ETV Bharat / sports

5ମ ଟି-20: ନ୍ୟୁଜିଲାଣ୍ଡ ସାମ୍ନାରେ 164 ରନର ବିଜୟ ଲକ୍ଷ୍ୟ

5 ଟି20ରେ ପ୍ରଥମେ ବ୍ୟାଟିଂ କରି ଭାରତ 163 ରନ କରିବାକୁ ସମର୍ଥ ହୋଇଛି । ଫଳରେ ନ୍ୟୁଜିଲାଣ୍ଡ ସାମ୍ନାରେ 164 ରନର ବିଜୟ ଲକ୍ଷ୍ୟ ରହିଛି ।

IND Vs NZ 5th T20
ନ୍ୟୁଜିଲାଣ୍ଡ ସାମ୍ନାରେ 164 ରନର ବିଜୟ ଲକ୍ଷ୍ୟ
author img

By

Published : Feb 2, 2020, 4:52 PM IST

ମାଉଣ୍ଟ ମାଉଙ୍ଗାନୁଇ: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି20 ସିରିଜର 5ମ ତଥା ଶେଷ ମ୍ୟାଚ ଖେଳାଯାଉଛି । ବେ ଓଭାଲ, ମାଉଣ୍ଟ ମାଉଙ୍ଗାନୁଇରେ ଏହି ମ୍ୟାଚ ଖେଳାଯାଉଛି । କ୍ୟାପଟେନ ବିରାଟ କୋହଲିଙ୍କୁ ଆଜିର ମ୍ୟାଚରେ ବିଶ୍ରାମ ଦିଆଯାଇଛି । ଫଳରେ ରୋହିତ ଶର୍ମାଙ୍କୁ କ୍ୟାପଟେନ ଦାୟିତ୍ବ ମିଳିଛି । ରୋହିତ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି କରିବା ପରେ ଭାରତ ନିର୍ଧାରିତ 20 ଓଭରରେ 163 ରନ କରିଛି ।

IND Vs NZ 5th T20
ରୋହିତ ଶର୍ମା

ନ୍ୟୁଜିଲାଣ୍ଡ ସାମ୍ନାରେ 164 ରନର ବିଜୟ ଲକ୍ଷ୍ୟ ରହିଛି । ଶେଷ ମ୍ୟାଚକୁ ଜିତି ନ୍ୟୁଜିଲାଣ୍ଡ ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ରହିଛି । ଅନ୍ୟପଟେ ସିରିଜ କ୍ଳିନସୁଇପ ଲକ୍ଷ୍ୟରେ ରହିଛି ବିରାଟ ବାହୀନି ।

ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ 60 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । 41 ବଲରୁ 3 ଚୌକା ଓ 3 ଛକା ସହ 60 ରନ କରିଛନ୍ତି ହିଟମ୍ୟାନ ରୋହିତ । ତେବେ ଇଂନିସ ଅଧାରୁ ରୋହିତ ରିଟାୟଡ ହର୍ଟ ହୋଇ ଫେରିଥିଲେ । ଓପନର ଲୋକେଶ ରାହୁଲ 33 ବଲରୁ 4 ଚୌକା ଓ 2 ଛକା ସହାୟତାରେ 45 ରନର ବିସ୍ପୋରକ ଇଂନିସ ଖେଳିଛନ୍ତି । ଶ୍ରେୟସ ଆୟର 31 ବଲରୁ 33 ଓ ଶେଷ ଭାଗରେ ମନିଷ ପାଣ୍ଡେ 4 ବଲରୁ 11 ରନ କର ଭାରତ ସ୍କୋରକୁ 150 ପାର କରାଇଥିଲେ ।

IND Vs NZ 5th T20
ଲୋକେଶ ରାହୁଲ

ନ୍ୟୁଜିଲାଣ୍ଡ ପକ୍ଷରୁ ସ୍କଟ କୁଗଲେଜିନ 2ଟି ଓ ହମିସ ବେନ୍ନଟ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.