ETV Bharat / sports

Cricket World Cup 2023: ପୁଣେରେ ମିଚେଲ୍‌ ମାର୍ଶଙ୍କ ବିସ୍ଫୋରଣ, ଶେଷ ମ୍ୟାଚ୍‌ରେ ବାଂଲାଦେଶର ଶୋଚନୀୟ ପରାଜୟ

ବାଂଲାଦେଶ ବୋଲରଙ୍କୁ ଧୂଳି ଚଟାଇଲେ ମିଚେଲ୍‌ ମାର୍ଶ । ଶେଷ ମ୍ୟାଚ୍‌ରେ ବାଂଲାଦେଶର ଶୋଚନୀୟ ପରାଜୟ । ପ୍ରଥମେ ବ୍ୟାଟିଂ କରି ୩୦୬ ରନ କରିଥିଲା ବାଂଲାଦେଶ । ଜବାବରେ ମିଚେଲ୍‌ ମାର୍ଶ୍‌ଙ୍କ ଅପରାଜିତ ୧୭୭ ରନର ବିସ୍ଫୋରକ ପାଳି ବଳରେ ଧାର୍ଯ୍ୟ ୩୦୭ ରନ୍‌ର ଲକ୍ଷ୍ୟକୁ କେବଳ ୪୪.୪ ଓଭରରେ ୨ ୱିକେଟ ହରାଇ ହାସଲ କରିନେଇଛି ଅଷ୍ଟ୍ରେଲିଆ । ଅଧିକ ପଢ଼ନ୍ତୁ

୮ ୱିକେଟ୍‌ରେ ଜିତିଲା ଅଷ୍ଟ୍ରେଲିଆ
ପୁଣେରେ ମିଚେଲ୍‌ ମାର୍ଶଙ୍କ ବିସ୍ଫୋରଣ
author img

By ETV Bharat Odisha Team

Published : Nov 11, 2023, 6:40 PM IST

Updated : Nov 11, 2023, 6:50 PM IST

ପୁଣେ: ମିଚେଲ୍‌ ମାର୍ଶଙ୍କ ବିସ୍ଫୋରଣରେ ଧରାଶାୟୀ ହେଲା ବାଂଲାଦେଶ । ମହାରାଷ୍ଟ୍ରର ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ବକପ୍‌ ୨୦୨୩ର ୪୩ତମ ମ୍ୟାଚ୍‌ରେ ବାଂଲାଦେଶକୁ ୮ ୱିକେଟରେ ହରାଇଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ତୋହିଦ ହ୍ରିଦୋୟଙ୍କ ୭୪ ରନ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍‌ ହରାଇ ୩୦୬ ରନ କରିଥିଲା ବାଂଲାଦେଶ । ଜବାବରେ ମିଚେଲ୍‌ ମାର୍ଶ୍‌ଙ୍କ ଅପରାଜିତ ୧୭୭ ରନର ବିସ୍ଫୋରକ ପାଳି ବଳରେ ଧାର୍ଯ୍ୟ ୩୦୭ ରନ୍‌ର ଲକ୍ଷ୍ୟକୁ କେବଳ ୪୪.୪ ଓଭରରେ ୨ ୱିକେଟ ହରାଇ ହାସଲ କରିନେଇଛି ଅଷ୍ଟ୍ରେଲିଆ । ଅନ୍ୟମାନଙ୍କ ମଧ୍ୟରେ ଡେଭିଡ୍‌ ୱାର୍ଣ୍ଣର ୫୩ ଓ ଷ୍ଟିଭ୍‌ ସ୍ମିଥ୍‌ ଅପରାଜିତ ୬୩ ରନ ସଂଗ୍ରହ କରିଥିଲେ ।

ବାଂଲାଦେଶ ବ୍ୟାଟିଂ: ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇ ଦୁଇ ଓପନର ତାନଜିଦ୍‌ ହାସନ ଏବଂ ଲିଟନ ଦାସ ବାଂଲାଦେଶକୁ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍‌ ପାଇଁ ଉଭୟ ଦଳୀୟ ଖାତାରେ ୭୬ ରନ ଯୋଡ଼ିଥିଲେ । ତାନଜିଦ୍‌ ୪୩ ବଲରେ ୩୬ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଲିଟନ ୪୫ ବଲରୁ ୩୬ ରନ୍‌ ସଂଗ୍ରହ କରିଥିଲେ । ଆହତ କାରଣରୁ ବିଶ୍ବକପ୍‌ରୁ ବାଦ ପଡ଼ିଥିବା ଶାକିବ୍‌ଙ୍କ ବଦଳରେ ଆଜି ଦଳର ନେତୃତ୍ବ ନେଉଥିବା ନାଜମୁଲ ହୋସେନ ଶାଣ୍ଟୋ ୫୭ ବଲ୍‌ରେ ୪୫ ରନ୍‌ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ହେଲେ ତୋହିଦ୍‌ ହ୍ରିଦୋୟ ୭୯ ବଲ୍‌ରେ ୫ ଚୌକା ଏବଂ ୨ ଛକା ସହାୟତାରେ ୭୪ ରନ୍‌ର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିଜ୍ଞ ମହମ୍ମଦୁଲ୍ଲା (୩୨)ଙ୍କୁ ଛାଡ଼ିଦେଲେ କୌଣସି ବ୍ୟାଟର ୩୦ ରନ କରିବାରେ ସକ୍ଷମ ହୋଇନଥିଲେ । ଫଳରେ ବାଂଲାଦେଶ ୩୦୬ ରନ୍‌ କରିବାରେ ସକ୍ଷମ ହୋଇଥିଲା ।

ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ପକ୍ଷରୁ ସେନ୍‌ ଆବଟ୍‌ ଓ ଆଡାମ ଜାମ୍ପା ଦଳକୁ ୨ଟି ଲେଖାଏଁ ସଫଳତା ଦେଇଥିଲେ । ମାର୍କସ ଷ୍ଟୋଇନିସ୍‌ ୫ ଓଭରରେ ଯଦିଓ ୪୫ ବହୁମୂଲ୍ୟ ରନ ବ୍ୟୟ କରିଥିଲେ, ହେଲେ ସେ ଗୋଟିଏ ୱିକେଟ୍‌ ମଧ୍ୟ ଅକ୍ତିଆର କରିଥିଲେ । ଅନ୍ୟ କୌଣସି ବୋଲର ଦଳକୁ ଆଶାନୁରୂପ ସଫଳତା ଦେଇପାରିନଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବାଂଲାଦେଶର ଲଢ଼ୁଆ ବ୍ୟାଟିଂ, ଅଷ୍ଟ୍ରେଲିଆ ଆଗରେ ୩୦୭ ରନ୍‌ ଟାର୍ଗେଟ୍‌

ଅଷ୍ଟ୍ରେଲିଆ ବ୍ୟାଟିଂ: ୩୦୭ ରନ୍‌ର ଟାର୍ଗେଟ୍‌ ନେଇ ମୈଦାନକୁ ଓହ୍ଲାଇଥିବା କଙ୍ଗାରୁ ଦଳକୁ ଭଲ ଆରମ୍ଭ ମିଳିନଥିଲା । ଦଳୀୟ ସ୍କୋର ୧୨ ରନ ହୋଇଥିବା ବେଳେ ମାତ୍ର ୧୦ ରନ କରି ଆଉଟ୍‌ ହୋଇଥିଲେ ଟ୍ରାଭିସ୍‌ ହେଡ୍‌ । ଏହାପରେ ଅନ୍ୟତମ ଓପନର ଡେଭିଡ୍‌ ୱାର୍ଣ୍ଣରଙ୍କ ସାଥ୍‌ ଦେଇଥିଲେ ମିଚେଲ୍‌ ମାର୍ଶ । ଗୋଟିଏ ପଟେ ମାର୍ଶ ଧୂଆଁଧାର ବ୍ୟାଟିଂ କରୁଥିବାବେଳେ ୬୧ ବଲରୁ ୫୩ ରନ କରି ୱାର୍ଣ୍ଣର ଆଉଟ୍‌ ହୋଇଥିଲେ । ଏହାପରେ ମାର୍ଶଙ୍କ ସହ ମିଶି ଷ୍ଟିଭ୍‌ ସ୍ମିଥ୍‌ ୬୪ ବଲରୁ ୪ ଚୌକା ଓ ଗୋଟିଏ ଛକା ବଳରେ ୬୩ ରନର ଅପରାଜିତ ପାଳି ଖେଳିଥିଲେ । ଅନ୍ୟପଟେ ମାର୍ଶ ବାଂଲାଦେଶୀ ବୋଲରଙ୍କୁ ପ୍ରବଳ ଆକ୍ରମଣ କରିଥିଲେ । କେବଳ ୧୩୨ ବଲରୁ ୧୭ ଚୌକା ଓ ୯ ଛକା ବଳରେ ୧୭୭ ରନର ବିସ୍ଫୋରକ ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ ମାର୍ଶ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଆଜି ଅଷ୍ଟ୍ରେଲିଆ ଓ ବାଂଲାଦେଶ ମୁକାବିଲା, ସେମିରେ ପ୍ରବେଶ ପାଇଁ ଲଢିବ ପାକ୍

ବାଂଲାଦେଶ ବୋଲିଂ: ବାଂଲାଦେଶ ପକ୍ଷରୁ ବୋଲିଂ ପ୍ରଦର୍ଶନ ଏତେ ଆକର୍ଷଣୀୟ ନଥିଲା । ପ୍ରାୟ ସମସ୍ତ ବୋଲର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । କେବଳ ତସ୍କିନ ଅହମ୍ମଦ ଓ ମୁସ୍ତାଫିଜୁର ରେହମାନ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିବାରେ ସଫଳ ହୋଇଥିଲେ ।

  • " class="align-text-top noRightClick twitterSection" data="">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 11, 2023, 6:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.