ଦୁବାଇ: ଆରମ୍ଭ ହୋଇସାରିଛି ଫଟାଫଟ କ୍ରିକେଟର ମହାକୁମ୍ଭ ICC ଟି-୨୦ ବିଶ୍ବକପ । ରାଉଣ୍ଡ ୧ ପର୍ଯ୍ୟାୟ ମ୍ୟାଚ୍ ଖେଳାଯାଉଥିବାବେଳେ, ସୁପର ୧୨ ଟିମ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି । ଦୁବାଇରେ ଟିମ ଇଣ୍ଡିଆର ମେଣ୍ଟର ମହେନ୍ଦ୍ର ସିଂହ ଧୋନି ଓ ୱେଷ୍ଟଇଣ୍ଡିଜ ଓପନର କ୍ରିସ୍ ଗେଲ୍ଙ୍କ ଏକ ଫଟୋ ଭାଇରାଲ୍ ହେଉଛି । ଉଭୟ କିମ୍ବଦନ୍ତୀ କ୍ରିକେଟର ପରସ୍ପର ସହ କଥା ହେଉଥିବା ନଜର ଆସିଛନ୍ତି ।
-
Two legends 🙌
— BCCI (@BCCI) October 18, 2021 " class="align-text-top noRightClick twitterSection" data="
One memorable moment 👏
When @msdhoni & @henrygayle caught up. 👍 👍#TeamIndia #T20WorldCup pic.twitter.com/mBOyJ3oe2K
">Two legends 🙌
— BCCI (@BCCI) October 18, 2021
One memorable moment 👏
When @msdhoni & @henrygayle caught up. 👍 👍#TeamIndia #T20WorldCup pic.twitter.com/mBOyJ3oe2KTwo legends 🙌
— BCCI (@BCCI) October 18, 2021
One memorable moment 👏
When @msdhoni & @henrygayle caught up. 👍 👍#TeamIndia #T20WorldCup pic.twitter.com/mBOyJ3oe2K
ଏହି ସମୟର ଫଟୋକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିବା ସହ 'ଦୁଇ କିମ୍ବଦନ୍ତୀ, ଗୋଟିଏ ସ୍ମରଣୀୟ ମୂହୂର୍ତ୍ତ' ବୋଲି ଲେଖିଛି । ୱେଷ୍ଟଇଣ୍ଡିଜ କ୍ରିକେଟ ମଧ୍ୟ ଧୋନି, ଡ୍ବାଇନ ବ୍ରାଭୋ, ଋଷଭ ପନ୍ତ, ନିକୋଲାସ ପୁରୋନ ଓ ଗେଲ୍ଙ୍କ ଫଟୋ ସେୟାର କରିଛି ।
ଟିମ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ ଓ ପାକିସ୍ତାନ ବ୍ୟାଟିଂ କୋଚ୍ ମାଥ୍ୟୁ ହେଡେନ ଓ ୱେଷ୍ଟଇଣ୍ଡିଜ କୋଚ୍ ଫିଲ ସିମନ୍ସଙ୍କ ଫଟୋ ମଧ୍ୟ ସେୟାର କରିଛି ଇଣ୍ଡିଜ ବୋର୍ଡ ।
ଭାରତ ସୋମବାର ଟି-୨୦ ବିଶ୍ବକପର ମୁଖ୍ୟ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ପ୍ରଥମ ଅଭ୍ୟାସ ମ୍ୟାଚ୍ରେ ୭ ୱିକେଟରେ ବିଜୟୀ ହୋଇଛି । ଇଶାନ କିଶନ ୭୦ ଓ କେଏଲ ରାହୁଲଙ୍କ ୫୧ ରନ୍ ବଳରେ ଇଂଲଣ୍ଡକୁ ୭ ୱିକେଟରେ ମାତ୍ ଦେବାର ସମର୍ଥ ହେଇଥିଲା ଟିମ ଇଣ୍ଡିଆ । ଅକ୍ଟୋବର ୨୦ରେ ଦ୍ବିତୀୟ ଅଭ୍ୟାସ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ବିରାଟବାହିନୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ