ETV Bharat / sports

ଅଭ୍ୟାସକୁ ଫେରିବା ନେଇ ବ୍ୟଗ୍ର ବାବର ଆଜମ - Babar Azam can't wait

ପାକିସ୍ତାନ କ୍ରିକେଡ ବୋର୍ଡର ଖେଳାଳିଙ୍କ ପାଇଁ ରଖିଥିବା ଅନଲାଇନ କୋଚିଂ ସେସନ ଶେଷ ହୋଇଛି । ଏହାପରେ ବ୍ୟାଟ୍ସମ୍ୟାନ ବାବର ଆଜମ ଶୀ ଘ୍ର ଅଭ୍ୟାସକୁ ଫେରିବା ନେଇ ବ୍ୟଗ୍ର ବୋଲି କହିଛନ୍ତି ।

Babar Azam can't wait to put in practice tips given by yousuf & Yonus
ଅଭ୍ୟାସକୁ ଫେରିବା ନେଇ ବ୍ୟଗ୍ର ବାବର ଆଜମ
author img

By

Published : May 11, 2020, 12:06 PM IST

ଲାହୋର: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ବିଶ୍ବରେ ସମସ୍ତ ପ୍ରକାର କ୍ରିକେଟ ସ୍ଥଗିତ ରହିଛି । ସୋସିଆଲ ମିଡିଆରେ କ୍ରିକେଟରଙ୍କୁ ସମୟ ଅତିବାହିତ କରୁଥିବାର ଦେଖାଯାଉଛି । ତେବେ ପାକିସ୍ତାନ ବ୍ୟାଟ୍ସମ୍ୟାନ ବାବର ଆଜମ ଶିଘ୍ର ଅଭ୍ୟାସକୁ ଫେରିବା ନେଇ ବ୍ୟଗ୍ର ଅଛନ୍ତି ।

ପାକିସ୍ତାନ କ୍ରିକେଡ ବୋର୍ଡ ପକ୍ଷରୁ ଖେଳାଳିଙ୍କ ପାଇଁ ଲକଡାଉନ ସମୟରେ ଏକ ଅନଲାଇନ କୋଚିଂର ବ୍ୟବସ୍ଥା ହୋଇଥିଲା । ଏଥିରେ ପୂର୍ବତନ ପାକ କ୍ରିକେଟର ମହମ୍ମଦ ୟୁସୁଫ, ୟୁନିସ ଖାନ, ରସିଦ ଲତିଫ, ମୁସ୍ତାକ ଅହମ୍ମଦ ମୋଇନ ଖାନ, ଜାଭେଦ ମିଆଁଦାଦ, ୱାସିମ ଆକ୍ରମ ଓ ସୋଏବ ଅଖତର ପ୍ରମୁଖ ବର୍ତ୍ତମାନର ଖେଳାଳିଙ୍କୁ ନିଜର ଅଭିଜ୍ଞତା ବାଣ୍ଟିଥିଲେ।

ଏପ୍ରିଲ 27ରୁ ଆରମ୍ଭ ହୋଇଥିବା ଏହି ଅନଲାଇନ ସେସନ ପ୍ରାୟ 2ସପ୍ତାହ ଧରି ଚାଲିଥିଲା । ଏହା ଶେଷ ହେବା ପରେ, ସକରାତ୍ମକ ମନୋବଳ ସହ ଅନେକ କିଛି ଟିପ୍ସ ଗ୍ରହଣ କରିଥିବା କହିଛନ୍ତି ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.