ETV Bharat / sports

୪୧ ବର୍ଷରେ ପାଦ ଥାପିଲେ ଗୌତମ ଗମ୍ଭୀର, ଛୁଟିଲା ଶୁଭେଚ୍ଛାର ସୁଅ - ଗୌତମ ଗମ୍ଭୀର

୪୧ ବର୍ଷରେ ପାଦ ଥାପିଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଜନ୍ମଦିନରେ ଫ୍ୟାନ୍ସଙ୍କ ନିକଟରୁ ଛୁଟୁଛି ଶୁଭେଚ୍ଛା ସୁଅ । ଅଧିକ ପଢନ୍ତୁ

41 ବର୍ଷରେ ପାଦ ଥାପିଲେ ଗୌତମ ଗମ୍ଭୀର
41 ବର୍ଷରେ ପାଦ ଥାପିଲେ ଗୌତମ ଗମ୍ଭୀର
author img

By

Published : Oct 14, 2022, 12:22 PM IST

Updated : Oct 14, 2022, 7:34 PM IST

ହାଇଦ୍ରାବାଦ: ଭାରତୀୟ ପୂର୍ବତନ କ୍ରିକେଟର ତଥା ରାଜନେତା ସାଜିଥିବା ଗୌତମ ଗମ୍ଭୀରଙ୍କର ଆଜି ଜନ୍ମଦିନ । ୪୧ ବର୍ଷରେ ପାଦ ଥାପିଛନ୍ତି ଗୌତମ । ୨୦୦୭ ଓ ୨୦୨୧ ବିଶ୍ବକପରେ ଜଣେ ହିରୋ ଥିଲେ ଗୌତମ ଗମ୍ଭୀର । ନୂଆଦିଲ୍ଲୀରେ ୧୯୮୧ ଅକ୍ଟୋବର ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ଗମ୍ଭୀର । ତାଙ୍କ ପିତାଙ୍କ ନାମ ଦୀପକ ଗମ୍ଭୀର ଏବଂ ମାତାଙ୍କ ନାମ ନତାଶା ଜୈନା । ଆଜି ତାଙ୍କ ଜନ୍ମ ଦିନରେ ଫ୍ୟାନ୍ସ ଓ ସାଥୀ ଖେଳାଳିଙ୍କ ନିକଟରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାକୁ ଲାଗିଛି । ବିସିସିଆଇ ମଧ୍ୟ ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମାତ୍ର ୧୦ ବର୍ଷ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ଗମ୍ଭୀର । ଦୁଇ ବିଶ୍ବକପ ବିଜୟୀ ଫାଇନାଲରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ୨୦୧୧ ବିଶ୍ବକପ ଓ ୨୦୦୭ ଟି-୨୦ ବିଶ୍ବକପରେ ତାଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ଯାହା ଭାରତକୁ ବିଜୟୀ କରାଇଥିଲା । ୨୪୨ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ଗମ୍ଭୀର । ଅନ୍ତର୍ଜାତୀୟ ମ୍ୟାଚରେ ୧୦,୩୨୪ ରନ କରିବାରେ ସକ୍ଷମ ହୋଇଛନ୍ତି ସେ । କ୍ରିକେଟ କ୍ୟାରିୟରରେ ୫୮ଟି ଟେଷ୍ଟ, ୧୪୭ଟି ଦିନିକିଆ ଏବଂ ୩୭ଟି ଟି-୨୦ ଖେଳିଛନ୍ତି । ଯେଉଁଥିଲେ ଯଥାକ୍ରମେ ୪,୧୫୪, ୫,୧୫୪ ଏବଂ ୯୩୨ ରନ ସଂଗ୍ରହ କରିଛନ୍ତି । ଆଇପିଏଲରେ ଦିଲ୍ଲୀ ଓ କୋଲକାତା ଫ୍ରାଞ୍ଚାଇଜ ପାଇଁ ଖେଳିଛନ୍ତି । ତାଙ୍କ ଦଳ କୋଲକାତା ନାଇଟ ରାଇଡର୍ସ ଦୁଇ ଥର ଆଇପିଏଲ ଚାମ୍ପିୟନ ହୋଇଛି । କ୍ରିକେଟ ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଏହା ବି ପଢନ୍ତୁ...BCCI ବସ୍ ପଦବୀରୁ ହଟିବେ ଗାଙ୍ଗୁଲି, ଶେଷରେ ମୁଁହ ଖୋଲିଲେ ଦାଦା

ଜାଣନ୍ତୁ ଗମ୍ଭୀର ବିଷୟରେ...

  • ୧୯୯୯-୨୦୦୦ ଭାରତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ଗମ୍ଭୀର ।
  • ୨୦୦୨ରେ ବୋର୍ଡ ପ୍ରେସିଡେଣ୍ଟ XI ପାଇଁ ଖେଳୁଥିବା ସମୟରେ ଜିମ୍ବାୱେ ବିପକ୍ଷରେ ଡବଲ ଶତକ ହାସଲ କରିଥିଲେ ।
  • ୨୦୦୩ରେ ଅନ୍ତର୍ଜାତୀୟ ମ୍ୟାଚରେ ଡେବ୍ୟୁ କରିଥିଲେ । ବାଂଲାଦେଶ ବିପକ୍ଷରେ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ ।
  • ୨୦୦୪ରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ ।
  • ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲସ ଓ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଭାର ସମ୍ଭାଳିଥିଲେ ।
  • ତାଙ୍କ ନେତୃତ୍ବରେ ୨୦୧୨ରେ କୋଲକାତା ଆଇପିଏଲ ଟ୍ରଫି ହାତେଇଥିଲା । ୨୦୧୪ରେ ମଧ୍ୟ ଆଉ ଏକ ଆଇପିଏଲ ଟ୍ରଫି ଜିତିଥିଲା କୋଲକାତା ।
  • ୨୦୨୦ରେ ଭାରତୀୟ କ୍ରିକେଟ ଦଳର କିଛି ମ୍ୟାଚରେ ଅଧିନାୟକ ଦାୟିତ୍ବ ତୁଲାଇଥିଲେ ।
  • ଆଇସିସି ବେଷ୍ଟ କ୍ରିକେଟର ଅଫ ଦ ଇୟର ନାମରେ ସେ ପରିଚିତ ଥିଲେ । ୨୦୦୯ରେ ଶ୍ରେଷ୍ଠ ବ୍ୟାଟର ଭାବେ ଆଇସିସି ଟେଷ୍ଟ ରାଙ୍କରେ ସ୍ଥାନ ପାଇଥିଲେ ।
  • ୨୦୦୯ରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।
  • ଲଗାତାର ଚାରି ଟେଷ୍ଟ ସିରିଜରେ ୩୦୦ରନ କରିବାରେ ତୃତୀୟ ଭାରତୀୟ ଖେଳାଳି ହେଉଛନ୍ତି ଗମ୍ଭୀର ।

Last Updated : Oct 14, 2022, 7:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.