ETV Bharat / sports

World Cup 2023: ଅହମ୍ମଦାବାଦରେ ପ୍ରଥମ ଟ୍ରେନିଂ ସେସନ ସାରିଲା ପାକିସ୍ତାନ

author img

By ETV Bharat Odisha Team

Published : Oct 12, 2023, 9:51 PM IST

ଆସନ୍ତା ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ରୋମାଞ୍ଚକର ମ୍ୟାଚ୍‌ । ଆଜି ପ୍ରଥମ ଟ୍ରେନିଂ ସେସନ ସାରିଲା ପାକିସ୍ତାନ । ଅଧିକ ପଢନ୍ତୁ

first training session in Ahmedabad
first training session in Ahmedabad

ଗାନ୍ଧୀନଗର: ଭାରତରେ ଆଇସିସି ବିଶ୍ବକପ କ୍ରିକେଟ ଜାରି ରହିଛି । ତେବେ ଆସନ୍ତା ୧୪ ତାରିଖରେ ଭାରତ ନିଜର ୩ୟ ମ୍ୟାଚ୍‌ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ସହିତ ଖେଳିବାକୁ ଯାଉଛି । ଏହି ମ୍ୟାଚ୍‌ ଗୁଜୁରାଟ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ଉଭୟ ଟିମ ଅହମ୍ମଦାବାଦରେ ପହଞ୍ଚି ସାରିଛନ୍ତି । ତେବେ ପାକିସ୍ତାନ ପ୍ରଥମ ଟ୍ରେନିଂ ସେସନ ଆଜି ଶେଷ କରିଥିବା ଜଣାପଡ଼ିଛି ।

Pakistan
ନେଟ୍‌ ପ୍ରାକ୍ଟିସ ସମୟରେ ପାକିସ୍ତାନ ଟିମ

ଭାରତ ପ୍ରଥମ ୨ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ବେଳେ ତୃତୀୟ ମ୍ୟାଚ୍‌ରେ ମଧ୍ୟ ବିଜୟ ଧାରା ଜାରି ରଖିବ । ସେପଟେ ପାକିସ୍ତାନ ହାଇଦ୍ରାବାଦରେ ଶ୍ରୀଲଙ୍କାକୁ ହରାଇ ଭାରତ ବିରୋଧରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ଉଭୟ ଟିମ ଯଦିଓ ଅହମ୍ମଦାବାଦରେ ପହଞ୍ଚି ସାରିଛନ୍ତି, ହେଲେ ଭାରତ ଭେନ୍ୟୁରେ ନେଟ୍‌ ପ୍ରାକ୍ଟିସ କରିନଥିବା ସୂଚନା ମିଳିଛି । ପାକିସ୍ତାନ ବୁଧବାର ଅହମ୍ମଦାବାଦରେ ପହଞ୍ଚିଥିବା ବେଳେ ଭାରତ ଆଜି ଅହମ୍ମଦାବାଦରେ ପହଞ୍ଚିଛି । ସେପଟେ ଡେଙ୍ଗୁରୁ ସୁସ୍ଥ ହୋଇଥିବା ଭାରତୀୟ ଓପନର୍‌ ଶୁବମନ ଗିଲ୍‌ ବୁଧବାର ଅହମ୍ମଦାବାଦରେ ପହଞ୍ଚି ଆଜି ନେଟ ପ୍ରାକ୍ଟିସ କରିଥିବା ଦେଖିବାକୁ ମିଳିଥିଲା ।

Pakistan
ଅହମ୍ମଦାବାଦରେ ପ୍ରଥମ ଟ୍ରେନିଂ ସେସନ ସାରିଲା ପାକିସ୍ତାନ

ଏହା ବି ପଢନ୍ତୁ- Cricket World Cup 2023: ବିଶ୍ବକପରେ ପାକ୍ ବିପକ୍ଷରେ ଅପରାଜେୟ ଭାରତ, ମୋଟ 7ଟି ମ୍ୟାଚରେ ଧୂଳି ଚାଟିଛି ପାକିସ୍ତାନ

ବୁଧବାର ଭାରତ ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିମୟରେ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳିଥିବା ବେଳେ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଶତକ ଆସିଥିଲା । ଏହି ମ୍ୟାଚ୍‌ରେ ରୋହିତ ଶର୍ମା ଓ ଈଶାନ କିଷାନଙ୍କ ମଧ୍ୟରେ ଭଲ ପାର୍ଟନରସିପ୍‌ ଦେଖିବାକୁ ମିଳିଥିଲା । ସେପଟେ କ୍ରୀଡାପ୍ରେମୀଙ୍କ ନଜର ରହିଛି ୧୪ ତାରିଖରେ ଖେଳାଯିବାକୁ ଥିବା ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ଉପରେ । ଅଧିନାୟକ ବାବର ଆଜମଙ୍କ ନେତୃତ୍ବରେ ପାକିସ୍ତାନ ଟିମ ମୈଦାନକୁ ଓହ୍ଲାଇବ । ଏପଟେ ଅଧିନାୟକ ବାବର ପ୍ରଥମ ମ୍ୟାଚ୍‌ରେ ନିଜ ଫର୍ମ ସହିତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ହେଲେ ଦଳ ଭଲ ପ୍ରଦର୍ଶନ କରି ଗତ ମ୍ୟାଚ୍‌ରେ ବିଜୟ ଲାଭ କରିଥିଲା ।

ଏହା ବି ପଢନ୍ତୁ- Cricket World Cup 2023: ଭାରତ-ପାକିସ୍ତାନ ମ୍ୟାଚ ପାଇଁ ହୋଟେଲ ଭଡା ଆକାଶ ଛୁଆଁ

ସେପଟେ ସୂଚନା ଥାଉ କି ଭାରତ ଦିନିକିଆ ବିଶ୍ବକପରେ ଏଯାବତ ପାକିସ୍ତାନ ବିପକ୍ଷରେ ଅପରାଜେୟ ରହିଛି । ପାକିସ୍ତାନ 50 ଓଭର ବିଶ୍ବକପରେ ଭାରତ ବିପକ୍ଷରେ ଗୋଟିଏ ବି ମ୍ୟାଚ୍‌ ଜିତିନାହିଁ । ସମସ୍ତ ୭ଟି ମ୍ୟାଚରେ ବାଜି ମାରିଛି ଭାରତୀୟ ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.