ପର୍ଥ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଅଷ୍ଟ୍ରେଲିଆ ପେସର ଜସ ହାଜଲଉଡ ବାଦ ପଡିଛନ୍ତି । ମାଂଶପେଶୀରେ ଯନ୍ତ୍ରଣା ଯୋଗୁଁ ବାଦ ପଡିଛନ୍ତି ଏହି ଷ୍ଟାର ପେସର । ଫଳରେ ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା ଲାଗିଛି ।
ମ୍ୟାଚର 2ଦିନ ବୋଲିଂ କରୁଥିବା ବେଳେ ଆହତ ହୋଇଥିଲେ ହାଜଲଉଡ । ଏହାପରେ ତୁରନ୍ତ ସେ ପଡିଆ ଛାଡିଥିଲେ । ମାତ୍ର ଆଉ ଫେରିନିଥିଲେ । ତେବେ ହାଜଲଉଡଙ୍କ ଅବସ୍ଥା ଦେଖି ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ରିକି ପଏଣ୍ଟିଂ ଦୁଖଃପ୍ରକାଶ କରିଛନ୍ତି । ଏଥିସହିତ 28 ବର୍ଷିୟ ଏହି ବୋଲରଙ୍କ କ୍ରିକେଟ କ୍ୟାରିୟର ପ୍ରାୟତଃ ଶେଷ ହୋଇପାରେ ବୋଲି ପଏଣ୍ଟିଂ କହିଛନ୍ତି । ଏହା ଅଷ୍ଟ୍ରେଲିଆ କ୍ରିକେଟ ପାଇଁ ଏକ ବଡ କ୍ଷତି ବୋଲି ମଧ୍ୟ ସେ କହିଛନ୍ତି।