ETV Bharat / sports

ଆରସିବିକୁ 6 ୱିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲସ, ଉଭୟ ଗଲେ ପ୍ଲେ ଅଫ

ଦିଲ୍ଲୀ କ୍ୟାପିଟାଲସ ଆରସିବିକୁ 6 ୱିକେଟରେ ପରାସ୍ତ କରି ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନ ସହ ପ୍ଲେ ଅଫକୁ ପ୍ରବେଶ କଲା । ସେହିପରି ମ୍ୟାଚ୍‌ ହାରିବା ସତ୍ତ୍ବେ ପ୍ଲେ-ଅଫକୁ ଯାଇଛି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଅଧିକ ପଢନ୍ତୁ...

author img

By

Published : Nov 3, 2020, 3:52 AM IST

IPL 2020
ଆରସିବିକୁ 6 ୱିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲସ, ଉଭୟ ଗଲେ ପ୍ଲେ ଅଫ

ଅବୁଧାବି: ଦିଲ୍ଲୀ କ୍ୟାପିଟାଲସ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 6 ୱିକେଟରେ ପରାସ୍ତ କରି ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନ ସହ ପ୍ଲେ ଅଫକୁ ପ୍ରବେଶ କରିଛି । ସେହିପରି ମ୍ୟାଚ୍‌ ହାରିବା ସତ୍ତ୍ବେ ପ୍ଲେ-ଅଫକୁ ଯାଇଛି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ଚଳିତ ଆଇପିଏଲରେ ପ୍ରଥମ ପ୍ଲେ ଅଫରେ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ଟକ୍କର ହେବ । ଶେଷ ଲିଗ ମ୍ୟାଚରେ ଯଦି ମୁମ୍ବାଇ ଠାରୁ ହାଇଦ୍ରାବାଦ ପରାସ୍ତ ହୋଇଯାଏ । ତେବେ ଉନ୍ନତ ନେଟ ରନରେଟ ବଳରେ ୪ର୍ଥ ଦଳ ଭାବେ କୋଲକାତା ପ୍ଲେ ଅଫକୁ ଯିବା ସମ୍ଭାବନା ରହିଛି ।

ଆରସିବିର 152 ରନର ବିଜୟ ଲକ୍ଷ୍ୟକୁ ନେଇ ଦିଲ୍ଲୀ ୬ ଟି ବଲ୍‌ ପୂର୍ବରୁ ୪ ୱିକେଟ ହରାଇ ୧୫୪ ରନ୍‌ କରି ନେଇଥିଲା । ଦିଲ୍ଲୀ ପକ୍ଷରୁ ଅଜିଙ୍କ୍ୟ ରାହଣେ ସର୍ବାଧିକ ୬୦ ରନ୍‌ କରିଥିବା ବେଳେ ଶିଖର ଧାୱନ ୫୪ ରନ୍‌ କରିଥିଲେ । ମାର୍କସ ଷ୍ଟୋଇନିସ ୧୦ ଓ ରିଷଭ ପନ୍ତ ୮ ରନ୍‌ କରି ଅପରାଜିତ ରହିଥିଲେ । ଆରସିବି ପକ୍ଷରୁ ଶହବାଜ ଅହମଦ ୨ଟି ୱିକେଟ ନେଇଥିବା ବେଳେ ମହମ୍ମଦ ଶିରାଜ ଓ ୱାଶିଂଟନ ସୁନ୍ଦର ଗୋଟିଏ ୱିକେଟ ନେଇଛନ୍ତି ।

ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରସିବି ଓପନର ଦେବିଦୋତ୍ତ ପାଡିକଲ 41 ବଲରୁ 50ରନ କରିଥିବେବେଳ ବିସ୍ଫୋରକ ଏବି ଡିଭିଲିୟର୍ସ 21 ଟି ବଲରୁ 35 ରନ୍ କରିଥିଲେ । ଅଧିନାୟକ ବିରାଟ କୋହଲି 29 ରନ୍ କରି ଦେବିଦତ୍ତ ପାଡିକଲଙ୍କ ସହ ଦ୍ବିତୀୟ ୱିକେଟରେ 57 ରନ୍ ପାର୍ଟନରସିପ କରିଥିଲେ । ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର କାଗିସୋ ରାବାଡା ଏବଂ ଅନରିଚ ନୋଟରେଜ ପାଞ୍ଚଟି ୱିକେଟ୍ ନେଇ 20 ଓଭରରେ ଆରସିବିକୁ 152/7 ସୀମିତ ରଖିଥିଲେ । ଦିଲ୍ଲୀ ପକ୍ଷରୁ ନର୍ଟୋଜେ 33 ରନ ଦେଇ 3ଟି ୱିକେଟ୍ ନେଇଥିବା ବେଳେ ରାବଡା 30 ରନ୍ ବ୍ୟୟ କରି 2ଟି ୱିକେଟ୍ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.