ETV Bharat / sports

ଶୁଭମନ ଗିଲ ଜାନୁଆରୀର ଶ୍ରେଷ୍ଠ ଖେଳାଳି - ଆଇସିସି ମାସିକ ପୁରସ୍କାର

ଭାରତୀୟ ଯୁବ କ୍ରିକେଟର ଶୁଭମନ ଗିଲ ଆଇସିସି ପ୍ଲେୟାର ଅଫ ଜାନୁଆରୀ ବିବେଚିତ ହୋଇଛନ୍ତି । ଅଧିକ ପଢନ୍ତୁ

shubhman gill player of january
ଶୁଭମନ ଗିଲ ଜାନୁଆରୀର ଶ୍ରେଷ୍ଠ ଖେଳାଳି
author img

By

Published : Feb 14, 2023, 11:05 AM IST

ହାଇଦ୍ରାବାଦ: ଭାରତୀୟ କ୍ରିକେଟର ଶୁଭମନ ଗିଲଙ୍କୁ ଆଇସିସି ମାସିକ ପୁରସ୍କାର । ଜାନୁଆରୀ ମାସର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ଶୁଭମନ ଗିଲ । ଟିମ୍‌ ଇଣ୍ଡିଆର ଯୁବ ଓପନର ଜାନୁଆରୀ ମାସର ଶ୍ରେଷ୍ଠ ଖେଳାଳି ଭାବେ ICC ମାସିକ ପୁରସ୍କାର ପାଇଛନ୍ତି । ନ୍ୟୁଜିଲାଣ୍ଡର ଡେଭନ କନୱେ ଏବଂ ଭାରତୀୟ ପେସ ବୋଲର ମହମ୍ମଦ ସିରାଜଙ୍କୁ ପଛରେ ପକାଇ ଏହି ପୁରସ୍କାର ହାସଲ କରିଛନ୍ତି ।

ଜାନୁଆରୀ ମାସରେ ଶୁଭମନଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ମୋଟ 11ଟି ମ୍ୟାଚ ଖେଳିଥିଲେ । ସେଥିରୁ 6ଟି ଦିନିକିଆ ଓ 5ଟି ଟି-20 ମ୍ୟାଚ ରହିଥିଲା । ସେଥିରେ ଶୁଭମନଙ୍କ ନାମରେ 3ଟି ଶତକ ରହିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ଶୁଭମନ ଦ୍ବିଶତକ ହାସଲ କରିଥିଲେ । 149 ବଲରୁ 208 ରନ କରିଥିଲେ । 19ଟି ଚୌକା ଓ 9ଟି ଛକା ମାରିଥିଲେ ଶୁଭମନ । ସେହିପରି ଦ୍ବିତୀୟ ଓ ତୃତୀୟ ଦିନିକିଆରେ ଯଥାକ୍ରମେ 40 ଓ 112ରନ ସଂଗ୍ରହ କରିଥିଲେ । ଭାରତ 3-0ରେ ସିରିଜ କବଜା କରିଥିଲା । ସେହିପରି ମହିଳା କ୍ରିକେଟରେ 19 ବର୍ଷରୁ କମ ଇଂଲଣ୍ଡ ଦଳର ଅଧିନାୟିକା ଗ୍ରେସ ସ୍କ୍ରିଭେନ୍ସ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି ।

ଏହା ବି ପଢନ୍ତୁ...IND vs AUS 3rd Test: ବଦଳିଲା ତୃତୀୟ ଟେଷ୍ଟ ଭେନ୍ୟୁ, ଧର୍ମଶାଳା ନୁହେଁ ଇନ୍ଦୋରରେ ହେବ ମ୍ୟାଚ

ପ୍ରକାଶ ଥାଉ କି ବର୍ତ୍ତମାନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟେଷ୍ଟ ସିିରିଜ ଜାରି ରହିଛି । ପ୍ରଥମ ଟେଷ୍ଟ ଜିତି ଭାରତ 1-0ରେ ଆଗୁଆ ରହିଛି । ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ 4ଟି ମ୍ୟାଚ ଖେଳାଯିବ । ଫେବୃଆରୀ 9 ତାରିଖରୁ 13 ତାରିଖ ଯାଏଁ ନାଗପୁରରେ ପ୍ରଥମ ଟେଷ୍ଟ ଖେଳାଯାଇଥିଲା । ମାତ୍ର ଅଢେଇ ଦିନରେ ଖେଳ ଶେଷ କରି କଙ୍ଗାରୁ ଦଳକୁ ଚିତ୍‌ପଟ୍ଟାଙ୍ଗ୍‌ କରିଥିଲା ଭାରତୀୟ ଦଳ । ଏହାପରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଫେବୃଆରୀ 17ରୁ 21 ତାରିଖ ଯାଏଁ ଦ୍ବିତୀୟ ଟେଷ୍ଟ ଖେଳାଯିବାକୁ ଥିବାବେଳେ ଇନ୍ଦୋରରେ ମାର୍ଚ୍ଚ 1ରୁ 5 ତାରିଖ ଯାଏଁ ତୃତୀୟ ଟେଷ୍ଟ ଖେଳାଯିବ । ଏହାପରେ ଚତୁର୍ଥ ଟେଷ୍ଟ ମାର୍ଚ୍ଚ 9ରୁ 13 ଯାଏଁ ଅହମ୍ମଦାବାଦରେ ଖେଳାଯିବ । ମୁମ୍ବାଇରେ 17 ମାର୍ଚ୍ଚରେ ପ୍ରଥମ ଦିନିକିଆ, ବିଶାଖାପାଟନମରେ 19 ମାର୍ଚ୍ଚରେ ଦ୍ବିତୀୟ ଦିନିକିଆ ଓ 22 ମାର୍ଚ୍ଚରେ ଚେନ୍ନାଇରେ ତୃତୀୟ ଦିନିକିଆ ଖେଳାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.