ETV Bharat / sports

କନିଷ୍ଠ ମହିଳା ହକି ବିଶ୍ବକପ; ଜର୍ମାନୀଠୁ ହାରିଲା ଭାରତ - ଏଫଆଇଏଚ ହକି ବିଶ୍ବକପ

Hockey Womens Junior World Cup: ଏଫଆଇଏଚ କନିଷ୍ଠ ମହିଳା ହକି ବିଶ୍ବକପରେ ଭାରତ ତାର ଦ୍ବିତୀୟ ମ୍ୟାଚରେ ଜର୍ମାନୀଠୁ ପରାସ୍ତ ହୋଇଛି । ଆସନ୍ତାକାଲି ବେଲଜିୟମକୁ ଭେଟିବ । ଅଧିକ ପଢନ୍ତୁ

Womens Junior Hockey World Cup
କନିଷ୍ଠ ମହିଳା ହକି ବିଶ୍ବକପ
author img

By ETV Bharat Odisha Team

Published : Dec 1, 2023, 12:17 PM IST

ସାଣ୍ଟିଆଗୋ: ଦମଦାର ଆରମ୍ଭ କରିଥିବା ଭାରତ ବିଜୟ ରଥରେ ବ୍ରେକ ଲାଗିଛି । ଏଫଆଇଏଚ ଜୁନିୟର ହକି ବିଶ୍ବକପରେ ଦମଦାର ପ୍ରଦର୍ଶନ ବଳରେ ବିରାଟ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ । କନିଷ୍ଠ ମହିଳା ହକି ବିଶ୍ବକପରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଅଧିନାୟିକା ପ୍ରୀତିଙ୍କ ତାର ଦ୍ବିତୀୟ ମ୍ୟାଚରେ ପରାସ୍ତ ହୋଇଛି । ନେତୃତ୍ବାଧୀନ ଭାରତ । ଚିଲିର ସାଣ୍ଟିଆଗୋରେ ଏଫଆଇଏଚ ଜୁନିୟର ମହିଳା ବିଶ୍ବକପର ଦଶମ ସଂସ୍କରଣ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ କାନାଡାକୁ 12-0 ଗୋଲରେ ପରାସ୍ତ କରିଥିବା ଭାରତ ଦ୍ବିତୀୟ ମ୍ୟାଚରେ ଜର୍ମାନୀଠୁ 3-4 ଗୋଲରେ ପରାସ୍ତ ହୋଇଛି ।

ଜର୍ମାନୀ ବିପକ୍ଷରେ ଭାରତ ଭଲ ଆରମ୍ଭ କରିଥିଲା । ମ୍ୟାଚର 11ତମ ମିନିଟରେ ଅନୁ ପ୍ରଥମ ଗୋଲ କରିଥିଲେ । ଏହାପରେ 14ତମ ମିନିଟରେ ରୋପନୀ କୁମାରୀଙ୍କ ଦ୍ବିତୀୟ ଗୋଲରେ 2-0ରେ ଆଗୁଆ ଥିଲା ଭାରତ । ଏହାପରେ 17ତମ ମିନିଟରେ ଗୋଲ ପରିଶୋଧ କରିଥିବା ଜର୍ମାନୀ । ସୋଫି ସ୍ଚେଚାୱେ ଗୋଲ କରିଥିଲେ । ଏହା ପରେ 21 ତମ ମିନିଟରେ ଜର୍ମାନୀ ଆଉ ଏକ ଗୋଲ ସ୍କୋର କରିଥିଲା । 24 ତମ ମିନିଟରେ ତୃତୀୟ ଗୋଲ କରିଥିଲା ଭାରତ । ମମତାଜ ଖାନ ଗୋଲ ସ୍କୋର କରି ହାଫ ଟାଇମ ସୁଦ୍ଧା ଦଳକୁ 3-2ରେ ଆଗୁଆ ରଖିଥିଲେ । ବ୍ରେକ ପରେ 36ତମ ମିନିଟରେ ଲାଉରା ପ୍ଲୁଥ ଏକ ଗୋଲ ସ୍କୋର କରି 3-3ରେ ସ୍ଥିତି ବରାବର କରିଥିଲେ । ଭାରତ ଆଉ ଗୋଟିଏ ଗୋଲ କରିବାକୁ ପ୍ରୟାସ କରୁଥିବା ମାତ୍ର ବିଫଳ ହୋଇଥିଲା । 38 ତମ ମିନିଟରେ କାରୋଲିନ ସେଇଦେଲ ଚତୁର୍ଥ ଗୋଲ କରି ଦଳକୁ ବିଜୟୀ କରାଇଥିଲେ ।

ଏହା ବି ପଢନ୍ତୁ...କନିଷ୍ଠ ମହିଳା ହକି ବିଶ୍ବକପ; ବିରାଟ ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ବଡ଼ ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ କରିଥିବା ଜୁନିୟର ମହିଳା ହକି ଦଳ ତାର ଦ୍ବିତୀୟ ମ୍ୟାଚ୍‌ରେ ଜର୍ମାନୀଠୁ ପରାସ୍ତ ହୋଇଛି । ପ୍ରଥମ ମ୍ୟାଚରେ କାନାଡାକୁ ବିରାଟ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା । ଡିସେମ୍ବର 2 ତାରିଖ ଆର୍ଥାତ ଆସନ୍ତାକାଲି ବେଲଜିୟମକୁ ଭେଟିବ ଦଳ । ଜୁନିୟର ମହିଳା ହକି ବିଶ୍ବକପ ଡିସେମ୍ବର 10 ତାରିଖ ଯାଏଁ ଚାଲିବ । ଏଥିରେ ଭାରତ ସମେତ 15ଟି ଦଳ ଭାଗ ନେଇଛନ୍ତି । ନିକଟରେ ଝାଡଖଣ୍ଡରେ ଆୟୋଜିତ ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଚମ୍ପିଆନ ହୋଇଥିବା ସିନିୟର ମହିଳା ଦଳ । ଘରୋଇ ମାଟିରେ ଆଧିପତ୍ୟ ବିସ୍ତାର କରି ଅପରାଜେୟ ରହିଥିଲା ସବିତା ପୁନିଆଙ୍କ ନେତୃତ୍ବାଧୀନ ଭାରତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.