ETV Bharat / sports

ସୁର ସାମ୍ରାଜ୍ଞୀଙ୍କୁ ସଚିନଙ୍କ ଶେଷ ଶ୍ରଦ୍ଧାଞ୍ଜଳି - ଭାରତ ରତ୍ନ ଲତା ମଙ୍ଗେସକର

କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କୁ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କର ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅଧିକ ପଢନ୍ତୁ

Sachin Tendulkar pays last respects to Lata Mangeshkar at Mumbai's Breach Candy hospital
ସୁର ସାମ୍ରାଜ୍ଞୀଙ୍କୁ ସଚିନ ତେନ୍ଦୁଲକରଙ୍କ ଶେଷ ଶ୍ରଦ୍ଧାଞ୍ଜଳୀ
author img

By

Published : Feb 6, 2022, 4:53 PM IST

ମୁମ୍ବାଇ: କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କୁ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ରବିବାର ତାଙ୍କର ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅସୁସ୍ଥତା ଯୋଗୁଁ ଭାରତରତ୍ନ ଲତା ମଙ୍ଗେସକରଙ୍କ ଦେହାନ୍ତ ପରେ ଶୋକରେ ରହିଛି ସାରା ଦେଶ । ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ ଯେଉଁଠାରେ କିମ୍ବଦନ୍ତୀ ଗାୟିକା ଚିକିତ୍ସିତ ହେଉଥିଲେ ତଥା ଶେଷ ନିଶ୍ୟାସ ତ୍ୟାଗ କରିଥିଲେ ସଚିନ ସେଠାରେ ପହଞ୍ଚିଥିଲେ ।

ଏହାମଧ୍ୟ ପଢନ୍ତୁ: Ind vs WI: ସୁର ସାମ୍ରାଜ୍ଞୀଙ୍କୁ ଟିମ ଇଣ୍ଡିଆର ଶ୍ରଦ୍ଧାଞ୍ଜଳୀ, ନୀରବ ପ୍ରାର୍ଥନା

ଭାରତ ପାଇଁ ରବିବାର ଏକ କଳାଦିନ ହୋଇଛି । ୯୨ ବର୍ଷରେ ସମସ୍ତ ଦେଶବାସୀଙ୍କ ପ୍ରିୟ ଭାରତ ରତ୍ନ ଲତା ମଙ୍ଗେସକର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । COVID-19ରେ ସଂକ୍ରମିତ ହେବାପରେ ତାଙ୍କୁ ଜାନୁଆରୀ ୮ ତାରିଖରେ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ କୋଭିଡରୁ ସୁସ୍ଥ ହେଉଥିଲେ ମଧ୍ୟ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ଶନିବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଥିଲା ।

ଲତା ମଙ୍ଗେସକରଙ୍କ ଦେହାନ୍ତରେ ଦୁଇଦିନ ରାଷ୍ଟ୍ରୀୟ ଶୋକ ପାଳନ ହେବ । ଏଥିସହ ତାଙ୍କ ସମ୍ମାନରେ ଜାତୀୟ ପତାକା ଦୁଇଦିନ ଅର୍ଧନମିତ ରହିବ । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.