ETV Bharat / sports

ଫିଲ୍ଡିଂ କଲେ କୋଚ ! - warm-up

ଖେଳାଳି ଆହତ ହେଲେ କୋଚ ତାଙ୍କ ପାଇଁ ଫିଲ୍ଡିଂ କରିବା ଘଟଣା ବିରଳ । ଇଂଲଣ୍ଡ ପୂର୍ବତନ ଖେଳାଳି ପଲ କଲିଂଉଡ ଇଂଲଣ୍ଡ ପାଇଁ ଫିଲ୍ଡିଂ କରିଥିବା କଥା ସାମ୍ନାକୁ ଆସିଛି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 25, 2019, 10:55 PM IST

Updated : May 27, 2019, 7:44 AM IST

ସାଉଥମ୍ପଷ୍ଟନ: ଖେଳାଳି ଆହତ ହେଲେ କୋଚ ତାଙ୍କ ପାଇଁ ଫିଲ୍ଡିଂ କରିବା ଘଟଣା ବିରଳ । ଇଂଲଣ୍ଡ ପୂର୍ବତନ ଖେଳାଳି ପଲ କଲିଂଉଡ ଜଣେ ଦକ୍ଷ ଫିଲ୍ଡର । ସେ ଏବେ ଇଂଲଣ୍ଡ ଦଳରେ ସହକାରୀ କୋଚ ଭାବେ ଦାୟିତ୍ବ ତୁଲାଉଛନ୍ତି । ଇଂଲଣ୍ଡ ଦଳ ପାଇଁ ସେ ପୁଣି ଫିଲ୍ଡିଂ କରିଥିବା କଥା ସାମ୍ନାକୁ ଆସିଛି ।

ଇଂଲଣ୍ଡ ଥରେ ବି ବିଶ୍ବକପ ଜିତିପାରିନି । 2019 କ୍ରିକେଟ ବିଶ୍ବକପ ଇଂଲଣ୍ଡରେ ଖେଳାଯାଉଛି । ତେଣୁ ପ୍ରଥମଥର ବିଶ୍ବକପ ଚମ୍ପିଆନ ହେବାକୁ ଇଂଲଣ୍ଡ ଲକ୍ଷ୍ୟ ରଖିଛି । ତେବେ ଇଂଲଣ୍ଡ ପାଇଁ ସେମିତି ଶୁଭ ସୂଚନା ମିଳୁନାହିଁ । ଅଭ୍ୟାସ ମ୍ୟାଚ ବେଳେ ଅଧା ଖେଳାଳି ଆହତ ହେଲେଣି । କ୍ୟାପଟେନ ମୋର୍ଗାନ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ ବେଳେ ମାର୍କ ଉଡ ଓ ଜୋଫ୍ରା ଆର୍ଚର ଆହତ ହୋଇଛନ୍ତି ।

ତେବେ 42 ବର୍ଷୀୟ କଲିଂଉଡ ମାର୍କ ଉଡଙ୍କ ଜର୍ସି ପିନ୍ଧି ଫିଲ୍ଡିଂ ପାଇଁ ଆସିଥିଲେ । ଏହାକୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି । କଲିଂଉଡଙ୍କ ଅଧିନାୟକତ୍ବରେ ଇଂଲଣ୍ଡ 2010 ଟି-ଟ୍ବେଣ୍ଟି ବିଶ୍ବକପ ଜିତିଥିଲା । ସେ ଇଂଲଣ୍ଡ ପାଇଁ 197ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । 2001ରୁ 2011 ପର୍ଯ୍ୟନ୍ତ ସେ ଇଂଲଣ୍ଡ କ୍ରିକେଟ ଦଳର ପ୍ରମୁଖ ଖେଳାଳି ଥିଲେ । କଲିଂଉଡ 68ଟି ଟେଷ୍ଟ ଓ 36 ଟି ଟି-20 ମ୍ୟାଚ ଖେଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
Last Updated : May 27, 2019, 7:44 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.