ETV Bharat / sports

ଦୃଷ୍ଟିହୀନ ବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତାରେ ବାଲେଶ୍ବର ଚମ୍ପିୟାନ

ଦ୍ବିତୀୟ ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶାର ରାଣୀପାଟଣା, ବାଲେଶ୍ବର ଦୃଷ୍ଟିହୀନ ବିଦ୍ୟାଳୟ ଚମ୍ପିୟାନ ହୋଇଛି। ଯାହାକୁ ନେଇ ସମଗ୍ର ରାଜ୍ୟ ସମେତ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।

author img

By

Published : Apr 19, 2019, 8:38 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଦ୍ବିତୀୟ ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶାର ରାଣୀପାଟଣା, ବାଲେଶ୍ବର ଦୃଷ୍ଟିହୀନ ବିଦ୍ୟାଳୟ ଚାମ୍ପିୟାନ ହୋଇଛି। ଯାହାକୁ ନେଇ ସମଗ୍ର ରାଜ୍ୟ ସମେତ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ବିଜୟ ପରେ ଖେଳାଳି ବାଲେଶ୍ବରକୁ ଗୁରୁବାର ଫେରିଛନ୍ତି। ସେମାନଙ୍କୁ ବାଲେଶ୍ୱର ଷ୍ଟେସନରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ, ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶା, ପଶ୍ଚିମବଙ୍ଗ,ଝାଡ଼ଖଣ୍ଡ, ବିହାର ଓ ଆସାମ ରାଜ୍ୟର ୧୨ ଟିମ ଭାଗ ନେଇଥିଲେ। ପ୍ରଥମ ଲିଗ ମ୍ୟାଚରେ ଓଙ୍ଗିଶା ଟିମ ପଶ୍ଚିମବଙ୍ଗର ନବଦ୍ବୀପ ଟିମକୁ ୧୩୫ ରନରେ ହରାଇ ଥିଲା। ସେହିପରି ଦ୍ବିତୀୟ ଲିଗ ମ୍ୟାଚରେ ବିହାରର ପାଟନାକୁ ମଧ୍ୟ ପରାସ୍ତ କରି ସେମିଫାଇନାଲ ଖେଳିବା ପାଇଁ ବିବେଚିତ ହୋଇଥିଲା।

ସେମିଫାଇନାଲରେ ଓଡିଶା ପଶ୍ଚିମବଙ୍ଗକୁ ହରାଇ ଫାଇନାଲକୁ ଖେଳିବା ସୁଯୋଗ ହାତେଇଥିଲା। ଫାଇନାଲରେ ଝାଡଖଣ୍ଡକୁ ହରାଇ ଚାମ୍ପିୟନ ହୋଇଥିଲା । ଆଗାମୀ ଦିନରେ ସରକାରୀ ସହାୟତା ମିଳିଲେ ଏହି ଖେଳାଳିମାନେ ଦେଶ ବିଦେଶରେ ନାମ କମେଇ ପାରିବେ ବୋଲି ଅଞ୍ଚଳବାସୀ କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.