ETV Bharat / sports

IPL 2022: ମୁମ୍ବାଇର ଲଗାତାର ତୃତୀୟ ପରାଜୟ, ୫ ୱିକେଟରେ ଜିତିଲା KKR - କୋଲକାତା ବନାମ ମୁମ୍ବାଇ

୫ ଥର ଚମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି କୋଲକାତା ନାଇଟ ରାଇଡର୍ସ । ୧୬ ଓଭରରେ ଦଳ ରନ ସଂଗ୍ରହ କରି ନେଇଥିଲା । ପ୍ୟାଟ୍ରିକ୍ସ କମିନ୍ସଙ୍କ କମାଲ ପାଇଁ ୫ ୱିକେଟରେ ମୁମ୍ବାଇକୁ ହରାଇ ଶୀର୍ଷ ସ୍ଥାନ ଦଖଲ କରିଛି କୋଲକାତା । ଅଧିକ ପଢନ୍ତୁ

୫ ୱିକେଟରେ ଜିତିଲା  KKR
୫ ୱିକେଟରେ ଜିତିଲା KKR
author img

By

Published : Apr 7, 2022, 7:46 AM IST

ପୁଣେ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ବେଳା ଭଲ ନାହିଁ । ଲଗାତର ତୃତୀୟ ମ୍ୟାଚରେ ପରାସ୍ତ ହୋଇଛି ଦଳ । ୫ ଥର ଚମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି କୋଲକାତା ନାଇଟ ରାଇଡର୍ସ । ୧୬ ଓଭରରେ ଦଳ ରନ ଆବଶ୍ୟକୀୟ ସଂଗ୍ରହ କରି ନେଇଥିଲା । ପ୍ୟାଟ୍ରିକ୍ସ କମିନ୍ସଙ୍କ କମାଲ ପାଇଁ ୫ ୱିକେଟରେ ମୁମ୍ବାଇକୁ ହରାଇ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଦଖଲ କରିଛି କୋଲକାତା ।

ଆଇପିଏଲର ୧୪ତମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୪ ୱିକେଟ ବିନିମୟରେ ୧୬୧ ରନ ସଂଗ୍ରହ କରିଥିଲା । ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟରେ ପଡିଥିଲା ଦଳ । ରୋହିତ ଶର୍ମା ସଅଳ ପାଭିଲିୟନ ଭେରିଥିଲେ । ଏହାପରେ ଡେୱାଲ୍ଡ ଓ ଇଶାନ କିଷନ ମିଶି ସ୍ଥିତି ସମ୍ଭାଳି ଖେଳିଥିଲେ । ଦଳୀୟ ସ୍କୋର ୪୫ରେ ବ୍ରେଭିସଙ୍କୁ (୧୯) ବରୁଣ ଚକ୍ରବର୍ତ୍ତୀ ଆଉଟ କରିଥିଲେ । ପରେ ପରେ ୧୪ ରନ କରି କିଷନ ପାଭିଲିୟନ ଫେରିଥିଲେ । ୧୧ ଓଭରରେ ଦଳ ମାତ୍ର ୫୫ ରନ କରିଥିଲା ୫ଟି ୱିକେଟ ହରାଇଥିଲା ।

ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମା ଲଢୁଆ ବ୍ୟାଟଂ କରି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ । ୪ର୍ଥ ୱିକେଟରେ ଉଭୟ ୮୩ ରନ ଯୋଡିଥିଲେ । ସୂର୍ଯ୍ୟକୁମାର ଅର୍ଦ୍ଧଶତକ (୫୨) ସହ ଦଳୀୟ ସ୍କୋରକୁ ୧୩୮ରେ ପହଞ୍ଚାଇ ଆଉଟ ହୋଇଥିଲେ । କିରେନ ପୋଲାର୍ଡ ୫ଟି ବଲରୁ ୩ଟି ଛକା ବଳରେ ୨୨ ରନ ସଂଗ୍ରହ କରି ଦଳୀୟ ସ୍କୋରକୁ ୧୬୧ରେ ପହଞ୍ଚାଇଥିଲେ । ତିଳକ ଅପରାଜିତ ୨୭ ରନ କରିଥିଲେ ।

୧୬୨ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା କୋଲକତା । ୩୫ ରନରେ ଦଳର ୨ଟି ୱିକେଟ ପତନ ହୋଇଥିଲା । ଓପନର ଅଜିଙ୍କ୍ୟ ରାହାଣେ (୭) ଓ ଶ୍ରେୟାସ ଆୟର (୧୦) ରନ କରି ଆଉଟ ହୋଇଥିଲେ । ଭେଙ୍କଟେଶ ଆୟର ଦୃଢ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ମୁମ୍ବାଇ ବ୍ୟାଟଂରେ ବିଫଳ ହୋଇଥିଲା ମାତ୍ର ଶୃଙ୍ଖଳିତ ବୋଲିଂ ବଳରେ ୱିକେଟ ହାତେଇଥିଲା । ହେଲେ ଭେଙ୍କଟେଶ ଆୟରଙ୍କୁ ଅଟକାଇ ପାରିନଥିଲେ ।

ବିଲିଙ୍କସ ୧୭, ନିତିଶ ରାଣା ୮, ରସେଲ ୧୧ ରନ କରି ଆଉଟ ହୋଇଥିଲେ । ୧୦୧ରେ ୫ ୱିକେଟ ହରାଇଥିଲା ନାଇଟ ରାଇଡର୍ସ । ମୁମ୍ବାଇର ଖାତା ଖୋଲିବା ଆଶା ଦେଖା ଦେଇଥିଲା । ହେଲେ ପ୍ରଥମ ମ୍ୟାଚ ଖେଳୁଥିବା କମିନ୍ସ ସବୁ ଓଲଟପାଲଟ କରିଦେଲେ । କ୍ରିଜରେ ଜମିଯିବା ପରେ ମୁମ୍ବାଇ ହାତରୁ ମ୍ୟାଚ ଛଡାଇ ଆଣିଲେ । ଶେଷ ୫ ଓଭରରେ କୋଲକାତାକୁ ବିଜୟ ପାଇଁ ୩୫ ରନ ଦରକାର ଥିଲା । ୧୬ ତମ ଓଭରରେ କମିନ୍ସ ରନ ସଂଗ୍ରହ କରି ନେଇଥିଲେ । ୧୫ଟି ବଲରୁ ଅର୍ଦ୍ଧଶତକ(୫୬) ହାସଲ କରିଥିଲେ କମିନ୍ସ । ଦମଦାର ପ୍ରଦର୍ଶନ ପାଇଁ କମିନ୍ସ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି କୋଲକାତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.