ETV Bharat / sports

ଆଇପିଏଲ ଫାଇନାଲ: କିଏ ଜିତିବ ଟାଇଟଲ ? - CSK

ଆଜି ଖେଳାଯିବ ଆଇପିଏଲର ଫାଇନାଲ ମ୍ୟାଚ । ସ୍ଥାନୀୟ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଟାଇଟଲ୍ ମୁକାବିଲା ପାଇଁ ହେବ ଲଢେଇ । ସାମ୍ନାସାମ୍ନି ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ । ତେବେ ଚେନ୍ନାଇ ବିପକ୍ଷରେ ଫାଇନାଲରେ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ମୁମ୍ବାଇ ।

ଫଟୋ ସୌଜନ୍ୟ- ଟ୍ବିଟର @ipl
author img

By

Published : May 12, 2019, 10:45 AM IST

ହାଇଦ୍ରାବାଦ: ଶେଷ ହେବାକୁ ଯାଉଛି ଆଇପିଏଲର ଚଳିତ ସିଜିନ । ଆଜି ଖେଳାଯିବ ଆଇପିଏଲର ଫାଇନାଲ ମ୍ୟାଚ । ସ୍ଥାନୀୟ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ହେବ ଲଢେଇ । ସାମ୍ନାସାମ୍ନି ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ । ତେବେ ଚେନ୍ନାଇ ବିପକ୍ଷରେ ଫାଇନାଲରେ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ମୁମ୍ବାଇ ।

IPL final
ଫଟୋ ସୌଜନ୍ୟ- ଟ୍ବିଟର @ipl

ଉଭୟ ଦଳ 3ଥର ଲେଖାଏଁ ଟାଇଟଲ ହାତେଇ ସାରିଛନ୍ତି । ଚଳିତ ସିଜନର ଡିପେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ । ତେବେ ଏଥରକୁ ମିଶାଇ 8ମ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି ଚେନ୍ନାଇ । ମୁମ୍ବାଇ ମଧ୍ୟ 5ମ ଥର ପାଇଁ ଫାଇନାଲ ଖେଳୁଛି । ତେବେ ଦୁଇ ଦଳ ମଧ୍ୟରେ ଫାଇନାଲ ହେଡ-ଟୁ-ହେଡ ରେକର୍ଡ ରହଛି 2:1 । ଅର୍ଥାତ ଉଭୟ ଦଳ ଫାଇନାଲରେ 3 ଥର ପରସ୍ପରର ସାମ୍ନା କରିସାରିଛନ୍ତି । ଯେଉଁଥିରେ ମୁମ୍ବାଇ ଦୁଇଥର ଫାଇନାଲ ଜିତିଥିବାବେଳେ ଚେନ୍ନାଇ ମାତ୍ର ଗୋଟିଏଥର ମୁମ୍ବାଇକୁ ଫାଇନାଲରେ ପରାସ୍ତ କରିପାରିଛି ।

ଭିଡିଓ ସୌଜନ୍ୟ- ବ୍ୟୁରୋ ଇନପୁଟ୍‌

ତେବେ 2013 ଓ 2015 ଫାଇନାଲରେ ମୁମ୍ବାଇ ଚେନ୍ନାଇକୁ ମାତ ଦେଇସାରିଛି । ଯେତେବେଳେ 2010 ମସିହାରେ ଗୋଟିଏଥର ପାଇଁ ମୁମ୍ବାଇକୁ ଫାଇନାଲରେ ପରାସ୍ତ କରିଛି ଚେନ୍ନାଇ ।

ସେହିପରି ଚଳିତ ସିଜନରେ ମଧ୍ୟ 3ଟି ଯାକ ମ୍ୟାଚରେ ମୁମ୍ବାଇଠାରୁ ପରାସ୍ତ ହୋଇସାରିଛି ଧୋନି ଧୁରନ୍ଧର୍‌ । ଦୁଇଟି ଲିଗ୍‌ ମ୍ୟାଚ ଓ ପ୍ରଥମ କ୍ବାଲିଫାୟରରେ ଚିତ୍‌ ପଟାଙ୍ଗ ମାରିଥିଲା ଥାଲାଙ୍କ ଏହି ୟେଲୋ ଦଳ । ତେଣୁ ମୁମ୍ବାଇର ରେକର୍ଡ ଚେନ୍ନାଇ ଉପରେ ଭାରୀ ପଡୁଛି ।

Intro:Body:

PRABIR

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.