ETV Bharat / sports

ଆମେରିକା ପକ୍ଷରୁ ଖେଳିବେ ଇଂଲଣ୍ଡ କ୍ରିକେଟର ଲିଆମ ପ୍ଳଙ୍କେଟ ! - ଇଂଲଣ୍ଡ କ୍ରିକେଟର ଲିଆମ ପ୍ଳଙ୍କେଟ

ଆମେରିକା ପକ୍ଷରୁ ଖେଳିବା ନେଇ ଆଶାବାଦୀ ଅଛନ୍ତି ଇଂଲଣ୍ଡ ସ୍ପିଡଷ୍ଟାର ଲିଆମ ପ୍ଳଙ୍କେଟ । ଅଧିକ ପଢନ୍ତୁ...

England pacer Liam Plunkett open to the idea of playing for US
ଆମେରିକା ପକ୍ଷରୁ ଖେଳିବେ ଇଂଲଣ୍ଡ କ୍ରିକେଟର ଲିଆମ ପ୍ଳଙ୍କେଟ !
author img

By

Published : Jun 2, 2020, 3:55 PM IST

ଲଣ୍ଡନ: ଆମେରିକା ପକ୍ଷରୁ ଖେଳିବା ନେଇ ଆଶାବାଦୀ ଅଛନ୍ତି ଇଂଲଣ୍ଡ ସ୍ପିଡଷ୍ଟାର ଲିଆମ ପ୍ଳଙ୍କେଟ । 35 ବର୍ଷିୟ ପ୍ଳଙ୍କେଟଙ୍କ ପତ୍ନୀ ଜଣେ ଆମେରିକୀୟ । ଫଳରେ ଭବିଷ୍ୟତରେ ଆମେରିକା ପକ୍ଷରୁ ଖେଳିବାକୁ ସୁଯୋଗ ମିଳିଲେ ହାତଛଡା କରିବେ ନାହିଁ ବୋଲି ସେ କହିଛନ୍ତି ।

ଘରୋଇ ସିଜିନ ପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡ ଘୋଷଣା କରିଥିବା 55ଜଣିଆ ଟିମରୁ ବାଦ ପଡିଛନ୍ତି ପ୍ଳଙ୍କେଟ । ଶେଷଥର ପାଇଁ ସେ 2019 କ୍ରିକେଟ ବିଶ୍ବକପ ଫାଇନାଲରେ ଇଂଲଣ୍ଡ ପକ୍ଷରୁ ଖେଳିଥିଲେ । ଫାଇନାଲ ମ୍ୟାଚରେ 3ଟି ମୂଲ୍ୟବାନ ୱିକେଟ ଅକ୍ତିଆର କରିବା ସହ ଇଂଲଣ୍ଡକୁ ପ୍ରଥମ ଥର ବିଶ୍ବଚମ୍ପିଆନ କରାଇବାରେ ସହାୟକ ହୋଇଥିଲେ ।

ତେବେ ଆମେରିକା ପକ୍ଷରୁ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଖେଳିବାର ଯୋଗ୍ୟତା ହାସଲ କରିବାକୁ ହେଲେ, ପ୍ଳଙ୍କେଟଙ୍କୁ 3ବର୍ଷ ଆମେରିକା ନାଗରିକ ଭାବେ ରହିବାକୁ ହେବ ।

ପ୍ଳଙ୍କେଟ କହିଛନ୍ତି, ସେ ଇଂଲିସ ଓ ସର୍ବଦା ଇଂଲିସମ୍ୟାନ ହୋଇ ରହିବେ । ତେବେ ତାଙ୍କର ସନ୍ତାନ ଆମେରିକା ନାଗରିକ ହେବ । ସେଥିପାଇଁ ତାଙ୍କୁ ଆମେରିକା ପକ୍ଷରୁ ଖେଳିବାର ସୁଯୋଗ ମିଳିଲେ ନିଶ୍ଚୟ ଗ୍ରହଣ କରିବେ ବୋଲି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.