ETV Bharat / sports

ଫଟାଫଟ ଫର୍ମାଟରେ 1 ହଜାର ଛକା, ବିଶ୍ବରେ ପ୍ରଥମ ବିସ୍ଫୋରକ ଗେଲ୍

author img

By

Published : Oct 30, 2020, 10:54 PM IST

କ୍ରିକେଟର ଫଟାଫଟ ଫର୍ମାଟରେ 1ହଜାର ଛକା ମାରିବାରେ ଗେଲ ବିଶ୍ବର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି ।

IPL 2020: Chris Gayle First Batsman To Smash 1000 Sixes In T20s
ଫଟାଫଟ ଫର୍ମାଟରେ 1ହଜାର ଛକା, ବିଶ୍ବରେ ପ୍ରଥମ ବିସ୍ଫୋରକ ଗେଲ୍

ଆବୁଧାବି: ବିଶ୍ବ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍ ଙ୍କ ନାମରେ ଆଉ ଏକ ବିରଳ ରେକର୍ଡ । କ୍ରିକେଟର ଫଟାଫଟ ଫର୍ମାଟରେ 1ହଜାର ଛକା ମାରିବାରେ ଗେଲ୍ ବିଶ୍ବର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି ।

ଆଇପିଏଲ 2020ର 50 ନମ୍ବର ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଏହି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି କାରବିୟନ ପାୱରହିଟର ଗେଲ୍ । ଏହି ମ୍ୟାଚରେ 63 ବଲରୁ 99 ରନର ଇଂନିସ ଖେଳିଛନ୍ତି ଗେଲ୍ । ଏହି ଇଂନିସରେ 6ଟି ଚୌକା ଓ 8ଟି ବିଶାଳ ଛକା ସାମିଲ ରହିଛି । ଗେଲଙ୍କ ଏହି ମାରାଥନ ଇଂନିସ ସହାୟତାରେ କିଙ୍ଗ୍ସ ଇଲେଭେନ ପଞ୍ଜାବ 20 ଓଭରରେ 185/4 ରନ ସଂଗ୍ରହ କରିପାରିଛି ।

ଗେଲ୍ ଙ୍କ ନାମରେ ଆଇପିଏଲରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ରହିଛି । ଆଇପିଏଲର 13ଟି ସଂସ୍କରଣରେ ଭିନ୍ନଭିନ୍ନ ଟିମ ପାଇଁ ଖେଳି ଶକ୍ତିଶାଳୀ ଗେଲ୍ ମୋଟ 349ଟି ଛକା ମାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.