ETV Bharat / sports

IPL-2021: ହ୍ୟାଟ୍ରିକ ପରାଜୟ ପରେ ସମ୍ମାନ ରଖିଲା ମୁମ୍ବାଇ

ହ୍ୟାଟ୍ରିକ ପରାଜୟ ପରେ ବିଜୟ ଧାରାକୁ ଫେରିଲା ମୁମ୍ବାଇ ଇଣ୍ଡିଆନ୍ସ । ୬ ୱିକେଟରେ କେକେଆରକୁ ହରାଇ ସମ୍ମାନ ରକ୍ଷା କରିପାରିଛି ମୁମ୍ବାଇ । ଅଧିକ ପଢନ୍ତୁ...

author img

By

Published : Sep 29, 2021, 7:28 AM IST

IPL-2021: ହ୍ୟାଟ୍ରିକ ପରାଜୟ ପରେ ସମ୍ମାନ ରଖିଲା ମୁମ୍ବାଇ
IPL-2021: ହ୍ୟାଟ୍ରିକ ପରାଜୟ ପରେ ସମ୍ମାନ ରଖିଲା ମୁମ୍ବାଇ

ଦୁବାଇ: ହ୍ୟାଟ୍ରିକ ପରାଜୟ ପରେ ତାରକା ଖଚ୍ଚିତ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଧାରାକୁ ଫେରିଛି । IPLର ୪୨ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୬ ୱିକେଟରେ ହରାଇ ସମ୍ମାନ ରକ୍ଷା କରିପାରିଛି ମୁମ୍ବାଇ ।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ ୬ ୱିକେଟ ହରାଇ ୧୩୫ ରନ୍ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୯ ଓଭରରେ ୪ ୱିକେଟ ହରାଇ ବିଜୟୀ ହୋଇଛି । ତେବେ ଏହି ବିଜୟ ସହ ୧୦ ପଏଣ୍ଟ ହାସଲ କରି ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ତାଲିକାର ପଞ୍ଚମକୁ ଉନ୍ନୀତ ହୋଇଛି । ସେପଟେ ସମାନ ସଂଖ୍ୟକ ପଏଣ୍ଟ ସହ କୋଲକାତା ନାଇଟ ରାଇଡର୍ସ ୪ର୍ଥ ସ୍ଥାନରେ ରହିଛି ।

ଶେଖ ଯାୟେଦ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପଞ୍ଜାବର ଲୋକେଶ ରାହୁଲ ଓ ମନଦୀପ ସିଂହ ପାଳି ଆରମ୍ଭ କରିଥିଲେ । ଦଳୀୟ ସ୍କୋର ୨୧ ବେଳେ ମନଦୀପଙ୍କୁ ୧୫ ରନରେ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ କୃନାଲ ପାଣ୍ଡ୍ୟା । ପରବର୍ତ୍ତୀ ଓଭରରେ କିରନ୍ ପୋଲାଡ୍ ବିଚକ୍ଷଣ ବୋଲିଂ କରି କ୍ରିସ୍ ଗେଲଙ୍କୁ ୧ ରନ୍ ଏବଂ ଲୋକେଶ ରାହୁଲଙ୍କୁ ୨୧ ରନରେ ଆଉଟ୍ କରି ନେଇଥିଲେ । ୪୮ ରନ୍ ବେଳକୁ ଦଳ ୪ ୱିକେଟ ହରାଇଥିଲା । ଏହାପରେ ଦୀପକ ହୁଡ୍ଡା ଏବଂ ମାର୍କରମ ଦଳର ସ୍ଥିତି ସୁଧାରିବାକୁ ସଙ୍ଘର୍ଷ କରିଥିଲେ । ପଞ୍ଚମ ୱିକେଟରେ ଉଭୟ ୬୧ ରନ୍ ଯୋଗ କରି ଦଳୀୟ ସ୍କୋରକୁ ୧୦୯ରେ ପହଞ୍ଚାଇଥିଲେ ।

ଏହାପରେ ମାର୍କରମ୍ ୪୨ରେ ରାହୁଲ ଚହରଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ୍ ଫେରି ଯାଇଥିଲେ । ହୁଡ୍ଡା ଏବଂ ହରପ୍ରୀତ ବ୍ରାର ଉପଯୋଗୀ ପାଳି ଖେଳି ଦଳୀୟ ସ୍କୋରକୁ ୧୩୫ ରନରେ ପହଞ୍ଚାଇଥିଲେ ।

ସେପଟେ ଆଇପିଏଲରେ ୧୩୫ ରନ୍ ସାମାନ୍ୟ ମନେ ହେଉଥିଲେ ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ମୁମ୍ବାଇ ପାଇଁ ଚିନ୍ତାରେ ପକାଇ ଦେଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପୋଲାର୍ଡ ଦୃଢ ବ୍ୟାଟିଂ କରି ମୁମ୍ବାଇକୁ ବିଜୟୀ କରାଇଥିଲେ। ପାଣ୍ଡ୍ୟା ଧୁଆଁଧାର ବ୍ୟାଟିଂ କରି ୩୦ଟି ବଲରୁ ୪ଟି ଚୌକା ଏବଂ ୨ଟି ଛକା ବଳରେ ଅପରାଜିତ ୪୦ ରନ୍ କରିପାରିଥିଲେ । ସେହିପରି ପୋଲାର୍ଡ ୧୫ ରନ୍ କରି ଦଳକୁ ବିଜୟ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.