ETV Bharat / sports

ଗ୍ଲେନ ମାକ୍ସୱେଲ ଓ ସେଲଡନ କଟରେଲଙ୍କୁ ରିଲିଜ କଲା କିଙ୍ଗ୍ସ ଇଲେଭେନ ପଞ୍ଜାବ

author img

By

Published : Jan 20, 2021, 10:59 PM IST

କିଙ୍ଗ୍ସଇଲେଭେନ ପଞ୍ଜାବ ଗ୍ଲେନ ମାକ୍ସୱେଲ ଓ ସେଲଡନ କଟୋରେଲଙ୍କ ସହ 9 ଜଣଙ୍କୁ ରିଲିଜ କଲା । ସୋମବାର କିଙ୍ଗ୍ସଇଲେଭେନ ତାର 16 ଜଣ ଖେଳାଳିଙ୍କୁ ରଖିଥିବାବେଳେ 9 ଜଣ ଖେଳାଳିଙ୍କୁ ରିଲିଜ କରିଛି । ଅଧିକ ପଢନ୍ତୁ...

KXIP release Glen maxwell and Sheldon cottrel
ଗ୍ଲେନ ମାକ୍ସୱେଲ ଓ ସେଲଡନ କଟୋରେଲଙ୍କୁ ରିଲିଜ କଲା କିଙ୍ଗ୍ସଇଲେଭେନ ପଞ୍ଜାବ

ଚଣ୍ଡୀଗଡ: ଗ୍ଲେନ ମାକ୍ସୱେଲ ଓ ସେଲଡନ କରଟେଲଙ୍କ ସମେତ 9 ଜଣଙ୍କୁ ରିଲିଜ କଲା କିଙ୍ଗ୍ସ ଇଲେଭେନ ପଞ୍ଜାବ । ସୋମବାର କିଙ୍ଗ୍ସ ଇଲେଭେନ ପଞ୍ଜାବ ଫ୍ରାଞ୍ଚାଇଜ ତାର 16 ଜଣ ଖେଳାଳିଙ୍କୁ ରଖିଥିବାବେଳେ 9 ଜଣ ଖେଳାଳିଙ୍କୁ ରିଲିଜ କରିଛି ।

ଚଳିତ ବର୍ଷ 2021 ଆଇପିଏଲର ନୂତନ ସଂସ୍କରଣକୁ ଦୃଷ୍ଟିରେ ରଖି ସମସ୍ତ ଫ୍ରାଞ୍ଚାଇଜ ଗୁଡିକ ନିଜ ନିଜର ଟିମ ସଜାଡିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । କିଙ୍ଗ୍ସ ଇଲେଭେନ ପଞ୍ଜାବ ଅଷ୍ଟ୍ରେଲିୟ ବିସ୍ଫୋରକ ବ୍ୟାଟସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ସର୍ବାଧିକ ପ୍ରାଇସ 10.75 କୋଟି ଦେଇ କ୍ରୟ କରିଥିଲା । ନିଜ ପ୍ରାଇସ ଅନୁଯାୟୀ ପ୍ରଦର୍ଶନ କରିନଥିବା ଯୋଗୁଁ ପଞ୍ଜାବ ମ୍ୟାକ୍ସୱେଲଙ୍କୁ ରିଲିଜ କରିଛି । କିଙ୍ଗ୍ସ ଇଲେଭେନ ପଞ୍ଜାନ ଆଇପିଏଲ 2020ରେ କେଏଲ ରାହୁଲଙ୍କ ନେତୃତ୍ବରେ 6ଷ୍ଟ ତମ ସ୍ଥାନରେ ଶେଷ କରିଥିଲା ।

ପଞ୍ଜାବରୁ ରିଟେନ କରିଥିବା ଖେଳାଳିମାନେ ହେଲେ କେଏଲ ରାହୁଲ, ମହମ୍ମଦ ସାମି, କ୍ରିସ ଗେଲ,ଦୀପକ ହୁଡା,ମନଦୀପ ସିଂ, ମୟଙ୍କ ଅଗ୍ରୱାଲ,ସର୍ଫରାଜ ଖାନ,ନିକୋଲାସ ପୁରୋନ,ପ୍ରବିଷରନ ସିଂ,ଆର୍ଶଦୀପ ସିଂ,କ୍ରିସ ଜୋର୍ଡାନ, ଦର୍ଶନ ନାଲକାଣ୍ଡେ, ହରପ୍ରୀତ ବ୍ରାର,ଇଶାନ ପରୋଲ,ରବି ବିଷ୍ଣୋୟୀ, ମୁରୁଗାନ ଅଶ୍ବିନ ପ୍ରମୁଖ ରହିଛନ୍ତି । ସେହିପରି ପଞ୍ଜାବରୁ ରିଲିଜ ହୋଇଥିବା ଖେଳାଳିମାନେ ହେଲେ ଗ୍ଲେନ ମ୍ୟାକ୍ସୱେଲ ,ସେଲଡନ କଟୋରେଲ,ମୁଜିବ-ଉର-ରେହମନ, ଜିମ୍ମି ନିସାମ, ହାର୍ଦୁସ ଭିଲଜୈନ, କେ ଗୌତମ, କରୁନ ନାୟାର, ଜଗଦୀଶ ସୁଚିତ, ତେଜିନ୍ଦର ସିଂହଙ୍କୁ ରିଲିଜ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.