ହାଇଦ୍ରାବାଦ: ଆଇପିଏଲରେ ହଙ୍ଗାମା ମଚାଇଥିବା ଇଂଲଣ୍ଡ ପେସ ଷ୍ଟାର ଜୋଫ୍ରା ଆର୍ଚର ଚଳିତ ବିଶ୍ବକପର ପ୍ରଥମ ମ୍ୟାଚରୁ ହିଁ ଏକ ଚର୍ଚ୍ଚିତ ବୋଲର ହୋଇ ସାରିଲେଣି । ଓପନିଂ ମ୍ୟାଚରେ ଆୟୋଜକ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକାକୁ ୧୦୪ ରନରେ ପରାସ୍ତ କରିଥିଲା । ମ୍ୟାଚରେ ଆର୍ଚର ୭ ଓଭର ବୋଲିଂ କରି ମାତ୍ର ୨୭ ରନ ବ୍ୟୟରେ ୩ଟି ୱିକେଟ ହାସଲ କରିଥିଲେ । ଆର୍ଚରଙ୍କ ଏହି ୭ ଓଭରରେ ଗୋଟିଏ ମେଡେନ୍ ଓଭର ମଧ୍ୟ ସାମିଲ ଥିଲା ।
ତେବେ ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ବ୍ୟାଟ୍ସମ୍ୟାନ ସମସ୍ତେ ଫେଲ ମାରିଥିଲେ । ଅଧିନାୟକ ଡୁ ପ୍ଲେସିସ୍ ଆର୍ଚରଙ୍କ ବାଉନସର ବଲକୁ ହୁକ୍ ଶର୍ଟ ଖେଳିଥିଲେ । ମାତ୍ର ସେ ଫେଲ ମାରିଥିଲେ । ଅଦିନ ମାକ୍ରମ ମଧ୍ୟ ସମାନ ପ୍ରୟାସ କରିଥିଲେ । ମାତ୍ର ସେ ବି ଫେଲ ମାରିଲେ । ଅନ୍ୟପଟେ ଯେବେ ହାସିମ ଆମଲା ପାଳି ଆସିଲା ସେ ଆହତ ହୋଇ ରିଟାୟାର୍ଡ ହର୍ଟ ମଧ୍ୟ ହେଲେ । ତେବେ ଗୋଟେ ଅର୍ଥରେ କହିଲେ ଆର୍ଚରଙ୍କ ବାଉଁସର ଆଗରେ ସମସ୍ତେ ମାଟି କାମୁଡି ପଡିଯାଉଥିଲେ ।