ETV Bharat / sports

ଫାଇନାଲ ଟିକେଟ ଲଢେଇ: ଦିଲ୍ଲୀକୁ 189/3ରେ ରୋକିଲା ହାଇଦ୍ରାବାଦ

ଆଜି ଆଇପିଏଲର 2ୟ କ୍ବାଲିଫାୟର ମ୍ୟାଚ । ଦିଲ୍ଲୀ ଆଗରେ ହାଇଦ୍ରାବାଦ ଚାଲେଞ୍ଜ । ତେବେ ନିର୍ଦ୍ଧାରିତ ଓଭରରେ 3ଓ୍ବିକେଟ ହରାଇ 189ରନ୍‌ ସଂଗ୍ରହ କରିଛି ଦିଲ୍ଲୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଫାଇନାଲ ଟିକେଟ ଲଢେଇ: ଦିଲ୍ଲୀକୁ 189/3ରେ ରୋକିଲା ହାଇଦ୍ରାବାଦ
ଫାଇନାଲ ଟିକେଟ ଲଢେଇ: ଦିଲ୍ଲୀକୁ 189/3ରେ ରୋକିଲା ହାଇଦ୍ରାବାଦ
author img

By

Published : Nov 8, 2020, 9:33 PM IST

ଆବୁଧାବି: ଆଜି ଆଇପିଏଲର 2ୟ କ୍ବାଲିଫାୟର ମ୍ୟାଚ । ଦିଲ୍ଲୀ ଆଗରେ ହାଇଦ୍ରାବାଦ ଚାଲେଞ୍ଜ । ତେବେ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ନିର୍ଦ୍ଧାରିତ ଓଭରରେ 3ଓ୍ବିକେଟ ହରାଇ 189ରନ୍‌ ସଂଗ୍ରହ କରିଛି ଦିଲ୍ଲୀ ।

ଦଳପକ୍ଷରୁ ମଜବୁତ ଓପୋନିଂ ଆରମ୍ଭ କରିଥିଲେ ମାର୍କସ ଷ୍ଟୋଇନିସ ଓ ଶିଖର ଧୱନ । 88ରନ୍‌ର ପାର୍ଟନରସିପ ଇଂନିସ ଖେଳିଥିଲେ । ଷ୍ଟୋଇନିସ 38ରନ୍‌(27 ବଲ୍‌, 5ଚୌକା, 1ଛକା) କରି ରସିଦ ଖାନଙ୍କ ବଲ୍‌ରେ ଆଉଟ ହୋଇଥିଲେ । ଏହାପରେ ଫିଲ୍ଡକୁ ଓହ୍ଲାଇଥିଲେ ଶ୍ରେୟାସ ଆୟର । ସେ 21ରନ୍‌ କରି ହୋଲ୍ଡରଙ୍କ ଶୀକାର ହୋଇଥିଲେ । 18.3 ଓଭରରେ ଶିଖର ଧୱନ 78ରନ୍‌(50ବଲ୍‌, 6ଚୌକା, 2ଛକା) କରି ଆଉଟ ହୋଇଥିଲେ । ତେବେ ଶିମ୍ରନ୍ ହେଟମିୟର 22ବଲ୍‌ରେ 42ରନ୍‌ର ଅପରାଜିତ ଇଂନିସ ଖେଳି ସ୍କୋରକୁ 189ରେ ପହଞ୍ଚାଇଥିଲେ ।

ତେବେ ବିପକ୍ଷ ଦଳ ହାଇଦ୍ରାବାଦ ପକ୍ଷରୁ ସନ୍ଦୀପ ଶର୍ମା, ଜେସନ ହୋଲ୍ଡର ଓ ରସିଦ ଖାନ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶ: ଶିଖର ଧୱନ, ଅଜିଙ୍କ୍ୟ ରାହାଣେ, ଶ୍ରେୟାସ ଆୟର, ଋଷଭ ପନ୍ତ, ଶିମ୍ରନ୍ ହେଟମିୟର, ମାର୍କସ ଷ୍ଟୋଇନିସ୍, ଆକ୍ସର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ୍, ପ୍ରବୀଣ ଦୁବେ, କାଗିସୋ ରାବାଡା, ଆନ୍ରିଚ୍ ନୋର୍ଜେ ।

ସନରାଇଜର୍ସ ହାଇଦ୍ରାବାଦ ଏକାଦଶ: ଡେଭିଡ ୱାର୍ଣ୍ଣର, ଶ୍ରୀବାତ୍ ଗୋସ୍ୱାମୀ, ମନୀଷ ପାଣ୍ଡେ, କେନ୍ ୱିଲିୟମସନ, ପ୍ରିୟ ଗର୍ଗ, ଜେସନ ହୋଲ୍ଡର, ଅବଦୁଲ ସମାଦ, ରସିଦ ଖାନ, ଶାହାବାଜ ନାଡିମ, ସନ୍ଦୀପ ଶର୍ମା, ଟି ନାଟାରାଜନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.