ETV Bharat / sports

ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲାଣ୍ଡ ଟେଷ୍ଟ: ପ୍ରଥମ ଦିନ ଖେଳ ଶେଷ, ଅଷ୍ଟ୍ରେଲିଆ 283/3

author img

By

Published : Jan 3, 2020, 4:48 PM IST

ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମଧ୍ୟରେ ସିଡନି କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା 3ୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହୋଇଛି। ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆର ସ୍କୋର 283/3 ରହିଛି।

Australia Vs New Zealand
ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲାଣ୍ଡ ଟେଷ୍ଟ

ସିଡନି: ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର 3ୟ ମ୍ୟାଚ ସିଡନି ଗ୍ରାଉଣ୍ଡରେ ଖେଳାଯାଉଛି। ପ୍ରଥମ ଟସ ଜିତି ଅଷ୍ଟ୍ରେଲିଆ କ୍ୟାପଟେନ ଟିମ ପେଇନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆର ସ୍କୋର 283/3 ରହିଛି।

ଅଷ୍ଟ୍ରେଲିଆ ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲବୁସାନ ଦମଦାର ଶତକ ହାସଲ କରିଛନ୍ତି। ଲବୁସାନ 130 ରନ ସହ ଅପରାଜିତ ଅଛନ୍ତି। ଡେଭିଡ ୱାର୍ଣ୍ଣର 45, ଷ୍ଟିଭ ସ୍ମିଥ 63 ଓ ଜୋ ବର୍ଣ୍ଣସ 18 ରନ କରି ଆଉଟ ହୋଇଛନ୍ତି। ମାଥ୍ୟୁ ୱେଡ 22 ରନ ସହ ଅପରାଜିତ ରହିଛନ୍ତି।

ନ୍ୟୁଜିଲାଣ୍ଡ ପକ୍ଷରୁ କଲିନ ଗ୍ରାଣ୍ଡହୋମ ସର୍ବାଧିକ 2ଟି ୱିକେଟ ଅକ୍ତିଆର କରିଛନ୍ତି। ନେଲ ୱାଗନର ଗୋଟିଏ ୱିକେଟ ହାସଲ କରିଛନ୍ତି । ପ୍ରଥମ 2ଟି ଟେଷ୍ଟରେ ବିଜୟୀ ହୋଇ ଅଷ୍ଟ୍ରେଲିଆ ପୂର୍ବରୁ ସିରିଜ କବ୍ଜା କରିସାରିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.