ETV Bharat / sports

ଅପରାଜେୟ ଭାରତ, କ୍ରମାଗତ 13ତମ ଘରୋଇ ଟେଷ୍ଟ ସିରିଜ ବିଜୟ - ଇଂଲଣ୍ଡ ବନାମ ଇଂଲଣ୍ଡ

ବର୍ଷ 2013 ଠାରୁ ଘରୋଇ ଟେଷ୍ଟ ସିରିଜରେ ଅପରାଜେୟ ରହିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

India's glorious unbeaten home run of 13 Test series wins
ଅପରାଜେୟ ଭାରତ, କ୍ରମାଗତ 13ତମ ଘରୋଇ ଟେଷ୍ଟ ସିରିଜ ବିଜୟ
author img

By

Published : Mar 6, 2021, 7:58 PM IST

ଅହମ୍ମଦବାଦ: ଭାରତୀୟ କ୍ରିକେଟ ଟିମ ଘରୋଇ ମାଟିରେ ବର୍ଷ 2013 ଠାରୁ ଅପରାଜେୟ ରହିଛି । ଶନିବାର ଇଂଲଣ୍ଡ ବିପକ୍ଷ 4ଟିକିଆ ଟେଷ୍ଟ ସିରିଜକୁ 3-1ରେ କବ୍ଜା କରିବା ସହ କ୍ରମାଗତ 13ତମ ଟେଷ୍ଟ ସିରିଜ ବିଜୟୀ ହୋଇଛି ।

ବର୍ଷ 2013 ଠାରୁ ଏରି ଅପରାଜେୟ ଧାରା ଜାରି ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ 2013ରେ 4-0ରେ ସିରିଜ ବିଜୟୀ ହେବାପରେ କ୍ରମାଗତ ଟେଷ୍ଟ ସିରିଜ ଜିତିଆସୁଛି ଭାରତ ।

ଏହି 8 ବର୍ଷ ମଧ୍ୟରେ 8ଟି ଦେଶକୁ ହରାଇଛି ଭାରତ । ପାକିସ୍ତାନ ବ୍ୟତୀତ ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ଦୁଇଥର ଟେଷ୍ଟ ସିରିଜରେ ହରାଇସାରିଛି ।

ଶେଷ ଥର ପାଇଁ 2012-13ରେ ଇଂଲଣ୍ଡ ଠାରୁ ଘରୋଇ ମାଟିରେ ଭାରତ 2-1ରେ ସିରିଜ ହାରିଥିଲା । ମାତ୍ର ଭାରତ 2016-17ରେ 5ଟିକିଆ ସିରିଜକୁ 4-0ରେ ଜିତିବା ସହ ମଧୁର ପ୍ରତିଶୋଧ ନେଇଥିଲା । ଘରୋଇ ପରିବେଶରେ 13ଟି ଟେଷ୍ଟ ସିରିଜ ବିଜୟ ମଧ୍ୟରେ ଗୋଟିଏ ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ରହିଥିଲା ।

କ୍ରମାଗତ ଘରୋଇ ଟେଷ୍ଟ ସିରିଜ ବିଜୟ ତାଲିକାରେ ଅଷ୍ଟ୍ରେଲିଆ ଦ୍ବିତୀୟରେ ରହିଛି । 1994-2001 ମଧ୍ୟରେ ଓ 2004-2008 ମଧ୍ୟରେ ଦୁଇଥର କ୍ରମାଗତ 10ଟି ଘରୋଇ ଟେଷ୍ଟ ସିରିଜ ବିଜୟୀ ହୋଇଛି କଙ୍ଗାରୁ ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.