ETV Bharat / sports

ଚାମ୍ପିଅନସିପ୍‌ ଜିତିବା ଗୁରୁତ୍ବପୂର୍ଣ୍ଣ, ପ୍ରଥମ ମ୍ୟାଚ ନୁହେଁ: ରୋହିତ ଶର୍ମା - RCB

ଆଇପିଏଲରେ ନିଜର ପ୍ରଥମ ମ୍ୟାଚରେ ପରାଜୟ ସ୍ବୀକାର କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହାକୁ ନେଇ ନୈରାଶ୍ୟ ନୁହେଁ ଅଧିନାୟକ ମୁମ୍ବାଇ ରୋହିତ ଶର୍ମା । ଚାମ୍ପିଅନସିପ ଜିତିବା ଗୁରୁତ୍ବପୂର୍ଣ୍ଣ, ପ୍ରଥମ ମ୍ୟାଚ ନୁହେଁ ବୋଲି ରୋହିତ କହିଛନ୍ତି । ଅଧିକ ପଢନ୍ତୁ...

rohit sharma
ଚାମ୍ପିଅନସିପ ଜିତିବା ଗୁରୁତ୍ବପୂର୍ଣ୍ଣ, ପ୍ରଥମ ମ୍ୟାଚ ନୁହେଁ : ରୋହିତ ଶର୍ମା
author img

By

Published : Apr 10, 2021, 10:03 AM IST

Updated : Apr 10, 2021, 1:19 PM IST

ଚେନ୍ନାଇ: ନବମ ଥର ପାଇଁ ଆଇପିଏଲରେ ନିଜର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଜିତି ପାରିନାହିଁ । ମ୍ୟାଚ ହାରିବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦଳର ଅଧିନାୟକ । ଚାମ୍ପିଅନସିପ ଜିତିବା ଗୁରୁତ୍ବପୂର୍ଣ୍ଣ, ପ୍ରଥମ ମ୍ୟାଚ ନୁହେଁ ବୋଲି ରୋହିତ କହିଛନ୍ତି ।

ଆଇପିଏଲ 2021ର ଉଦଘାଟନ ନିଜର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆରସିବି ନିକଟରୁ 2 ୱିକେଟ ପରାଜୟବରଣ କରିଛି । ଆରସିବି ନିକଟରୁ ପରାଜୟ ପରେ ରୋହିଶର୍ମା କହିଛନ୍ତି ଯେ ଚାମ୍ପିଅନସିପ ଜିତିବା ଗୁରୁତ୍ବପୂର୍ଣ୍ଣ ପ୍ରଥମ ମ୍ୟାଚ ଜିତିବା ସେତେ ଗୁରୁତ୍ବପୂର୍ଣ୍ଣ ନୁହେଁ । ଏହି ମ୍ୟାଚ ବହୁତ କଡା ମୁକାବିଲା ରହିଥିଲା । ଆମେ ସେମାନଙ୍କୁ ସହଜରେ ବିଜୟ ହେବା ପାଇଁ ଦେଇନଥିଲୁ । କିନ୍ତୁ ଆମେ ଦେଇଥିବା ଟାର୍ଗେଟରେ 20 ରନ କମ ହୋଇଥିଲା ଯାହା ଆମକୁ ମହଙ୍ଗା ପଡିଛି ବୋଲି ରୋହିତ ସ୍ବୀକାର କରିଛନ୍ତି । ଏହାସହ ରୋହିତ ଆହୁରୀ ମଧ୍ୟ କହିଛନ୍ତି ଯେ ଆମେ ଏହି ମ୍ୟାରେ କିଛି ଭୁଲ କରିଛୁ । ଏହାକୁ ସୁଧାରି ଆଗକୁ ବଢିବୁ । ଏହି ପିଚ ବ୍ୟାଟସମ୍ୟାନଙ୍କ ପାଇଁ ଅନୁକୂଳ ନାହିଁ । ଯାହା ଆଗକୁ ଆମକୁ ଚିନ୍ତା କରିବାକୁ ପଡିବ ।

ସୂଚନାଥାଉକି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି 159 ରନ କରିଥିଲା । ଏହାର ଜବାବରେ ଏବି ଡିଭିଲିରର୍ସଙ୍କ 48 ରନର ବିସ୍ଫୋରକ ପାଳି ଯୋଗୁଁ ଆରସିବି 160 ରନର ବିଜୟଲକ୍ଷ୍ୟକୁ ହାସଲ କରିଥିଲା । ଏହି ମ୍ୟାଚରେ ଆରସିବି ପକ୍ଷରୁ ହର୍ଷଲ ପଟେଲ 5 ଟି ୱିକେଟ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 10, 2021, 1:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.