ଗାଓ୍ବଗୁଜ: କୋରିଆ ମାଷ୍ଟର୍ସ ବିଶ୍ବ ଟୁର ସୁପର 300 ଟୁର୍ଣ୍ଣାମେଣ୍ଟରୁ ନିଜ ନାଁ ଫେରାଇ ନେଇଛନ୍ତି ସାଇନା ନେହଓ୍ବାଲ । ପ୍ରତିଯୋଗିତାରୁ ସାଇନା ନାଁ ଫେରେଇ ନେବା ପରେ ଏହି ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗରେ ଭାରତ ପକ୍ଷରୁ କେହି ପ୍ରତିନିଧିତ୍ବ କରିବେ ନାହିଁ । ସୂଚନାଥାଉକି, ମଙ୍ଗଳବାର ଠାରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ।
ଅନ୍ୟପଟେ ଏବେ ଫର୍ମକୁ ଆସିଥିବା କିଦାମ୍ବି ଶ୍ରୀକାନ୍ତ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବା ଆଶାରେ କୋର୍ଟକୁ ଓହ୍ଲାଇବେ । ପୁରୁଷ ଏକକ ବର୍ଗରେ ହଂକଂର ଓ୍ବେଙ୍ଗ ବିଙ୍ଗ କି ଭିନସେଣ୍ଟ ବିପକ୍ଷରେ ଶ୍ରୀକାନ୍ତ ନିଜର ଅଭିଯାନ ଆରମ୍ଭ କରିବେ । ତେବେ ସମସ୍ତଙ୍କ ନଜର ଏବେ ଶ୍ରୀକାନ୍ତଙ୍କ ଉପରେ ରହିବ ।
ବିଶ୍ବର 13ନଂ ଖେଳାଳି ଶ୍ରୀକାନ୍ତ, ଓ୍ବିଙ୍ଗଙ୍କ ବିପକ୍ଷରେ 10ଟି ମ୍ୟାଚରେ ବିଜୟ ହାସଲ କରିଥିବାବେଳେ 3ଟି ମ୍ୟାଚରେ ପରାଜିତ ହୋଇଛନ୍ତି । ସୂଚନାମୁତାବକ, ଅଗଷ୍ଟ ମାସରେ ଓ୍ବିଙ୍ଗଙ୍କ ପିତାଙ୍କ ନିଧନ ହୋଇଥିଲା । ଏହାପରେ ସେ ଏହି ଟୁର୍ଣ୍ଣାମେଣ୍ଟରେ କୋର୍ଟକୁ ଫେରୁଛନ୍ତି ।