ETV Bharat / sports

FIH ହକି ସିରିଜ: ହକି ରାଣୀଙ୍କ ଜଲୱା, ଚମ୍ପିଆନ ଭାରତ - HOCKEY INDIA

ଜାପାନରେ ଭାରତୀୟ ହକି ଦଳ ଇତିହାସ ରଚିଛି । FIH ମହିଳା ହକି ସିରିଜ ଫାଇନାଲରେ ଚମ୍ପିଆନ ହୋଇଛି ଭାରତ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@hockeyindia)
author img

By

Published : Jun 23, 2019, 8:01 PM IST

ହାଇଦ୍ରାବାଦ: ସବୁ ଅପେକ୍ଷାର ଅନ୍ତ ଘଟିଛି । ଜାପାନରେ ଭାରତୀୟ ହକି ଦଳ ଇତିହାସ ରଚିଛି । FIH ମହିଳା ହକି ସିରିଜ ଫାଇନାଲରେ ଚମ୍ପିଆନ ହୋଇଛି ଭାରତ । ଫାଇନାଲରେ ଘରୋଇ ଜାପାନକୁ 3-1 ଗୋଲରେ ହରାଇଛନ୍ତି ଭାରତୀୟ ହକି ରାଣୀ । ଜାପାନର ହିରୋସିମାରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ, ଅପରାଜୟ ରହି ଚମ୍ପିଆନ ହୋଇଛି ଭାରତ । ଏହା ସହ ଭାରତୀୟ ମହିଳା ହକି ଦଳ ଟୋକିଓ ଅଲମ୍ପିକ୍ସ ପାଇଁ, ଯୋଗ୍ୟତା ଅର୍ଜନ କରିଛି । ଏହି ପ୍ରଦର୍ଶନ ଭାରତୀୟ ହକି ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ଲିବିବଦ୍ଧ ହେବ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଫାଇନାଲରେ ପ୍ରଥମରୁ ଚମ୍ପିଆନ ପରି ଖେଳିଥିଲେ ପାପା କି ପରି । କ୍ୟାପଟେନ ରାନି ପ୍ରଥମ ଗୋଲ ଦେଇ ଟିମ ଇଣ୍ଡିଆ ବିଜୟର ଶୁଭାରମ୍ଭ କରିଥିଲେ । ମ୍ୟାଚ ଆରମ୍ଭରୁ ଆକ୍ସନ ମୁଡରେ ଥିଲା ଟିମ ଇଣ୍ଡିଆ । ପ୍ରଥମ 3 ମିନିଟରେ ହିଁ ଭାରତ ଗୋଲ କରି 1-0ରେ ଆଗୁଆ ହୋଇଥିଲା । ତେବେ ମ୍ୟାଚର 11ତମ ମିନିଟରେ ଜାପାନ ପାଲଟା ଆକ୍ରମଣ କରି ଗୋଲ କରିଥିଲା । ପରେ ଦ୍ବିତୀୟ କ୍ବାଟରରେ ପ୍ରବଳ ଛକା ପଞ୍ଛା ଲାଗି ରହିଥିଲା । କୌଣସି ଦଳ ଗୋଲ କରିପାରିନଥିଲେ ।

HOCKEY
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@hockeyindia)

ତେବେ ତୃତୀୟ କ୍ବାଟରର ଆରମ୍ଭରେ ହିଁ ପେନାଲିଟି କର୍ଣ୍ଣର ଭାରତକୁ ମିଳିଥିଲା । ଏହାକୁ ହାତଛଡା କରିନଥିଲେ ଇନଫର୍ମ ଗୁରଜିତ । 45ତମ ମିନିଟରେ ଭାରତ2ୟ ଗୋଲ କରି ପୁଣି ଆଗୁଆ ହୋଇଥିଲା । ପରେ ପ୍ରତିପକ୍ଷ ଜାପାନର ଘୱଘୱ ଆକ୍ରମଣଙ୍କୁ ଡିଫେଣ୍ଡ କରିଥିଲେ ଭାରତୀୟ ଡିଫେଣ୍ଡର । ତେବେ ମ୍ୟାଚ ଶେଷ ହେବାକୁ ମାତ୍ର 30 ସେକେଣ୍ଡ ବାକି ଥିବାବେଳେ ଗୁରଜିତ କାଉଣ୍ଟର ଆଟାକ କରିଥିଲେ । ପୁଣି ଏକ ଗୋଲ ଦେଇ 3-1ରେ ଭାରତର ବିଜୟକୁ ସୁନିଶ୍ଚିତ କରିଥିଲେ ।

କ୍ୟାପଟେନ ରାନି ପ୍ଲେଆର ଅଫ ଦି ଟୁର୍ଣ୍ଣାମେଣ୍ଟ ହୋଇଥିବାବେଳେ, ଟୁର୍ଣ୍ଣାମେଣ୍ଟର ସର୍ବାଧିକ ଗୋଲ କରିବା ଖେଳାଳି ହୋଇଛନ୍ତି ଗୁରଜିତ । ତେବେ ଏହା ପୂର୍ବରୁ ପୁରୁଷ ହକି ଦଳ ମଧ୍ୟ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ FIH ପୁରୁଷ ହକି ସିରିଜ ଫାଇନାଲରେ ଚମ୍ପିଆନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

dfgd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.