ETV Bharat / sports

ଚେପକରେ ମୁମ୍ବାଇ ଚମକ; 13 ରନରେ ଜିତିଲା ମ୍ୟାଚ - ipl

ଆଇପିଏଲର ନବମ ଲିଗରେ ସନରାଇର୍ଜସ ହାଇଦ୍ରାବାଦକୁ 13 ରନରେ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ । ଅଧିକ ପଢନ୍ତୁ...

ମୁମ୍ବାଇ ଚମକ
ମୁମ୍ବାଇ ଚମକ
author img

By

Published : Apr 18, 2021, 7:07 AM IST

Updated : Apr 18, 2021, 10:47 AM IST

ଚେନ୍ନାଇ: ଚେପକରେ ଚମକିଲା ମୁମ୍ବାଇ । ଚଳିତ ଆଇପିଏଲରେ ଚମତ୍କାର ପ୍ରର୍ଦଶନ କରି କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ରାହୁଲ, ଚହର ଓ ଟ୍ରେଣ୍ଟ ବୋଳ୍ଟଙ୍କ ଚମତ୍କାର ବୋଲିଂ ବଳରେ 13 ରନରେ ସନରାଇର୍ଜସକୁ ହରାଇଛି ଇଣ୍ଡିଆନ୍ସ ।

ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ପ୍ରଥମେ ରୋହିତ ଶର୍ମା ଓ କ୍ବିଣ୍ଟନ ଡି କକ୍ ପାଳି ଆରମ୍ଭ କରିଥିଲେ । ରୋହିତ କିଛି ଚମତ୍କାର ସଟ ଖେଳିଥିଲେ । ପ୍ରଥମ ୱିକେଟ ପତନ ବେଳକୁ ମୁମ୍ବାଇ 55ରନ କରିଥିଲା । 25ଟି ବଲରୁ 2ଟି ଚୌକା ଓ 2 ଛକା ବଳରେ 32ରନ୍ କରି ରୋହିତ ଆଉଟ ହୋଇଥିଲେ। ଏହା ପରେ ବ୍ୟାଟିଂ କରିବାକୁ ଆସିଥିଲେ ସୂର୍ଯ୍ୟକୁମାର ମାତ୍ର 10 ରଲ କରି ପାଭିଲିୟନ ଫେରିଥିଲେ । ଉଭୟଙ୍କ ୱିକେଟ ହାତେଇଥିଲେ ବିଜୟ ଶଙ୍କର । ଏହା ପରେ ଡି କକ୍ ଦଳକୁ ସମ୍ଭାଳି ସ୍କୋରକୁ ଆଗକୁ ନେଇଥିଲେ । 14 ତମ ଓଭରରେ ଡି କକ୍ 40 ରନ କରି ଆଉଟ ହେବା ପରେ ମୁମ୍ବାଇର ରନ ଗତିରେ ବ୍ରେକ ଲାଗିଥିଲା । ବିଶାଳ ସ୍କୋର କରିବାର ଆଶା କରାଯାଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ 98 ରନ କରି 3ଟି ପ୍ରମୁଖ ୱିକେଟ ହରାଇଥିଲା । ଇଷାନ କିଷନ(12) ଓ ହାର୍ଦ୍ଦିକ ପାଣ୍ଡିଆ(7) ରନ କରି ଦର୍ଶକଙ୍କୁ ନିରାଶ କରିଥିଲେ । ଅନ୍ତିମ ଭାଗରେ କିରେନ ପୋର୍ଲାଟ 35 ରନ ସଂଗ୍ରହ କରି ଦଳୀୟ ସ୍କୋରକୁ 150ରେ ପହଞ୍ଚାଇଥିଲେ । ସନରାଇର୍ଜସକୁ 151 ରନର ବିଜୟ ଲକ୍ଷ୍ୟ ଦେଇଥିଲେ ।

151ରନ ବିଜୟ ଲକ୍ଷ୍ୟରେ ବ୍ୟାଟିଂ ଆରମ୍ଭ କରିଥିଲା ସନରାଇର୍ଜସ । ଦୁଇ ଓପନର ଡେଭିଡ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋ ପ୍ରଥମେ ଆକ୍ରାମଣାତ୍ମକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଦୁଇଜଣ 66ରନର ଭାଗିଦାରୀ କରିଥିଲେ । 21ଟି ବଲରୁ 43 ରନ କରି ବେୟାରଷ୍ଟୋ କୁନାଲଙ୍କ ବଲରେ ଆଉଟ ହୋଇଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ 2 ରନ କରି ପାଭିଲିୟନ ଫେରିଥିଲେ । ୱାର୍ଣ୍ଣର ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ 90 ରନରେ ପହଞ୍ଚାଇଥିଲେ । ୱାର୍ଣ୍ଣର 36 ରନ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ ମ୍ୟାଚର ମୋଡ ବଦଳି ଯାଇଥିଲା । ରାହୁଲ ଚହରଙ୍କ ଚମକ ଦେଖିବାକୁ ମିଳିଥିଲା । ଚହରଙ୍କ ଶୃଙ୍ଖଳିତ ବୋଲିଂରେ ସରରାଇର୍ଜସ 3ଟି ୱିକେଟ ହରାଇଥିଲା । 104 ରନ ବେଳକୁ ହାଇଦ୍ରାବାଦ 5 ୱିକେଟ ହରାଇଥିଲା । ବିଜୟ ଶଙ୍କର କିଛି ଉତ୍ତମ ସଟ ଖେଳି ବିଜୟ ଆଶା ଉଜ୍ଜୀବିତ ରଖିଥିଲେ । ମାତ୍ର ଏ ଆଶା ମଉଲି ଯାଇଥିଲା । 19ତମ ଓଭରରେ ବିଜୟ ଆଉଟ ହୋଇଥିଲେ । ହାଇଦ୍ରାବାଦ 137 ରନ କରି ଅଲଆଉଟ ହୋଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ମ୍ୟଚଟିକୁ 13ରେ ଜିତି ନେଇଛି । ହାଇଦ୍ରାବାଦରେ ଏହା ଲଗାତାର ତୃତୀୟ ପରାଜୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 18, 2021, 10:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.