ETV Bharat / sports

IPL 2022: ଚେନ୍ନାଇର ପ୍ଲେ-ଅଫ୍‌ ଆଶା ଧୂଳିଶାତ୍‌ କଲା ମୁମ୍ବାଇ

author img

By

Published : May 13, 2022, 9:55 AM IST

ଆଇପିଏଲ ଟୁର୍ଣ୍ଣାମେଣ୍ଟର ସବୁଠୁ ଦୁଇ ସଫଳତମ ଓ ଶକ୍ତିଶାଳୀ ଦଳ ମୁମ୍ବାଇ ଇଣ୍ଡିଆନ୍ସ(MI) ଓ ଚେନ୍ନାଇ ସୁପରକିଙ୍ଗ୍ସ(CSK) ପାଇଁ ଚଳିତ ଆଇପିଏଲ ସଂସ୍କରଣ(IPL 2022) ଦୁଃସ୍ବପ୍ନ ପରି ହୋଇଛି । ପ୍ଲେ ଅଫ୍‌ ଦୌଡରୁ ବାଦ ପଡିସାରିଛନ୍ତି ଉଭୟ ଟିମ । ଅଧିକ ପଢନ୍ତୁ

ମଉଳିଲା ଚେନ୍ନାଇ ପ୍ଲେ ଅଫ ଆଶା
ମଉଳିଲା ଚେନ୍ନାଇ ପ୍ଲେ ଅଫ ଆଶା

ମୁମ୍ବାଇ: ଆଇପିଏଲ ଟୁର୍ଣ୍ଣାମେଣ୍ଟର ସବୁଠୁ ଦୁଇ ସଫଳତମ ଓ ଶକ୍ତିଶାଳୀ ଦଳ ମୁମ୍ବାଇ ଇଣ୍ଡିଆନ୍ସ(MI) ଓ ଚେନ୍ନାଇ ସୁପରକିଙ୍ଗ୍ସ(CSK) ପାଇଁ ଚଳିତ ଆଇପିଏଲ ସଂସ୍କରଣ(IPL 2022) ଦୁଃସ୍ବପ୍ନ ପରି ହୋଇଛି । ପ୍ଲେ ଅଫ୍‌ ଦୌଡରୁ ବାଦ ପଡିସାରିଛନ୍ତି ଉଭୟ ଟିମ । ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ, ପୂର୍ବରୁ ବାଦ ପଡିସାରିଥିବାବେଳେ ଗୁରୁବାର ସନ୍ଧ୍ୟାରେ ପରାଜୟ ପରେ ଭେଟେରାନ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତାଧୀନ ଟିମର ପ୍ଲେ-ଅଫ ଆଶା ମଉଳି ଯାଇଛି । ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର 58ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଓ ଚେନ୍ନାଇ । ଏହି ମ୍ୟାଚ୍‌ରେ ଚେନ୍ନାଇକୁ 5 ୱିକେଟରେ ପରାସ୍ତ କରିଛି ରୋହିତ ଶର୍ମାଙ୍କ ଟିମ । ଘାତକ ବୋଲିଂ ପ୍ରଦର୍ଶନ ପାଇଁ ଡାନିଲ ସାମ୍ସ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

#MumbaiIndians register their third win of the season!

The Rohit Sharma -led unit beat #CSK by 5 wickets to bag two more points. 👏 👏

Scorecard ▶️ https://t.co/c5Cs6DHILi #TATAIPL #CSKvMI pic.twitter.com/gqV7iL5f4I

— IndianPremierLeague (@IPL) May 12, 2022

ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଚେନ୍ନାଇ । 1 ରନ୍ କରି ଥିବାବେଳେ ଡେଭନ କନୱେ ଡାନିଏଲ ସାମ୍ସଙ୍କ ଶିକାର ହୋଇଥିଲେ । କନୱେଙ୍କ ପରେ ପରେ ମୋଇନ ଅଲ୍ଲି, ରବିନ ଉଥାପ୍ପା ଋତୁରାଜ ଗାଏକ୍ବାଡ ପାଭିଲିୟନ ଫେରିଥିଲେ । ଫଳରେ ପାୱାର-ପ୍ଲେରେ 5 ୱିକେଟ ହରାଇ ଅଲୋଡା ରେକର୍ଡ କରିଥିଲା ଟିମ୍ । ଏହାପରେ ଅମ୍ବାତି ରାୟୁଡୁଙ୍କ ସାଥ୍ ଦେବାକୁ ମୈଦାନକୁ ଆସିଥିଲେ କ୍ୟାପଟେନ୍‌ ମହେନ୍ଦ୍ର ସିଂ ଧୋନି । ଧୋନି ଗୋଟିଏ ପାଖ ସମ୍ଭାଳିଥିଲେ ସୁଦ୍ଧା ଅନ୍ୟ କୌଣସି ଖେଳାଳି ପଡିଆରେ ବେଶୀ ସମୟ ତିଷ୍ଠିପାରି ନଥିଲେ । ଫଳରେ ଦଳ ମାତ୍ର 16 ଓଭର ଖେଳି 97 ରନ ସକ୍ଷମ ହୋଇଥିଲା । ଶେଷ ପର୍ଯ୍ୟନ୍ତ ଅପରାଜୟ ରହି ଧୋନି 33 ବଲରେ 36 ରନ ସଂଗ୍ରହ କରିଥିଲେ । ଅନ୍ୟପଟେ ମୁମ୍ବାଇ ପକ୍ଷରୁ ଡାନିଏଲ ସାମ୍ସ ୩ଟି, ରିଲେ ମେରଡିଥ ଓ କୁମାର କାର୍ତ୍ତିକେୟ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

98 ରନର ଛୋଟିଆ ବିଜୟ ଲକ୍ଷ୍ୟ ନେଇ ଇଂନିସ ଆରମ୍ଭ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ପାଇଁ ମଧ୍ୟ କଷ୍ଟକର ହୋଇଯାଇଥିଲା । ମୁକେଶ ଚୌଧୁରୀ ଓ ସିମରଜିତ ସିଂହଙ୍କ ମୁକାବିଲା କରି ନପାରି ମୁମ୍ବାଇ ଇଣ୍ଡିଆନ୍ସ 33ରନରେ 4ଟି ୱିକେଟ ହରାଇଥିଲେ । ମୁକେଶ 3ଟି ୱିକେଟ ନେଇଥିଲେ । ଇଶାନ କିଶନ 6, ରୋହିତ ଶର୍ମା 18, ଡାନିଏଲ ସାମ୍ସ 1 ଓ ଟ୍ରିଷ୍ଟାନ ଷ୍ଟବ୍ସ ବିନା ରନରେ ପାଭିଲିୟନ ଫେରିଥିଲେ । ତିଲକ ବର୍ମାଙ୍କ ସହ ହ୍ରିତିକ ସୋନିକ ବ୍ୟାଟିଂ କରି 48 ରନ ଭାଗିଦାରୀ କରିଥିଲେ । ଦଳୀୟ ସ୍କୋର 81ରେ 18 ରନ କରି ଆଉଟ ହୋଇଥିଲେ ସୋକିନ । ବର୍ମା 34 ଓ ଟିମ ଡେଭିଡ 16 ରନ କରି ଅପରାଜିତ ରହି ଦଳକୁ ବିଜୟୀ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ମୁମ୍ବାଇ: ଆଇପିଏଲ ଟୁର୍ଣ୍ଣାମେଣ୍ଟର ସବୁଠୁ ଦୁଇ ସଫଳତମ ଓ ଶକ୍ତିଶାଳୀ ଦଳ ମୁମ୍ବାଇ ଇଣ୍ଡିଆନ୍ସ(MI) ଓ ଚେନ୍ନାଇ ସୁପରକିଙ୍ଗ୍ସ(CSK) ପାଇଁ ଚଳିତ ଆଇପିଏଲ ସଂସ୍କରଣ(IPL 2022) ଦୁଃସ୍ବପ୍ନ ପରି ହୋଇଛି । ପ୍ଲେ ଅଫ୍‌ ଦୌଡରୁ ବାଦ ପଡିସାରିଛନ୍ତି ଉଭୟ ଟିମ । ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ, ପୂର୍ବରୁ ବାଦ ପଡିସାରିଥିବାବେଳେ ଗୁରୁବାର ସନ୍ଧ୍ୟାରେ ପରାଜୟ ପରେ ଭେଟେରାନ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତାଧୀନ ଟିମର ପ୍ଲେ-ଅଫ ଆଶା ମଉଳି ଯାଇଛି । ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର 58ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଓ ଚେନ୍ନାଇ । ଏହି ମ୍ୟାଚ୍‌ରେ ଚେନ୍ନାଇକୁ 5 ୱିକେଟରେ ପରାସ୍ତ କରିଛି ରୋହିତ ଶର୍ମାଙ୍କ ଟିମ । ଘାତକ ବୋଲିଂ ପ୍ରଦର୍ଶନ ପାଇଁ ଡାନିଲ ସାମ୍ସ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଚେନ୍ନାଇ । 1 ରନ୍ କରି ଥିବାବେଳେ ଡେଭନ କନୱେ ଡାନିଏଲ ସାମ୍ସଙ୍କ ଶିକାର ହୋଇଥିଲେ । କନୱେଙ୍କ ପରେ ପରେ ମୋଇନ ଅଲ୍ଲି, ରବିନ ଉଥାପ୍ପା ଋତୁରାଜ ଗାଏକ୍ବାଡ ପାଭିଲିୟନ ଫେରିଥିଲେ । ଫଳରେ ପାୱାର-ପ୍ଲେରେ 5 ୱିକେଟ ହରାଇ ଅଲୋଡା ରେକର୍ଡ କରିଥିଲା ଟିମ୍ । ଏହାପରେ ଅମ୍ବାତି ରାୟୁଡୁଙ୍କ ସାଥ୍ ଦେବାକୁ ମୈଦାନକୁ ଆସିଥିଲେ କ୍ୟାପଟେନ୍‌ ମହେନ୍ଦ୍ର ସିଂ ଧୋନି । ଧୋନି ଗୋଟିଏ ପାଖ ସମ୍ଭାଳିଥିଲେ ସୁଦ୍ଧା ଅନ୍ୟ କୌଣସି ଖେଳାଳି ପଡିଆରେ ବେଶୀ ସମୟ ତିଷ୍ଠିପାରି ନଥିଲେ । ଫଳରେ ଦଳ ମାତ୍ର 16 ଓଭର ଖେଳି 97 ରନ ସକ୍ଷମ ହୋଇଥିଲା । ଶେଷ ପର୍ଯ୍ୟନ୍ତ ଅପରାଜୟ ରହି ଧୋନି 33 ବଲରେ 36 ରନ ସଂଗ୍ରହ କରିଥିଲେ । ଅନ୍ୟପଟେ ମୁମ୍ବାଇ ପକ୍ଷରୁ ଡାନିଏଲ ସାମ୍ସ ୩ଟି, ରିଲେ ମେରଡିଥ ଓ କୁମାର କାର୍ତ୍ତିକେୟ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

98 ରନର ଛୋଟିଆ ବିଜୟ ଲକ୍ଷ୍ୟ ନେଇ ଇଂନିସ ଆରମ୍ଭ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ପାଇଁ ମଧ୍ୟ କଷ୍ଟକର ହୋଇଯାଇଥିଲା । ମୁକେଶ ଚୌଧୁରୀ ଓ ସିମରଜିତ ସିଂହଙ୍କ ମୁକାବିଲା କରି ନପାରି ମୁମ୍ବାଇ ଇଣ୍ଡିଆନ୍ସ 33ରନରେ 4ଟି ୱିକେଟ ହରାଇଥିଲେ । ମୁକେଶ 3ଟି ୱିକେଟ ନେଇଥିଲେ । ଇଶାନ କିଶନ 6, ରୋହିତ ଶର୍ମା 18, ଡାନିଏଲ ସାମ୍ସ 1 ଓ ଟ୍ରିଷ୍ଟାନ ଷ୍ଟବ୍ସ ବିନା ରନରେ ପାଭିଲିୟନ ଫେରିଥିଲେ । ତିଲକ ବର୍ମାଙ୍କ ସହ ହ୍ରିତିକ ସୋନିକ ବ୍ୟାଟିଂ କରି 48 ରନ ଭାଗିଦାରୀ କରିଥିଲେ । ଦଳୀୟ ସ୍କୋର 81ରେ 18 ରନ କରି ଆଉଟ ହୋଇଥିଲେ ସୋକିନ । ବର୍ମା 34 ଓ ଟିମ ଡେଭିଡ 16 ରନ କରି ଅପରାଜିତ ରହି ଦଳକୁ ବିଜୟୀ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.