ETV Bharat / sports

ଏଏଫସି କପ ପ୍ଲେ-ଅଫରେ କ୍ଲବ ଇଗଲ୍ସକୁ ଭେଟିବ ବେଙ୍ଗାଲୁରୁ FC

author img

By

Published : May 7, 2021, 8:01 PM IST

ଏଏଫସି କପରେ ଭାଗ ନେବାକୁ ମାଳଦୀପ ଗସ୍ତ କଲା ବେଙ୍ଗାଲୁରୁ ଏଫସି । ଏହି ଟୁର୍ଣ୍ଣାମେଣ୍ଟ ପ୍ଲେ-ଅଫ ମ୍ୟାଚରେ କ୍ଲବ ଇଗଲ୍ସକୁ ଭେଟିବ ବେଙ୍ଗାଲୁରୁ ଏଫସି । ଅଧିକ ପଢ଼ନ୍ତୁ...

ଏଏଫସି କପ ପ୍ଲେ-ଅଫରେ କ୍ଲବ ଇଗଲ୍ସକୁ ଭେଟିବ ବେଙ୍ଗାଲୁରୁ ଏଫସି

ବେଙ୍ଗାଲୁରୁ: ଏଏଫସି କପରେ ଭାଗ ନେବାକୁ ମାଳଦୀପ ଗସ୍ତ କଲା ବେଙ୍ଗାଲୁରୁ ଏଫସି । ଏହି ଟୁର୍ଣ୍ଣାମେଣ୍ଟ ପ୍ଲେ-ଅଫ ମ୍ୟାଚରେ କ୍ଲବ ଇଗଲ୍ସକୁ ଭେଟିବ ବେଙ୍ଗାଲୁରୁ ଏଫସି । ମେ 11 ତାରିଖରେ ଖେଳାଯିବା ଏହି ମ୍ୟାଚ । ଏହାକୁ ନଏଇ ଉଭୟ ବେଙ୍ଗାଲୁରୁ ଏଫସି ଓ କ୍ଲବ ଇଗଲ୍ସ ପକ୍ଷରୁ ସୂଚନ ଦିଆଯାଇଛି ।

ଏଏଫସି କପ୍ ଦ୍ବିତୀୟ ରାଉଣ୍ଡରେ ନେପାଳ ଫୁଟବଲ କ୍ଲବ ତ୍ରିଭୁବନ ଆର୍ମୀ ଏଫସିକୁ 5-0ରେ ପରାଜିତ କରିଥିଲା । ସେପଟେ ଦ୍ବିତୀୟ ରାଉଣ୍ଡରେ କ୍ଲବ ଇଗଲ୍ସ ଓ ଆବାହନି ଲିମିଟେଡ ଢାକା ମଧ୍ୟରେ ବିଜୟୀ ଦଳ ପ୍ଲେ-ଅଫକୁ ଯାଇଥାନ୍ତା । ତେବେ ଆବାହନି ଲିମିଟେଡ ଢାକା ଦେଶରେ କୋରୋନା କୋରୋନା ସଂକ୍ରମଣ ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲା । ଫଳରେ ପ୍ଲେ-ଅଫ ମ୍ୟାଚରେ ସିଧାସଳଖ ପହଞ୍ଚିଛି କ୍ଲବ ଇଗଲ୍ସ ।

ଏହି ପ୍ଲେ-ଅଫ ମ୍ୟାଚରେ ବେଙ୍ଗାଲୁରୁ ଏଫସି ବଜୟ ହେବା ନେଇ ଆକଳନ କରାଯାଉଛି । କାରଣ ତ୍ରିଭୁବନ ଆର୍ମୀ ବିପକ୍ଷରେ ଦଳ ଦମଦାର ପ୍ରଦର୍ଶନ କରିଥିଲା । ଏହି ମ୍ୟାଚରେ ବେଙ୍ଗାଲୁରୁ ଏଫସି ପକ୍ଷରୁ ବ୍ରାଜିଲର କ୍ଲିଟନ ସିଲଭା ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲେ । ଏହାପରେ ରାହୁଲ ଭେକେ ଓ ଅଧିନାୟକ ସୁନିଲ ଛେତ୍ରୀ ମଧ୍ୟ ଦୁଇଟି ଲେଖାଏଁ ଗୋଲ ଦେଇଥିଲେ । ଫଳରେ କ୍ଲବ ଇଗଲ୍ସ ଆଉ ମ୍ୟାଚକୁ ଫେରି ପାରିନଥିଲା ।

ବର୍ତ୍ତମାନ ଏଏଫସି କପ ଜାରି ରହିଥିବା ବେଳେ ଇଣ୍ଡିଆନ ସୁପର ଲିଗର ନୂଆ ସିଜିନ ଅପେକ୍ଷାରେ ରହିଛନ୍ତି ବେଙ୍ଗାଲୁରୁ ଏଫସି କୋଚ୍ ମାର୍କୋ ପେଜୌଲି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଦଳ ଆରମ୍ଭ କରିଥିବା କଥା ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.