ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ସୁରେଶ ରାଇନା । ଶେଷ ଟ୍ବିଟରେ 74ତମ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ ରାଇନା । ମାତ୍ର କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଅବସର ଘୋଷଣା କରିବାର କିଛି ସମୟ ପରେ, ନିଜ ଇନଷ୍ଟାଗ୍ରାମ ପେଜରେ ଅବସର ଘୋଷଣା କରିଛନ୍ତି ।
ଧୋନିଙ୍କ ଉଦ୍ଦେଶ୍ୟରେ ରାଇନା ଲେଖିଛନ୍ତି, "ମୁଁ କିଛି ନଥିଲି, ମାତ୍ର ତୁମ ସହିତ ଖେଳିବାର ସୌଭାଗ୍ୟ ମିଳିଥିଲା । ସେଥିପାଇଁ ମୁଁ ଗର୍ବିତ । ମୁଁ ତୁମ ସହିତ ରହିବାକୁ ଚିନ୍ତା କରିଛି । ଧନ୍ୟବାଦ ଭାରତ । ଜୟ ହିନ୍ଦ୍ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ