ETV Bharat / sports

ପୁଣି ଚର୍ଚ୍ଚାରେ କୋହଲି-ଗାଙ୍ଗୁଲି ବିବାଦ; ବିରାଟ ଅଧିନାୟକତ୍ବ ଛାଡ଼ିବା ନେଇ ଦାଦାଙ୍କ ବଡ଼ ବୟାନ

author img

By ETV Bharat Odisha Team

Published : Dec 5, 2023, 9:46 PM IST

ପୁଣି ଚର୍ଚ୍ଚାରେ ବିରାଟ କୋହଲି ଅଧିନାୟକ ପଦ ଛାଡ଼ିବା ପ୍ରସଙ୍ଗ । ଏକ ରିୟଲିଟି ଶୋ'ରେ ବଡ଼ ବୟାନ ଦେଲେ ତତ୍କାଳୀନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । କହିଲେ ବିରାଟଙ୍କୁ ନେତୃତ୍ବ ଛାଡ଼ିବାକୁ ମୁଁ କହିନାହିଁ । ଅଧିକ ପଢ଼ନ୍ତୁ

ବିରାଟ ଅଧିନାୟକତ୍ବ ଛାଡ଼ିବା ନେଇ ଦାଦାଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଷ୍ଟାର ବ୍ୟାଟର ବିରାଟ କୋହଲି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକତ୍ବ ଛାଡ଼ିବା ପରେ ଏବେ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଏହି ପ୍ରସଙ୍ଗ ସାମାଜିକ ଗଣମାଧ୍ୟରେ ଚର୍ଚ୍ଚାର ପରିସରକୁ ଆସିଛି । ସେତେବେଳେ ବିସିସିଆଇ ଅଧ୍ୟକ୍ଷ ଥିବା ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି ପ୍ରଶଂସକଙ୍କ ଟାର୍ଗେଟ୍‌କୁ ଆସିଥିଲେ । ବିରାଟ ଅଧିନାୟକ ପଦ ଛାଡ଼ିବା ପଛରେ ଗାଙ୍ଗୁଲି ହିଁ ଦାୟୀ ବୋଲି ସମସ୍ତେ କହିଥିଲେ । ହେଲେ ଏବେ ସେହି ପୁରୁଣା ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ସୌରଭ ଗାଙ୍ଗୁଲି । ଏକ ରିୟଲିଟି ଶୋ'ରେ କୌହଲିଙ୍କ ଅଧିନାୟକ ପଦ ଛାଡ଼ିବା ପ୍ରସଙ୍ଗରେ ଏକ ବଡ଼ ଖୁଲାସା କରିଛନ୍ତି ଦାଦା । ଯାହା ପୁଣିଥରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି ।

  • I didn't remove Virat from captaincy. I told him,if you're not interested to lead in T20ls, it's better if you step down from entire white-ball cricket. Let there be a white-ball captain and a red-ball captain

    SOURAV GANGULY 🗣️ pic.twitter.com/5KCQcQGE6Y

    — O x y g e n X (@imOxYoX18) December 5, 2023 " class="align-text-top noRightClick twitterSection" data=" ">

ଏହି ରିୟଲିଟି ଶୋ'ରେ ଗାଙ୍ଗୁଲି କହିଛନ୍ତି, "ମୁଁ ବିରାଟଙ୍କୁ ଅଧିନାୟକ ପଦ ଛାଡ଼ିବାକୁ କେବେ କହିନାହିଁ । ବିରାଟ ‌ଯେତେବେଳେ କହିଲେ ଯେ ସେ ଟି୨୦ ଦଳର ଅଧିନାୟକତ୍ବ ଛାଡିବାକୁ ଚାହୁଁଛନ୍ତି, ମୁଁ କେବଳ ତାଙ୍କୁ କହିଥିଲି, ଯଦି ତମେ ଟି୨୦ କ୍ରିକେଟ୍‌ରେ ନେତୃତ୍ବ ନେବାକୁ ଚାହୁଁନାହଁ, ତେବେ ଭଲ ହେବ ତୁମେ ପୂରା ସୀମିତ ଓଭର କ୍ରିକେଟ୍‌ରୁ ଅଧିନାୟକ ପଦରୁ ହଟିଯାଅ । ସୀମିତ ଓଭର କ୍ରିକେଟ୍‌ ଦଳର ଜଣେ ଅଧିନାୟକ ଓ ଟେଷ୍ଟ କ୍ରିକେଟ୍‌ରେ ଜଣେ ଅଧିନାୟକ ହେବାକୁ ଦିଅ ।" ତେବେ ଏହାପରେ କୋହଲି ନିଜ ଇଚ୍ଛାରେ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି ଗାଙ୍ଗୁଲି ।

ଏହା ମଧ୍ୟ ପଢ଼ନ୍ତୁ...କୋହଲି ଟେଷ୍ଟ୍‌ ଅଧିନାୟକ ପଦ ଛାଡ଼ନ୍ତୁ ବୋଲି ବିସିସିଆଇ ପ୍ରସ୍ତୁତ ନଥିଲା: ସୌରଭ ଗାଙ୍ଗୁଲି

ପ୍ରକାଶ ଥାଉ, ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନୀ ନିଜ ପଦ ଛାଡ଼ିବା ପରେ ୨୦୧୭ ଜାନୁଆରୀରୁ ଦଳର ନେତୃତ୍ବ ନେଇଥିଲେ ବିରାଟ କୋହଲି । ଏହାପରେ ଟି୨୦ ବିଶ୍ବକପ୍‌ ୨୦୨୧ରେ ଭାରତର ପରାଜୟ ପରେ କୋହଲି ଭାରତୀୟ ଟି୨୦ ଦଳର ଅଧିନାୟକତ୍ବ ଛାଡ଼ିଥିଲେ । ଏହାପରେ ତାଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ମଧ୍ୟ ହଟାଇ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଥିଲା । ଏହାର କିଛିଦିନ ପରେ ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକତ୍ବ ନିଜଆଡ଼ୁ ଛାଡ଼ୁଥିବା ଘୋଷଣା କରିଥିଲେ ଏହି ଷ୍ଟାର ବ୍ୟାଟର । ଏହାପରେ ଭାରତୀୟ ପ୍ରଶଂସକ ତତ୍କାଳୀନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଟାର୍ଗେଟ୍‌ କରିଥିଲେ । କୋହଲିଙ୍କ ସହ ତାଙ୍କର ସମ୍ପର୍କ ଖରାପ ଥିବାରୁ ସେ ରୋହିତଙ୍କୁ ଅଧିନାୟକ କରିବାକୁ ଚାହୁଁଥିଲେ ବୋଲି ଚର୍ଚ୍ଚା ହୋଇଥିଲା । ସେଥିପାଇଁ ଜାଣିଶୁଣି ବିସିସିଆଇ କୋହଲିଙ୍କୁ ତାଙ୍କ ପଦରୁ ହଟାଇଥିବା କୁହାଯାଇଥିଲା । ପରବର୍ତ୍ତୀ ସମୟରେ କୋହଲି ନିଜେ ଖୁଲାସା କରିଥିଲେ ଯେ, ତାଙ୍କୁ ଟି୨୦ ଦଳର ଅଧିନାୟକତ୍ବ ଛାଡିବାବେଳେ କେହି ବାରଣ କରିନଥିଲେ । ଯାହା ଚର୍ଚ୍ଚାକୁ ଆହୁରି ଦ୍ବିଗୁଣିତ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.