ETV Bharat / sports

wtc final: ରିଜର୍ଭ ଡେ ଲଞ୍ଚ ସୁଦ୍ଧା ଭାରତ 98 ରନରେ ଆଗୁଆ

author img

By

Published : Jun 23, 2021, 6:13 PM IST

ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚର ରିଜର୍ଭ ଡେ ଖେଳ ଆରମ୍ଭ ହୋଇଛି । ଲଞ୍ଚ ବ୍ରେକ ସୁଦ୍ଧା ଭାରତର ଅଧା ବ୍ୟାଟ୍ସମ୍ୟାନ ପାଭେଲିୟନ ଫେରିଛନ୍ତି । ଅଧିକ ପଢ଼ନ୍ତୁ...

india lost five wickets in wtc final reserve day till lunch

ସାଉଥହମ୍ପଟନ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚର ରିଜର୍ଭ ଡେ ଖେଳ ଆରମ୍ଭ ହୋଇଛି । ତେବେ ଲଞ୍ଚ ବ୍ରେକ ସୁଦ୍ଧା ଭାରତର ଅଧା ବ୍ୟାଟ୍ସମ୍ୟାନ ପାଭେଲିୟନ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତ 5 ୱିକେଟ ହରାଇ 130 ରନ କରିଥିବା ବେଳେ 98 ରନ ଆଗୁଆ ରହିଛି ।

ଦୁଇ ୱିକେଟରେ 64 ରନ ସହ ରିଜର୍ଭ ଡେ'ରେ ଖେଳ ଆରମ୍ଭ କରିଥିଲା ଭାରତ । ମ୍ୟାଚ ଆରମ୍ଭରୁ ଜେମିସନଙ୍କ ଶିକାର ହୋଇଥିଲା ଭାରତ ଅଧିନାୟକ ବିରାଟ କୋହଲି । 13 ରନ କରି ସେ ପାଭେଲିୟନ ଫେରିଥିଲେ । ଦଳୀୟ ସ୍କୋର 72 ରନ ବେଳେ ଭାରତ ଚେତେଶ୍ୱର ପୂଜାରାଙ୍କ ୱିକେଟ ମଧ୍ୟ ହରାଇଥିଲା ।

ଏହାପରେ ଆଜିଙ୍କ୍ୟ ରାହାଣେ ମଧ୍ୟ 15 ରନ କରି ଟ୍ରେଣ୍ଟ ବୋଲ୍ଟଙ୍କ ଶିକାର ହୋଇଥିଲେ । ରାହାଣେ ପନ୍ତଙ୍କ ସହ ମିଶି 37 ରନ ଭାଗିଦାରୀ କରିଥିଲେ । ଦ୍ୱିତୀୟ ଇନିଂଶର 40ତମ ଓଭରରେ ଋଷଭ ପନ୍ତଙ୍କୁ ଏକ ଜୀବନ ଦାନ ମଧ୍ୟ ମିଳିଥିଲା ।

ବର୍ତ୍ତମାନ ପଡ଼ିଆରେ ରବିନ୍ଦ୍ର ଜାଡେଜା ଓ ପନ୍ତ ବ୍ୟାଟିଂ କରୁଛନ୍ତି । ପାଗ ଠିକ ରହିଲେ ରିଜର୍ଭ ଡେ ରେ 98 ଓଭର ଖେଳ ହେବା ନେଇ ଆଇସିସି ସୂଚନା ଦେଇଛି । ନ୍ୟୁଜିଲାଣ୍ଡ ପକ୍ଷରୁ ଜେମିସନ ଓ ସାଉଦି ଦୁଇଟି ଲେଖାଁଏ ନେଇଥିବା ବେଳେ ବୋଲ୍ଟ ଗୋଟିଏ ୱିକେଟ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.