ETV Bharat / sports

ଆଇପିଏଲ ସମର: କୋଲକତା ଆଗରେ ପଞ୍ଜାବ ପରୀକ୍ଷା, ପ୍ଲେ-ଅଫରେ ସ୍ଥାନ ପକ୍କା ପାଇଁ ଲଢେଇ

author img

By

Published : Oct 26, 2020, 6:56 PM IST

Updated : Oct 26, 2020, 7:47 PM IST

ଆଜି ମ୍ୟାଚରେ ଏକ ବଡ ବ୍ୟବଧାନରେ କୋଲକତାକୁ ମାତ୍‌ ଦେଉଛି ରାହୁଲଙ୍କ ଟିମ । ତେବେ କୋଲକତାକୁ ପଛରେ ପକାଇବ ଟପ-4ରେ ସ୍ଥାନ ପାଇଯିବ ପଞ୍ଜାବ । ପଏଣ୍ଟ ତାଲିକାର ଅଙ୍କକଷା ପାଇଁ ଏହି ମ୍ୟାଚ ହେବ ବେଶ ଗୁରୁତ୍ବପୂର୍ଣ୍ଣ ।

ଆଇପିଏଲ ସମର: କୋଲକତା ଆଗରେ ପଞ୍ଜାବ ପରୀକ୍ଷା, ପ୍ଲେ-ଅଫରେ ସ୍ଥାନ ପକ୍କା ପାଇଁ ଲଢେଇ
ଆଇପିଏଲ ସମର: କୋଲକତା ଆଗରେ ପଞ୍ଜାବ ପରୀକ୍ଷା, ପ୍ଲେ-ଅଫରେ ସ୍ଥାନ ପକ୍କା ପାଇଁ ଲଢେଇ

ଶାରାଜା: ଟପ-4ରେ ସ୍ଥାନ ପାଇବା ପାଇଁ ଆଜି ଶାରଜାରେ ଲଢେଇ । ଆଇପିଏଲର 46ତମ ମ୍ୟାଚରେ ମୁହାଁମୁହିଁ ହେବେ ସୁପର ଓଭର ଷ୍ଟାର କିଙ୍ଗ୍ସ ଏକାଦଶ ପଞ୍ଜାବ ଓ କୋଲକତା ନାଇଟ ରାଇଡର୍ସ । ଉଭୟ ଦଳର ତାଲିକାରେ ତଳ ଉପରେ ହୋଇ ରହିଛନ୍ତି ।

ଆଇପିଏଲ ସମର

11ଟି ମ୍ୟାଚରୁ 6ଟି ବିଜୟ ସହ 12 ପଏଣ୍ଟ ଖାତରେ ଯୋଡିଛି କୋଲକତା । ତେବେ ଆଜି ମ୍ୟାଚରେ ବିଜୟ ପାଇ 14 ପଏଣ୍ଟ ସହ ଟପ-4ରେ ସ୍ଥାନ ପକ୍କା କରିବ କେକେଆର । ଅନ୍ୟପଟେ 5ମ ସ୍ତାନରେ ଥିବା ପଞ୍ଜାବ 11ଟି ମ୍ୟାଚରୁ 5ଟି ବିଜୟ ସହ 10 ପଏଣ୍ଟ ଖାତରେ ଯୋଡିଛି । ଯଦି ଆଜି ମ୍ୟାଚରେ ଏକ ବଡ ବ୍ୟବଧାନରେ କୋଲକତାକୁ ମାତ୍‌ ଦେଉଛି ରାହୁଲଙ୍କ ଟିମ । ତେବେ କୋଲକତାକୁ ପଛରେ ପକାଇବ ଟପ-4ରେ ସ୍ଥାନ ପାଇଯିବ ପଞ୍ଜାବ । ପଏଣ୍ଟ ତାଲିକାର ଅଙ୍କକଷା ପାଇଁ ଏହି ମ୍ୟାଚ ହେବ ବେଶ ଗୁରୁତ୍ବପୂର୍ଣ୍ଣ ।

କିଙ୍ଗ୍ସ ଇଲେଭେନ ପାଇଁ ଚଳିତ ଆଇପିଏଲ ସଂସ୍କରଣ ଏକ ଖରାପ ସ୍ବପ୍ନ ପରି ହୋଇଥିଲା । ମାତ୍ର ଶେଷ 4ଟି ମୁକାବିଲାରେ ବିଜୟବାନା ଉଡାଇ ରାହୁଲସେନା ସମସ୍ତଙ୍କୁ ଚକିତ କରିଛି । କିଙ୍ଗ୍ସ ଇଲେଭେନ ପଞ୍ଜାବ ଏଯାବତ ଆଇପିଏଲରେ ମାତ୍ର 2ଥର ପ୍ଲେ-ଅଫରେ ପହଞ୍ଚି ପାରିଛି । ଫଳରେ ଚଳିତ ସଂସ୍କରଣରେ କେକେଆରକୁ ହରାଇ 3ୟଥର ପ୍ଲେ-ଅଫ ପ୍ରବେଶ ପାଇଁ ସମସ୍ତ ପ୍ରୟାସ କରିବ ପଞ୍ଜାବ । ହାଇଦ୍ରାବାଦ ବିପକ୍ଷ ପୂର୍ବମ୍ୟାଚରେ ଅଳ୍ପକେ ପରାଜୟରୁ ବର୍ତ୍ତି ଯାଇଥିଲା ପଞ୍ଜାବ । ଏପରି ସ୍ଥଳେ କୋଲକାତା ବିପକ୍ଷରେ ଆବଶ୍ୟକତା ଠାରୁ ଅଧିକ ସତର୍କ ହୋଇ ଖେଳିବାକୁ ହେବ ।

ଓପନର ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ଆହତ ହେବାପରେ, କ୍ୟାପଟେନ କେଏଳ ରାହୁଲଙ୍କ ଉପରେ ଅଧିକ ଚାପ ରହିଛି । ଏଥିସହ କ୍ରିସ୍ ଗେଲଙ୍କ ବିସ୍ଫୋରକ ଅବତାରକୁ ଏବେବି ଅପେକ୍ଷା କରଛି ଦଳ । ପଞ୍ଜାବ ପାଇଁ ଗ୍ଳେନ ମାକ୍ସୱେଲଙ୍କ ଫର୍ମ ଚିନ୍ତାର କାରଣ ହୋଇଛି । ବିଶ୍ବ କ୍ରିକେଟରେ ଫଟାଫଟ ଫର୍ମାଟର ଅନ୍ୟତମ ଘାତକ ଖେଳାଳି ରହିଛନ୍ତି ମାକ୍ସୱେଲ । ମାତ୍ର ଟିମର ବିଜୟ ଅପେକ୍ଷା ପରାଜୟରେ ଅଧିକ ଯୋଗଦାନ ଦେଇଛନ୍ତି । ପ୍ଲେ-ଅଫ ରେସ୍ ଏବେ ଅଧିକ ସଂଘର୍ଷପୂର୍ଣ୍ଣ ହୋଇସାରିଛି । ଏପରି ସ୍ଥଳେ ସୋମବାର ମ୍ୟାଚରେ ବିଜୟ ପରିଣାମ ସହ ଉଭୟ ଟିମ ବେଶ ପରିଚିତ ଅଛନ୍ତି । ଏହି ମ୍ୟାଚର ବିଜେତା ପ୍ଲେ-ଅଫ୍ ର ଅଧିକ ନିକଟତର ହେବ ।

ସେହିପରି କୋଲକାତା ଟିମ ଇଆନ ମୋର୍ଗାନଙ୍କ ନେତୃତ୍ବରେ ବିଜୟ ଲୟକୁ ଫେରିଛି । ମାତ୍ର ଏବେବି ଟିମ ଅନେକ ବିଭାଗରେ ଦୁର୍ବଳତାକୁ ଧ୍ୟାନ ଦେବାକୁ ହେବ । ପଞ୍ଜାବ ବିପକ୍ଷ ଆଜିର ମ୍ୟାଚରେ କୋଲକାତାକୁ ବିଜୟ ମିଳିଲେ ପ୍ଲେ-ଅଫ ପ୍ରବେଶ ସହଜ ହୋଇଯିବ । ଟିମ ପାଇଁ ଶୁଭମନ ଗିଲଙ୍କ ଷ୍ଟ୍ରାଇକରେଟ ଚିନ୍ତାର କାରଣ ହୋଇଛି । ଓପନର ବ୍ୟାଟ୍ସମ୍ୟାନ ହୋଇଥିବା ସତ୍ତ୍ବେ, ଗିଲ, ବଡ ସଟ ଖେଳିବାରୁ ପଛଘୁଞ୍ଚା ଦେଉଛନ୍ତି । ଅନ୍ୟପଟେ କାର୍ତ୍ତିକ ଓ ତ୍ରିପାଠୀ ମଧ୍ୟ ଖାସ ଯୋଗଦାନ ରହିପାରୁ ନାହାନ୍ତି । ତେବେ ସୁନୀଲ ନାରିନଙ୍କ ଫର୍ମକୁ ଫେରିବା ଟିମ ପାଇଁ ଆଶ୍ବସ୍ତିକର ହୋଇଛି ।

ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଗତ ମ୍ୟାଚରେ 5ଟି ୱିକେଟ ଦଖଲ କରି ଚର୍ଚ୍ଚାରେ ରହିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଭଳି ମଝବୁତ ଟିମକୁ ବଡ ବ୍ୟବଧାନରେ ହରାଇବା ପରେ, କେକେଆର, ପଞ୍ଜାବ ବିପକ୍ଷରେ ଦୃଢ ଆତ୍ମବିଶ୍ବାସ ସହ ମଇଦାନକୁ ଓହ୍ଲାଇବ । କୋଲକାତା ଟିମ ଅବଶିଷ୍ଟ 3ଟି ମ୍ୟାଚରେ ବିଜୟ ସହ ପ୍ଲ-ଅଫ ପ୍ରବେଶ ପାଇଁ ଭରପୁର ପ୍ରୟାସ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 26, 2020, 7:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.