ETV Bharat / sports

ଜୁଲାଇ 13ରୁ ଶ୍ରୀଲଙ୍କା ବିପକ୍ଷରେ ଭାରତର ସୀମିତ ଓଭର ସିରିଜ - ଭାରତର ଶ୍ରୀଲଙ୍କା ଗସ୍ତ

ଜୁଲାଇ 13ରୁ 25 ମଧ୍ୟରେ ଶ୍ରୀଲଙ୍କା ବିପକ୍ଷରେ 3ଟିକିଆ ଦିନିକିଆ ଓ ସମାନ ସଂଖ୍ୟକ ଟି20 ମ୍ୟାଚ ଖେଳିବ ଭାରତ । ଅଧିକ ପଢନ୍ତୁ...

India's limited overs tour of Sri Lanka to be played between July 13 and 25
ଜୁଲାଇ 13ରୁ ଶ୍ରୀଲଙ୍କା ବିପକ୍ଷରେ ଭାରତର ସୀମିତ ଓଭର ସିରିଜ
author img

By

Published : Jun 7, 2021, 10:55 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜର ମ୍ୟାଚସୂଚୀ ପ୍ରକାଶ । ଜୁଲାଇ 13ରୁ 25 ମଧ୍ୟରେ ଶ୍ରୀଲଙ୍କା ବିପକ୍ଷରେ 3ଟିକିଆ ଦିନିକିଆ ଓ ସମାନ ସଂଖ୍ୟକ ଟି20 ମ୍ୟାଚ ଖେଳିବ ଭାରତ । ଏନେଇ ସୋମବାର ପ୍ରସାରଣ ମାନ୍ୟତା ପାଇଥିବା ସୋନି ପକ୍ଷରୁ ଘୋଷଣା କରାଯାଇଛି ।

ଭାରତୀୟ ଚୟନକର୍ତ୍ତା ଶିଖର ଧାୱନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଏକାଧିକ ଆଇପିଏଲ ଷ୍ଟାରଙ୍କୁ ଏହି ସିରିଜ ପାଇଁ ଭାରତୀୟ ସ୍କ୍ବାଡରେ ସାମିଲ କରିପାରନ୍ତି । ଆହତ କାରଣରୁ ଆଇପିଏଲରୁ ବାଦ ପଡିଥିବା ଶ୍ରେୟସ ଆୟର ଯଦି ସଂପୂର୍ଣ୍ଣ ଫିଟ ଘୋଷିତ ହୁଅନ୍ତି, ତେବେ ଦ୍ବିତୀୟ ଅଧିନାୟକ ବିକଳ୍ପ ହେବାର ସମ୍ଭାବନା ରହିଛି ।

ଦିନିକିଆ ମ୍ୟାଚ୍‌ ଜୁଲାଇ 13, 16 ଓ 18 ତାରିଖରେ ଖେଳାଯିବ । ସେହିପରି ଟି20 ମ୍ୟାଚ ଜୁଲାଇ 21, 23 ଓ 25 ତାରିଖରେ ଖେଳାଯିବାନେଇ ସୂଚୀ ରହିଛି । ତେବେ ମ୍ୟାଚର ଭେନ୍ୟୁ ଖୁବଶ୍ରୀଘ୍ର ଘୋଷଣା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.