ETV Bharat / sports

India vs Sri Lanka; ସିରିଜ ପୋଛିବା ଲକ୍ଷ୍ୟରେ ଭାରତ - ଭାରତ ବନାମ ଶ୍ରୀଲଙ୍କା

ଆଜି(ଶୁକ୍ରବାର) ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ମ୍ୟାଚ ଖେଳିବ । ପ୍ରଥମ ଦୁଇ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଥିଲା ଭାରତ । ଅନ୍ତିମ ଦିନିକିଆକୁ ଜିତି ସିରିଜ ପୋଛିବା ଲକ୍ଷ୍ୟରେ ରହିଛି ଭାରତ । ଅଧିକ ପଢନ୍ତୁ...

ସିରିଜ ପୋଛିବା ଲକ୍ଷ୍ୟରେ ଭାରତ
ସିରିଜ ପୋଛିବା ଲକ୍ଷ୍ୟରେ ଭାରତ
author img

By

Published : Jul 23, 2021, 8:15 AM IST

କଲମ୍ବୋ: ପ୍ରଥମ ଦୁଇଟି ମ୍ୟାଚକୁ ଜିତି ଆଗୁଆ ଶୃଙ୍ଖଳା କବଜା କରିସାରିଥିବା ଭରତୀୟ ଦଳ ଆଜି(ଶୁକ୍ରବାର) ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ମ୍ୟାଚ ଖେଳିବ । ପ୍ରଥମ ଦୁଇ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଥିଲା ଭାରତ । ଅନ୍ତିମ ଦିନିକିଆକୁ ଜିତି ସିରିଜ ପୋଛିବା ଲକ୍ଷ୍ୟରେ ରହିଛି ଭାରତ ।

ଅନ୍ୟପଟେ ସମ୍ମାନ ବଞ୍ଚାଇବାକୁ ଆଜିର ମ୍ୟାଚରେ ଶକ୍ତି ଖଟାଇବ ଶ୍ରୀଲଙ୍କା । ଭାରତୀୟ ଦଳରେ ଷ୍ଟାର ଖେଳାଳି ନଥିଲେ ମଧ୍ୟ ଦଳ ଭଲ ସ୍ଥିତିରେ ରହିଛି । ଦଳରେ ଯୁବ ଓ ଅଭିଜ୍ଞ ଖେଳାଳି ବେଶ ଭଲ ଫର୍ମରେ ରହିଛନ୍ତି । ଆଜିର ମ୍ୟାଚରେ ଭାରତୀୟ ଦଳରେ କିଛି ପରିବର୍ତ୍ତନ ଆସିପାରେ । ପୃଥୀ ଶ'ଙ୍କ ସ୍ଥାନରେ ଅନ୍ୟତମ ଓପନର ଦେବଦତ୍ତ ପାଡିକଲଙ୍କୁ ସୁଯୋଗ ମିଳିପାରେ ।

ସେହିପରି ଇଶାନ କିଷନଙ୍କ ସ୍ଥାନରେ ସଞ୍ଜୁ ସାମସନ ଖେଳିପାରନ୍ତି । ବୋଲିଂରେ କୁଳଦୀପ ଯାଦବଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିପାରେ । ଏହା ସହିତ ଦ୍ବିତୀୟ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରିଥିବା ଦୀପକ ଚହରଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ଆଜିର ମ୍ୟାଚରେ ଭାରତକୁ ହରାଇବାକୁ ହେଲେ ଶ୍ରୀଲଙ୍କାକୁ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ଶ୍ରୀଲଙ୍କାକୁ ସମ୍ମାନ ରଖିବାକୁ ହେଲେ ଅନ୍ତିମ ଦିନିକିଆକୁ ଜିତିବାକୁ ପଡିବ । ତେବେ ଶେଷ ଦିନିକିଆକୁ ଜିତି ଭାରତ ସିରିଜକୁ ମୂଳପୋଛ କରୁଛି ନା ଶ୍ରୀଲଙ୍କା ସମ୍ମାନ ରହୁଛି ତାହା ମ୍ୟାଚ ଶେଷକୁ ସ୍ପଷ୍ଟ ହେବ । ଅପରାହ୍ନ ୩ଟା ୩ରୁ ମ୍ୟାଚ ଆରମ୍ଭ ହେବ ।

ଭାରତ ସମ୍ଭାବ୍ୟ ଏକାଦଶ: ଶିଖର ଧାୱନ (ଅଧିନାୟକ), ପୃଥୀ ସ', ଇଶାନ କିଶନ, ମନୀଷ ପାଣ୍ଡେ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କୁନାଲ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ଦୀପକ ଚହର, ୟୁବବେନ୍ଦ୍ର ଚହର, କୁଲଦୀପ ଯାଦବ ।

ଶ୍ରୀଲଙ୍କା ସମ୍ଭାବ୍ୟ ଏକାଦଶ: ଅଭିଷ୍କା ଫର୍ଣ୍ଣାଣ୍ଡୋ, ମିନୋଜ ଭାନୁଦା, ଭାନୁକା ରାଜପାକ୍ସା, ଧନଞ୍ଜୟ ଡି ସିଲଭା, ଚରିତ ଅସଲଙ୍କା, ଦାସୁନ ସନକା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଚାମିତା କରୁଣାରତ୍ନେ, ଦୁଷ୍ମନ୍ତ ଚାମିରା, ଲକ୍ଷଣ ସନ୍ଦକଣ, ଲାହିରୁ କୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.