ଦୁବାଇ: ଆରମ୍ଭ ହୋଇସାରିଛି ଫଟାଫଟ କ୍ରିକେଟର ମହାକୁମ୍ଭ ଟି-୨୦ ବିଶ୍ବକପ ପାଇଁ କାଉଣ୍ଟଡାଉନ୍ । ଚଳିତ ମାସ ଶେଷ ଭାଗରେ ଏହି ମେଗା ICC ଇଭେଣ୍ଟ UAE ଓ ଓମାନରେ ଖେଳାଯିବା ନେଇ ସୂଚୀ ରହିଛି । ତେବେ ଷ୍ଟାଡିୟମର ବସି ଟି-୨୦ ବିଶ୍ବକପ ମ୍ୟାଚ୍ର ମଜା ଉଠାଇବାକୁ ଚାହୁଁଥିବା ଦର୍ଶକଙ୍କ ପାଇଁ ଆସିଛି ଖୁସି ଖବର । ଆୟୋଜକଙ୍କ ଘୋଷଣା ଅନୁଯାୟୀ, UAEର ସମସ୍ତ ଭେନ୍ୟୁରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ଷ୍ଟାଡିୟମରେ ଥିବା ଦର୍ଶକ କ୍ଷମତାର ପ୍ରାୟ ୭୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ । ସୋମବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏନେଇ ସ୍ପଷ୍ଟ କରିଛି ।
-
The ICC Men’s #T20WorldCup 2021 is fast approaching!
— T20 World Cup (@T20WorldCup) October 3, 2021 " class="align-text-top noRightClick twitterSection" data="
Be a part of the cricketing carnival and #LiveTheGame 🎉🥳
Ticket booking now OPEN 🎟️ https://t.co/F78P6m0weU pic.twitter.com/tmjYZbHwMn
">The ICC Men’s #T20WorldCup 2021 is fast approaching!
— T20 World Cup (@T20WorldCup) October 3, 2021
Be a part of the cricketing carnival and #LiveTheGame 🎉🥳
Ticket booking now OPEN 🎟️ https://t.co/F78P6m0weU pic.twitter.com/tmjYZbHwMnThe ICC Men’s #T20WorldCup 2021 is fast approaching!
— T20 World Cup (@T20WorldCup) October 3, 2021
Be a part of the cricketing carnival and #LiveTheGame 🎉🥳
Ticket booking now OPEN 🎟️ https://t.co/F78P6m0weU pic.twitter.com/tmjYZbHwMn
''UAE ର ସମସ୍ତ ଭେନ୍ୟୁରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ଷ୍ଟାଡିୟମ ଦର୍ଶକ କ୍ଷମତାର ପ୍ରାୟ ୭୦ ପ୍ରତିଶତମ ଲୋକଙ୍କୁ ବସିବାର ଅୁମତି ମିଳିବ, ସେହିପରି ଆବୁଧାବିରେ ସାମାଜିକ ଦୂରତା ରକ୍ଷା ସହ ପୂର୍ବ ଓ ପଶ୍ଚିମ ଗ୍ରାସ୍ ମାଉଣ୍ଡ୍ସରେ ସର୍ବାଧିକ ୪ଟି ସ୍ଥାନରେ ଦର୍ଶକ ବସିବାର ସୁବିଧା ଉପଲବ୍ଧ ହେବ । ଓମାନ କ୍ରିକେଟ ଏକେଡାମୀରେ ୩,୦୦୦ ଦର୍ଶକଙ୍କ ପାଇଁ ସାମୟିକ ବ୍ୟବସ୍ଥା ରହିଛି ।" ICC ପକ୍ଷରୁ ଏହା କୁହାଯାଇଛି ।
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ମିଳିତ ଭାବେ ଆୟୋଜର ଅଧିକାରୀଙ୍କ ସହ ମିଶି ସମସ୍ତ ଭେନ୍ୟୁରେ COVID-୧୯ ନିୟମ ପାଳନ ସହ ସୁରକ୍ଷିତ ପରିବେଶରେ ଷ୍ଟାଡିୟମରେ ଦର୍ଶକକ ଉପସ୍ଥିତ ରହିବା ନେଇ କାର୍ଯ୍ୟ କରୁଛନ୍ତି ।
ଟି-୨୦ ବିଶ୍ବକପ ସର୍ବବୃହତ କ୍ରୀଡା ଇଭେଣ୍ଟ ହେବାକୁ ଯାଉଛି । ଏଥିସହ ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତିରେ ବୃହତ୍ତମ ଗ୍ଳୋବାଲ କ୍ରିକେଟ ଇଭେଣ୍ଟ ହେବାକୁ ଯାଉଛି ।
ଓମାନ ଓ ପପୁଆ ନ୍ୟୁ ଗିନିଆ ମଧ୍ୟରେ ମସକାଟ୍ରେ ରାଉଣ୍ଡ ୧ ମ୍ୟାଚ୍ରୁ ଟୁର୍ଣ୍ଣାମେଣ୍ଟର ଆରମ୍ଭ ହେବ । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଅକ୍ଟୋବର ୨୩ରେ ଆବୁଧାବିରେ ପ୍ରଥମ ସୁପର୧୨s ମ୍ୟାଚ୍ ଖେଳିବେ । ପରେ ଅକ୍ଟୋବର ୨୩ରେ ଦୁବାଇରେ ୨୦୧୬ ଫାଇନାଲ ମ୍ୟାଚ୍ର ରିପ୍ଲେ ଅର୍ଥାତ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଅକ୍ଟୋବର ୨୪ରେ ଦୁବାଇରେ ମୁହାଁମୁହିଁ ହେବେ । ICCର ସୂଚନା ଅନୁଯାୟୀ, ଓମାନ ଓ UAEରେ ଟିକେଟର ମୂଲ୍ୟ ୧୦ OMR(ଭାରତୀୟ ମୁଦ୍ରାରେ- 1,925.65 ଟଙ୍କା) ଓ ୩୦ AED(ଭାରତୀୟ ମୁଦ୍ରାରେ-605.59 ଟଙ୍କା) ମଧ୍ୟରେ ରହିବ ।
ICC କାର୍ଯ୍ୟକାରୀ ସିଇଓ ଗଫ୍ ଆଲାର୍ଡିସ କହିଛନ୍ତି, "UAE ଓ ଓମାନରେ ହେବାକୁ ଯାଉଥିବା ICC ପୁରୁଷ ଟି-୨୦ ବିଶ୍ବକପରେ ଦର୍ଶକଙ୍କ ଉପସ୍ଥିତି ପାଇଁ ଅନୁମତି ମିଳିଥିବାରୁ ଅନ୍ତର୍ଜାତୀୟ କ୍ରିକେଟକୁ ଫ୍ୟାନ୍ସଙ୍କୁ ସ୍ବାଗତ କରିବାକୁ ଉତ୍ସାହିତ । ଆୟୋଜକ BCCI, ଏମିରେଟ୍ସ କ୍ରିକେଟ ବୋର୍ଡ(ECB) ଓ ଓମାନ କ୍ରିକେଟକୁ ଧନ୍ୟବାଦ । ସୁରକ୍ଷିତ ପରିବେଶରେ ଫ୍ୟାନ୍ସଙ୍କୁ ସାମିଲ କରାଯାଉଥିବାରୁ ସ୍ଥାନୀୟ ସରକାରଙ୍କ ସକରାତ୍ମକ ଭୂମିକାକୁ ମଧ୍ୟ ଧନ୍ୟବାଦ ।"
ବ୍ୟୁରୋ, ରିପୋର୍ଟ, ଇଟିଭି ଭାରତ