସର ଦ୍ବିତୀୟ ଇଭେଣ୍ଟରୁ ଓହରି ଯାଇଥିଲେ । 1957ରୁ ପ୍ରତିବର୍ଷ ତୁର୍କୁ ଠାରେ ପାଭୋ ନୁର୍ମି ଗେମ୍ସ ଆୟୋଜିତ ହୋଇ ଆସୁଛି । ନିକଟରେ ଦୋହା ଡାଇମଣ୍ଡ ଲିଗରେ 88.67 ମିଟର ଜାଭେଲିନ ଫିଙ୍ଗି ବିଜୟୀ ହୋଇଥିଲେ ନୀରଜ । ଆସନ୍ତା ଅଗଷ୍ଟ 19ରୁ 27 ତାରିଖ ଯାଏ ହେଙ୍ଗେରୀ ବୁଦାପେଷ୍ଟରେ ବିଶ୍ବ ଚମ୍ପିଆନସିପ ଆରମ୍ଭ ହେବ । ଏଥିରେ ନିଜର ଅଂଶ ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି ।

ନିକଟରେ ବିଶ୍ବ ଜାଭେଲିନ ଥ୍ରୋ' ମାନ୍ୟତାରେ ଏକ ନମ୍ବରକୁ ଉନ୍ନୀତ ହୋଇଥିଲେ ନୀରଜ । କ୍ୟାରିୟରରେ ପ୍ରଥମ ଥର ପାଇଁ ବିଶ୍ବ ମାନ୍ୟତାରେ ଏକ ନମ୍ବର ଜାଭେଲିନ ଫିଙ୍ଗାଳି ହୋଇପାରିଥିଲେ । 1455 ପଏଣ୍ଟ ସହ ବିଶ୍ବ ଚମ୍ପିଆନ ଜର୍ମାନୀର ଆଣ୍ଡରସନ ପିଟର୍ସଙ୍କୁ ଟପି ଏକ ନମ୍ବର ସ୍ଥାନ ହାସଲ କରିଥିଲେ 25 ବର୍ଷୀୟ ନୀରଜ ଚୋପ୍ରା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.