ETV Bharat / sports

ଷ୍ଟମ୍ପିଂ କରିବା ପୂର୍ବରୁ ବୋଲରଙ୍କୁ କଣ ଗୁପ୍ତ ମନ୍ତ୍ରଣା ଦିଅନ୍ତି ଧୋନି, ଶୁଣନ୍ତୁ..... - Champions Trophy 2013 final

ଅଶ୍ବୀନ ମନେପକାଇଥିଲେ ଆଇସିସି ଚାମ୍ପିଅନ୍ସ ଟ୍ରଫି 2013 ଫାଇନାଲରେ ଜୋନାଥନ ଟ୍ରଟଙ୍କ ଷ୍ଟମ୍ପିଂ କଥା । ସୂଚନାଥାଉ କି, 2013 ଚମ୍ପିଆନ୍ସ ଟ୍ରଫିରେ ଭାରତ ଇଂଲଣ୍ଡକୁ 5 ରନ ବ୍ୟବଧାନରେ ପରାସ୍ତ କରି ଟାଇଟଲ ହାତେଇଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର....

ashwin-narrates-how-dhoni-plotted-jonathan-trotts-dismissal-in-champions-trophy-2013-final
ଷ୍ଟମ୍ପିଂ କରିବା ପୂର୍ବରୁ ବୋଲରଙ୍କୁ ଧୋନି କଣ ଗୁପ୍ତ ମନ୍ତ୍ରଣା ଦିଅନ୍ତି, ଶୁଣନ୍ତୁ.....
author img

By

Published : Apr 26, 2020, 4:51 PM IST

Updated : Apr 26, 2020, 5:26 PM IST

ହାଇଦ୍ରାବାଦ: ବିଶ୍ବର ସର୍ବଶ୍ରେଷ୍ଠ ମ୍ୟାଚ ଫିନିସର ଓ ସର୍ବଶ୍ରେଷ୍ଠ ୱିକେଟ ରକ୍ଷକ ଭାବେ ପରିଚିତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ୱିକେଟ ପଛରେ ତାଙ୍କର ଗ୍ଲୋବ୍ସର ଯାଦୁ ପାଇଁ ତାଙ୍କୁ ବଡ ବଡ ବ୍ୟାଟ୍ସମ୍ୟାନ ଭୟ କରନ୍ତି । କୁହାଯାଏ, ୱିକେଟ ପଛରେ ଧୋନି ଥିଲେ ବ୍ୟାଟିଂ ସୀମା ବାହାରକୁ ଯିବା ପାଇଁ ବ୍ୟାଟ୍ସମ୍ୟାନ ସାହାସ କରନ୍ତି ନାହିଁ । ତେବେ ଧୋନିଙ୍କ ବିଚକ୍ଷଣ ଷ୍ଟମ୍ପ ଆଉଟ ମଧ୍ୟରୁ ଗୋଟିଏ ଷ୍ଟମ୍ପିଂର କାହାଣୀ କହିଛନ୍ତି ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବୀନ । ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବା ପାଇଁ ଧୋନି ଯେଉଁ ଯୋଜନା କରିଥାନ୍ତି, ତାହା କିପରି ଆପେ ଆପେ ସଫଳ ହୋଇଯାଏ । ତାହା ଆଜି ପର୍ଯ୍ୟନ୍ତ ଅଶ୍ବୀନ ବିଶ୍ବାସ ହୋଇ ପାରେନି ବୋଲି ସେ କହିଛନ୍ତି ।

ତେବେ କୋରୋନା ମହାମାରୀ ପାଇଁ ସମସ୍ତ ପ୍ରତିଯୋଗିତା ବନ୍ଦ ରହିଥିବା ବେଳେ କ୍ରିକେଟରମାନେ ଏବେ ଭିଡିଓ କଲ ମାଧ୍ୟମରେ ନିଜ ନିଜର ଫ୍ୟାନ୍ସଙ୍କ ସହ ସମୟ ଅତିବାହିତ କରୁଛନ୍ତି । ଶୁକ୍ରବାର ସିଏସ୍‌କେର ସାଥୀ ଖେଳାଳି ସୁରେଶ ରାଇନାଙ୍କ ସହ ଅଶ୍ବୀନ ଇନଷ୍ଟାଗ୍ରାମ ଲାଇଭ ଚାଟ୍‌ କରୁଥିଲେ । ଏଥିରେ ବିଗତ ଦିନରେ ଧୋନିଙ୍କ କିଛି ଚମତ୍କାର ଷ୍ଟମ୍ପିଂ ବିଷୟରେ ଆଲୋଚନା ହେଉଥିଲା । ଯେଉଁଠି ଅଶ୍ବୀନ ମନେପକାଇଥିଲେ ଆଇସିସି ଚାମ୍ପିଅନ୍ସ ଟ୍ରଫି 2013 ଫାଇନାଲରେ ଜୋନାଥନ ଟ୍ରଟଙ୍କ ଷ୍ଟମ୍ପିଂ କଥା । ସୂଚନାଥାଉ କି, 2013 ଚମ୍ପିଆନ୍ସ ଟ୍ରଫିରେ ଭାରତ ଇଂଲଣ୍ଡକୁ 5 ରନ ବ୍ୟବଧାନରେ ପରାସ୍ତ କରି ଟାଇଟଲ ହାତେଇଥିଲା ।

ashwin-narrates-how-dhoni-plotted-jonathan-trotts-dismissal-in-champions-trophy-2013-final
ଆଇସିସି ଚାମ୍ପିଅନ୍ସ ଟ୍ରଫି 2013 ଫାଇନାଲ

ତେବେ ଏହି ଲୋ-ସ୍କୋରିଂ ଫାଇନାଲରେ ଧୋନିଙ୍କ ମାଇଣ୍ଡ ଗେମ୍‌ ପାଇଁ ଭାରତୀୟ ବୋଲର୍ସ ଅଧକରୁ ଅଧିକ ୱିକେଟ ଅକ୍ତିଆର କରି ପାରିଲେ । ଆଉ ଭାରତ ଚମ୍ପିଆନ ହୋଇଥିଲା । ବିପକ୍ଷ ଇଂଲଣ୍ଡର ଇନଫର୍ମ ବ୍ୟାଟ୍ସମ୍ୟାନ ଜୋଥାନ ଟ୍ରଟ୍‌ 17ବଲ ଖେଳି 20ରେ ବ୍ୟାଟିଂ କରୁଥିଲେ । ଏହି ସମୟରେ ଧୋନି ଅଶ୍ବୀନଙ୍କ ଓଭରରେ ଚାଲ ଚଳାଇଲେ । ‘ରାଉଣ୍ଡ ଦ ୱିକେଟ’ ବୋଲିଂ ଭାର ନେଇ ଆସୁଥିବା ଅଶ୍ବୀନଙ୍କୁ ମାହି ‘ଓଭର ଦ ୱିକେଟ’ ବୋଲିଂ କରିବାକୁ କହିଲେ । ଏହା ପରେ ଧୋନିଙ୍କ ଯୋଜନା ଅନୁଯାଇ ଟ୍ରଟ୍‌ ଆଉଟ ହୋଇଗଲେ । ସେହି ମୁହୁର୍ତ୍ତର ସ୍କୃତି ଉଦଜୀବିତ କରି ଅଶ୍ବୀନ କହିଛନ୍ତି,

“ମୋ ବୋଲିଂର ପ୍ରଥମ ଓଭରରେ ଟ୍ରଟ ଷ୍ଟମ୍ପ ଆଉଟ ହେଲେ । ମୋର ମନେ ଅଛି ମାହି ଭୋଇ ମୋ ପାଖକୁ ଆସି କହିଲେ, ଟ୍ରଟଙ୍କୁ ‘ଓଭର ଦ ୱିକେଟ’ ବୋଲିଂ କରନି, କେବଳ ‘ରାଉଣ୍ଡ ଦ ୱିକେଟ’ ବୋଲିଂ କର । ସେ ଲେଗ ସାଇଡରେ ଖେଳିବାକୁ ଚେଷ୍ଟା କରିବ । ଯଦି ବଲ ଟର୍ଣ୍ଣ ହୁଏ, ତେବେ ତାକୁ ମୁଁ ସହଜରେ ଷ୍ଟମ୍ପିଂ କରି ଦେବି । କିନ୍ତୁ ମୁଁ ଆଜି ପର୍ଯ୍ୟନ୍ତ ବୁଝି ପାରୁନି ସେ ଯେମିତି ମୋତେ କହିଲେ, ତାହା ହିଁ ଘଟିଲା । ମାତ୍ର କେମିତି ?’’

ସୂଚନାଥାଉ କି, ଚାମ୍ପିଅନ୍ସ ଟ୍ରଫି 2013 ଫାଇନାଲ ବର୍ମିଂହାମର ଏଜବାଷ୍ଟନ୍ ଷ୍ଟାଡିମୟରେ ଖେଳାଯାଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 129/7 ରନ କରି ପାରିଥିଲା । ବିରାଟ କୋହଲି 34ବଲରେ 43ରନ ଏବଂ ରବିନ୍ଦ୍ର ଜାଡେଜାଙ୍କ ଅପରାଜିତ 25ବଲରୁ 33 ରନ କରିଥିଲେ । ତେବେ ମେନ ଇନ୍ ବ୍ଲୁର ବୋଲର ଅଶ୍ବୀନ୍ (2/15), ଜାଡେଜା (2/24) ଏବଂ ଇଶାନ୍ତ ଶର୍ମା (2/36) ଙ୍କ ଚମତ୍କାର ବୋଲିଂ ବଳରେ ଇଂଲଣ୍ଡକୁ 124/8 ରେ ସୀମିତ ରହିଥିଲା । ଭାରତ ଇଂଲଣ୍ଡକୁ 5 ରନ ବ୍ୟବଧାନରେ ପରାସ୍ତ କରି ଟାଇଟଲ ହାତେଇ ଥିଲା ।

Last Updated : Apr 26, 2020, 5:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.