ETV Bharat / sports

U-19 ବିଶ୍ବକପ: ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ପ୍ରିୟମ ବାହିନୀ

author img

By

Published : Jan 19, 2020, 12:22 PM IST

ଆଜି 19 ବର୍ଷରୁ କମ୍‌ କ୍ରିକେଟ ବିଶ୍ବକପ୍‌ରେ ଅଭିଯାନ ଆରମ୍ଭ କରିବ ଭାରତ ଦଳ । ତେବେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ପ୍ରିୟମ ବାହିନୀ । 5ମ ଥର ଚମ୍ପିଆନ ଲକ୍ଷ୍ୟରେ ଟିମ ଇଣ୍ଡିଆ ।

under 19 world cup
under 19 world cup

ବ୍ଲୋମଫୋଣ୍ଟେନ: 19 ବର୍ଷରୁ କମ୍‌ କ୍ରିକେଟ ବିଶ୍ବକପ୍‌ର 13ତମ ସଂସ୍କରଣ ଗତ 17 ତାରିଖରୁ ଦ.ଆଫ୍ରିକାରେ ଆରମ୍ଭ ହୋଇଯାଇଛି । ତେବେ ଚମ୍ପିଆନ ଭାରତ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଆଜି ଶ୍ରୀଲଙ୍କା ବିପକ୍ଷରେ ଖେଳିବ । ପୂର୍ବରୁ 4ଥର ବିଶ୍ବକପ ଟାଇଟଲ ହାତେଇ ସାରିଛି ଜୁନିୟର ଇଣ୍ଡିଆ ଟିମ ।

ତେବେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଆଜିର ମ୍ୟାଚଟି ମାଙ୍ଗଉଙ୍ଗ ଓଭାଲ୍‌ ଷ୍ଟାଡିୟମରେ ଖେଳାଯିବ । ପ୍ରିୟମ ଗର୍ଗଙ୍କ ନେତୃତ୍ବରେ ଦଳ ଗ୍ରାଉଣ୍ଡକୁ ଓହ୍ଲାଇବ । ତେବେ ଟିମ ଇଣ୍ଡିଆ କିଛି ଦିନ ପୂର୍ବରୁ ଦ.ଆଫ୍ରିକା ପହଞ୍ଚି ସେଠାରେ ସିରିଜ ମଧ୍ୟ ଖେଳି ସାରିଛି । ସେହି ଦିନିକିଆ ସିରିଜରେ 2-1ରେ ଆୟଜକ ଦଳ ଦ.ଆଫ୍ରିକାକୁ ହରାଇଛି ।

world cup
u-19 ଭାରତୀୟ ଦଳ

ତେବେ ଭାରତୀୟ ଜୁନିୟର ଟିମର ବ୍ୟାଟ୍ସମ୍ୟାନଙ୍କୁ ଦେଖିଲେ ଯଶ୍ବସୀ ଜୟସ୍ବାଲଙ୍କ ନାଁ ଆଗେ ଆସିବ । ସେ ଘରୋଇ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି ଓ ଏହା ପୂର୍ବରୁ ମଧ୍ୟ ଅଣ୍ଡର-19 ଟିମ ପାଇଁ ଭଲ ପାଳି ମଧ୍ୟ ଖେଳିଛନ୍ତି । ଯଶ୍ବସୀଙ୍କ ବ୍ୟାଟିଂ ଉପରେ ଆଜି ସମସ୍ତଙ୍କ ନଜର ରହିବ । ଏଥିସହ ବୋଲିଂ ମଧ୍ୟ କରି ପାରିବେ ଯଶ୍ବସୀ । ସେହିପରି ଭାରତର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅଧିନାୟକ ପ୍ରିୟମ, ତିଲକ ବର୍ମା, ଧୁବ୍ର ଚନ୍ଦ ଜୁରେଲ ଓ ଦିବ୍ୟାଂଶ ସକ୍‌ସେନା ଭଲ ଫର୍ମରେ ରହିଛନ୍ତି । ବୋଲର ମାନଙ୍କ ମଧ୍ୟରେ ଶୁଭାଙ୍ଗ ହେଗଡେ ଓ କାର୍ତ୍ତିକ ତ୍ୟାଗୀଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

u-19 ଇଣ୍ଡିଆ ଟିମ

ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ସଫଳ ଦଳ । ଭାରତ 4ଥର 19ବର୍ଷରୁ କମ୍‌ କ୍ରିକେଟ ବିଶ୍ବକପ୍‌ର ଟାଇଟଲ ଜିତିଛି । ମହମ୍ମଦ କୈଫ(2000), ବିରାଟ କୋହଲି(2008),ଉନ୍ମୁକ୍ତ ଚନ୍ଦ(2012), ପୃଥ୍ବୀ ଶ(2018) ଦେଶ ପାଇଁ ଅଣ୍ଡର-19 ବିଶ୍ବକପ ଜିତିଛନ୍ତି ।ତେବେ ଭାରତ ପରେ ଅଷ୍ଟ୍ରେଲିଆ ଏହି ଟୁର୍ଣ୍ଣାମେଣ୍ଟର ସଫଳ ଟିମ । କଙ୍ଗାରୁ ଦଳ 3ଥର ଏହି ଟାଇଟଲ ଜିଣିଛି । ସେହିପରି ଇଂଲଣ୍ଡ,ଦ.ଆଫ୍ରିକା, ଇଣ୍ଡିଜ ପକ୍ଷରୁ ଥରେ-ଥରେ ବିଶ୍ବକପ୍‌ ଟାଇଟଲ ନିଜ ନାଁରେ କରିଛନ୍ତି । ଏବେ ଦେଖିବାକୁ ରହିଲା ପ୍ରିୟମ ବାହିନୀ ଟାଇଟଲ ହାସଲ କରି ପାରୁଛି କି ନାହିଁ ।

ଭାରତ ଟିମ୍‌: ପ୍ରିୟମ ଗର୍ଗ(ଅଧିନାୟକ), ଯଶ୍ବସୀ ଜୟସ୍ବାଲ, ତିଲକ ବର୍ମା, ଦିବ୍ୟାଂଶ ସକ୍‌ସେନା, ଧୁବ୍ର ଚନ୍ଦ ଜୁରେଲ(ଓ୍ବିକେଟକିପର/ଉପ ଅଧିନାୟକ), ଶାଶ୍ବତ ରାଓ୍ବତ, ସିଦ୍ଦେଶ ବୀର, ଶୁଭାଙ୍ଗ ହେଗଡେ,ରବି ବିଶୋଇ, ଆକାଶ ସିଂ,କାର୍ତ୍ତିକ ତ୍ୟାଗୀ, ଅର୍ଥବ ଅଙ୍କଲେରକର,କୁମାର କୁଶାଗ୍ର(ଓ୍ବିକେଟକିପର), ସୁଶାନ୍ତ ମିଶ୍ରା,ବିଦ୍ୟାଧର ପାଟିଲ, ସିଟିଏଲ.ରକ୍ଷଣ ।

ଶ୍ରୀଲଙ୍କା ଟିମ: ନିପୁନ ଧନଞ୍ଜୟ(ଅଧିନାୟକ), ନାବୋଦ ପାରାନାଓ୍ବିଥାନା, କାମିଲ ମିଶ୍ରା, ଅହାନ ବିକ୍ରମାସିନ୍ଧେ, ସୋନଲ ଦିନୁଶା, ମହମ୍ମଦ ଶାମାଜ,ତାବିଶା ଅଭିଷେକ, ରଭିଣ୍ତୁ ରସନଥା,ଏମ ଏ ଚାମିଣ୍ଡା,ବିଜେସିଂଘେ, ଏସନ ଡେନିଏଲ,ଦିଲୁମ ସୁଦୀରା, କାବିନ୍ଦୁ ନାଦିଶାନ, ଏଲଏମ ଦିଲଶାନ, ମାଦୁଶନକା,ମାଥିଶା ପାଥିରାନା, ଆମଶି ଡି ସିଲ୍ବା

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.