ETV Bharat / sports

ବିଶ୍ବ ଚମ୍ପିଆନସିପ୍‌: ବିଜୟରୁ ଯାତ୍ରା ଆରମ୍ଭ କଲେ ପ୍ରଣୟ-ପ୍ରଣୀଥ

author img

By

Published : Aug 19, 2019, 9:29 PM IST

BWF ବିଶ୍ବ ଚାମ୍ପିଆନସିପ୍‌-2019ରେ ବିଜୟରୁ ଯାତ୍ର ଆରମ୍ଭ କରିଛନ୍ତି ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇ ପ୍ରଣୀଥ ଓ ଏଚ୍‌ଏସ ପ୍ରଣୟ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ବାସେଲ: ଆଜିଠାରୁ ଆରମ୍ଭ ହେଇଥିବା BWF ବିଶ୍ବ ଚାମ୍ପିଆନସିପ୍‌-2019ର ପ୍ରଥମ ଦିନରେ କମାଲ କରିଛନ୍ତି ଦୁଇ ଭାରତୀୟ ସର୍ଟଲର । ବିଜୟରୁ ଯାତ୍ରା ଆରମ୍ଭ କରିଛନ୍ତି ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇ ପ୍ରଣୀଥ ଓ ଏଚ୍‌ଏସ ପ୍ରଣୟ ।

ତେବେ ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାର 19ତମ ସ୍ଥାନରେ ଥିବା ପ୍ରଣୀଥ, 66ତମ ମାନ୍ୟତାରେ ଥିବା କାନାଡାର ଜାସନ ଆନ୍ତୋନିଙ୍କୁ ପରାସ୍ତ କରିଛନ୍ତି । 21-17 ଓ 21-16 ସେଟରେ ସିଧା ସଳଖ ଭାବେ ଆନ୍ତୋନିଙ୍କୁ ମାତ୍‌ ଦେଇଛନ୍ତି ପ୍ରଣୀଥ । ତେବେ ଏହି ସଫଳତା ପାଇଁ ତାଙ୍କୁ ମାତ୍ର 39 ମିନିଟ ସମୟ ଲାଗିଥିଲା ।

ସେହିପରି ଅନ୍ୟତମ ଭାରତୀୟ ଷ୍ଟାର ସର୍ଟଲର ସାଇ ପ୍ରଣୟ ପିଲାଣ୍ଡ ଇଟୁ ହିନାଙ୍କୁ 17-21, 21-10 ଓ 21-11 ସେଟରେ ପରାସ୍ତ କରିଛନ୍ତି । ତେବେ ଆଗାମୀ ମ୍ୟାଚରେ ଭାରତର ପି.ଭି ସିନ୍ଧୁ, ସାଇନା ନେହଓ୍ବାଲ ଓ କିଦାମ୍ବୀ ଶ୍ରୀକାନ୍ତଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.