ETV Bharat / sports

‘କଳିଙ୍ଗ ଷ୍ଟାଡିୟମକୁ ଆସ, ଓଡିଶା ଏଫସିକୁ ସମର୍ଥନ କର’

author img

By

Published : Dec 27, 2019, 7:11 PM IST

ଆଇଏସଏଲର ଚଳିତ ସଂସ୍କରଣରେ ଡେବ୍ୟୁ କରିଥିବା ଓଡିଶା ଏଫସି ପ୍ରଥମ ଥର ତା'ର ଘରୋଇ ଗ୍ରାଉଣ୍ଡରେ ଖେଳିବ ମ୍ୟାଚ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ୍‌ ଖୁସି ପ୍ରକାଶ କରିଛନ୍ତି । ଏଥିସହ ଟ୍ବିଟ କରି ପ୍ରଶଂସକଙ୍କୁ ଷ୍ଟାଡିୟମ ଆସି ଘରୋଇ ଟିମକୁ ସମର୍ଥନ କରିବାକୁ କହିଛନ୍ତି ।

isl-6
isl-6

ଭୁବନେଶ୍ବର: ଆଜି (ଶୁକ୍ରବାର) ଓଡିଶା ଏଫସି ତା'ର ଘରୋଇ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ ଜାମସେଦପୁର ଏଫସି ବିପକ୍ଷରେ ଖେଳିବ । ଏନେଇ କଳିଙ୍ଗ ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ । ତେବେ ଆଜିର ମ୍ୟାଚ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରିଛନ୍ତି ।

isl-6
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@Naveen_Odisha

ସେ ଟ୍ବିଟ କରି ଲେଖିଛନ୍ତି, ଏକ ସ୍ମରଣୀୟ ମ୍ୟାଚ ପାଇଁ ପୁଣି କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ । ଆମର ନିଜର ଟିମ ଓଡିଶା ଏଫସି ଅନ୍ତର୍ଜାତୀୟ ଫୁଟବଲ ପିଚ୍‌ରେ ଜାମସେଦପୁର ଏଫସି ସହ ପ୍ରଥମ ଘରୋଇ ମ୍ୟାଚ ଖେଳିବ । ଏନେଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଷ୍ଟାଡିୟମ ପ୍ରସ୍ତୁତ ହୋଇଛି । ଆମର ଘରୋଇ ଟିମକୁ ସମର୍ଥନ କରିବା ପାଇଁ ଓ ମ୍ୟାଚକୁ ଉପଭୋଗ କରିବାକୁ ଷ୍ଟାଡିୟମରେ ସମସ୍ତ ଫୁଟବଲ ପ୍ରେମୀଙ୍କୁ ସ୍ବାଗତ ।

ସୂଚନାଥାଉକି, ଚଳିତ ଆଇଏସଏଲରେ ଓଡିଶା ଏଫସି ଡେବ୍ୟୁ କରିଛି । ଏବେ ସୁଦ୍ଧା 9ଟି ମ୍ୟାଚରୁ 2ଟିରେ ବିଜୟ, 4ଟିରେ ପରାଜୟ ଓ 3ଟି ଡ୍ର ଖେଳିଛି ।

Intro:Body:

BLA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.