ରାମଘଡ(ଝାଡଖଣ୍ଡ): ପୂର୍ବତନ ଭାରତୀୟ କ୍ରିକେଟର ଜାହିର ଖାନ ମଙ୍ଗଳବାର ପତ୍ନୀ ସାଗରିକା ଖାଟଗେଙ୍କ ସହ ମା ଛିନ୍ନମସ୍ତକ ମନ୍ଦିର ପରିଦର୍ଶନ କରିଛନ୍ତି ।
ରାଜରାପ୍ପା ମନ୍ଦିରରେ ଉଭୟ ଜାହୀର ଓ ସାଗରିକା ପୂଜାର୍ଚ୍ଚନା କରିଥଲେ। ମନ୍ଦିର ଚର୍ତ୍ରୁପାର୍ଶ୍ବରେ କଡା ସୁରକ୍ଷା ରହିଥିଲା ।
ସ୍ଥାନୀୟ ଜିଲ୍ଲା ପ୍ରଶାସନ ପାଖରେ ପୂର୍ବରୁ ଜାହୀର ପତ୍ନୀଙ୍କ ସହ ମନ୍ଦିର ଦର୍ଶନରେ ଆସୁଥିବା ସୂଚନା ରହିଥିଲା । ଫଳରେ ସମସ୍ତ ପ୍ରକାର ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
ମନ୍ଦିର କମିଟିର ଅଧିକାରୀମାନେ ପ୍ରବେଶ ସମୟରେ ଉଭୟଙ୍କୁ ସ୍ବାଗତ କରିଥିଲେ । ପୂଜା ଶେଷ କରିବାପରେ ଜାହୀର ଓ ସାଗରିକା ସ୍ଥାନୀୟ ଲୋକଙ୍କ ସହ ଫଟୋ ଉଠାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ